Assembly Winter Session: ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ

author img

By

Published : Nov 21, 2022, 4:32 PM IST

Etv Bharat

ହଟିଛି କୋଭିଡ କଟକଣା । ସ୍ବାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ (Assembly Winter Session ) । ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି । ବାଚସ୍ପତିଙ୍କୁ ମିଳିଛି ସ୍ବତନ୍ତ୍ର କ୍ଷମତା । ସ୍ବାସ୍ଥ୍ୟଗତ କାରଣରୁ ଯେଉଁ ସଦସ୍ୟ ଚାହିଁବେ ଭିସିରେ ସାମିଲ ହୋଇପାରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ହଟିଛି କୋଭିଡ କଟକଣା । ସ୍ବାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ (Assembly Winter Session ) । ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି । ବାଚସ୍ପତିଙ୍କୁ ମିଳିଛି ସ୍ବତନ୍ତ୍ର କ୍ଷମତା । ସ୍ବାସ୍ଥ୍ୟଗତ କାରଣରୁ ଯେଉଁ ସଦସ୍ୟ ଚାହିଁବେ ଭିସିରେ ସାମିଲ ହେବା ଲାଗି ବାଚସ୍ପତି ଦେଇପାରିବେ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ( Bikram K. Arukha Speaker Odisha Legislative Assembly)

ଏହାବି ପଢନ୍ତୁ- କୋରେଇ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଧାରଣା

ବିଧାନସଭାର ଶୀତ ଅଧିବେଶନ ସୁପରିଚାଳନା ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲ ସର୍ବଦଳୀୟ ବୈଠକ । ସ୍ୱାଭାବିକ ଭାବେ ବିଧାନସଭା ଚାଲିବା ନେଇ ବୈଠକରେ ଆଲୋଚନା ହୋଇଛି । ଦେଶରେ କୋଭିଡ ନିୟନ୍ତ୍ରଣ ହୋଇଥିବାରୁ ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ସ୍ୱାଭାବିକ ଭାବେ ବିଧାନସଭା ଚାଲିବା ନେଇ ନିଷ୍ପତ୍ତି ହୋଇଛି । ବିଧାୟକ ମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିବ । ବାଚସ୍ପତି କହିଛନ୍ତି, "କୌଣସି ବିଧାୟକଙ୍କର ସ୍ୱାସ୍ଥ୍ୟଗତ କାରଣ ଥିଲେ ଲିଖିତ ଭାବେ ଜଣାଇଲେ ସେମାନଙ୍କୁ ଭିସି ମାଧ୍ୟମରେ ବିଧାନସଭାରେ ଯୋଗ ଦେବା ଲାଗି ଅନୁମତି ଦିଆଯିବ । 2ଟି ସେସନରେ ବିଧାନସଭା ଚାଲିବ । ସକାଳ ସାଢେ 10ରୁ ଅପରାହ୍ନ 1.30 ଏବଂ ଅପରାହ୍ନ 4ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ବିଧାନସଭା ଚାଲିବ ।"

ଏହାବି ପଢନ୍ତୁ- ଶୁଣିଲାନି ପ୍ରଶାସନ, କାଠପୋଲ ନିର୍ମାଣ କଲେ କୋଡୀଙ୍ଗିଗୁଡା ଗ୍ରାମବାସୀ

ଆସନ୍ତା 24ରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ମୁଖ୍ୟମନ୍ତ୍ରୀଙ୍କୁ ସୁହେଇବା ପରି ଭିସି ବ୍ୟବସ୍ଥା କରିଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Jay Narayan Mishra Leader of opposition) ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ କେହି ବି ଭିସିରେ ରହିଲେ ସମସ୍ୟା ନାହିଁ ।

ଏହାବି ପଢନ୍ତୁ- Covid ପରେ ବୃଦ୍ଧି ପାଉଛି ଭିଟାମିନ୍-ଡି ଅଭାବ, ଜାଣନ୍ତୁ କାରଣ ଓ ନିରାକରଣ

ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଗୃହ କାର୍ଯ୍ୟରେ ସାମିଲ ହେଲେ ସୁନ୍ଦର ଦିଶିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର (clp leader Narasinha Mishra) କହିଛନ୍ତି । ବୈଠକରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.