ETV Bharat / state

ଶୁଣିଲାନି ପ୍ରଶାସନ, କାଠପୋଲ ନିର୍ମାଣ କଲେ କୋଡୀଙ୍ଗିଗୁଡା ଗ୍ରାମବାସୀ

author img

By

Published : Nov 21, 2022, 3:27 PM IST

କାଠପୋଲ ନିର୍ମାଣ କଲେ କୋଡୀଙ୍ଗିଗୁଡା ଗ୍ରାମବାସୀ
କାଠପୋଲ ନିର୍ମାଣ କଲେ କୋଡୀଙ୍ଗିଗୁଡା ଗ୍ରାମବାସୀ

ନଦୀ ଉପରେ ପୋଲଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ନିରବଦ୍ରଷ୍ଟା ସାଜିଲା ପ୍ରଶାସନ । ତେବେ ଏତିକିରେ ହାର ମାନିନଥିଲେ କୋଡୀଙ୍ଗିଗୁଡା ଗ୍ରାମବାସୀ । ଝଞ୍ଜାବତୀ ନଦୀ ଉପରେ ନିଜ ଟଙ୍କାରେ ତିଆରି କରିଛନ୍ତି କାଠ ପୋଲ । ଅଧିକ ପଢନ୍ତୁ

ରାୟଗଡା: ଶୁଣିଲାନି ଜିଲ୍ଲା ପ୍ରଶାସନ, ହେଲେ ହାର ମାନିଲେନି ଗ୍ରାମବାସୀ । ରାୟଗଡା କୋଡୀଙ୍ଗିଗୁଡା ଗ୍ରାମରେ କାଠପୋଲ କହୁଛି ଯାତାୟତ ବ୍ୟବସ୍ଥାର କରୁଣ କାହାଣୀ । ନଦୀ ଉପରେ ପୋଲଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କେହି ନଶୁଣିବାରୁ ଶେଷରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ । ତାହା ପୁଣି ନିଜ ଟଙ୍କାରେ । ଦୀର୍ଘ ୩ ବର୍ଷ ଧରି ଯାତାୟତ ପାଇଁ ବାଧକ ସାଜିଥିବା ଝଞ୍ଜାବତୀ ନଦୀ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ । ଆଉ ଏବେ କାଠ ପୋଲ ସାଜିଛି ଯାତାୟତର ମାଧ୍ୟମ ।

କାଠପୋଲ ନିର୍ମାଣ କଲେ କୋଡୀଙ୍ଗିଗୁଡା ଗ୍ରାମବାସୀ

ଯାତାୟତର ସୁବିଧା ପାଇଁ ସରକାରଙ୍କ କାହିଁ କେତେ ଯୋଜନା କରିଛନ୍ତି । କିନ୍ତୁ ଏହି ସମସ୍ତ ଯୋଜନା ଯେମିତି ସାତସପନ ପାଲଟିଛି ହଲୁଆ ପଞ୍ଚାୟତ ଅନ୍ତର୍ଗତ କୋଡୀଙ୍ଗିଗୁଡା ଗ୍ରାମବାସୀଙ୍କ ପାଇଁ । ଗ୍ରାମକୁ ରାସ୍ତା ନଥିବାରୁ ଯାତାୟତର ବାଧା ସୃଷ୍ଟି ହୋଇଥିଲା । ଏମିତିକି ମୁଖ୍ୟ ରାସ୍ତା ସହ ଯୋଗାଯୋଗ ନଥିଲା କୋଡୀଙ୍ଗିଗୁଡା ଗ୍ରାମର । ଆଉ ଏଥି ପାଇଁ ବାଧକ ସାଜିଥିଲା ଝଞ୍ଜାବତୀ ନଦୀ । ଫଳରେ ଦୟନିୟ ଅବସ୍ଥାରେ ରହିଥିଲେ ଏହି ଗ୍ରାମର ବାସିନ୍ଦା l କାରଣ ଗ୍ରାମକୁ ସହର ଠାରୁ ବିଛିନ୍ନ କରୁଥିଲା ଝୋଞ୍ଜାବତୀ ନଦୀ l

ଏହା ମଧ୍ୟ ପଢନ୍ତୁ-1999 ମହାବାତ୍ୟାରେ ନିଖୋଜ ଥିଲେ, 23 ବର୍ଷ ପରେ ଜୀବିତ ଫେରିଲେ

ବର୍ଷା ଋତୁରେ ପ୍ରାୟ ସମୟ ନଦୀର ପ୍ରୋଖୋର ସ୍ରୋତ ଜଳବନ୍ଦୀ ଜୀବନ ବିତୁଥିଲା ଗ୍ରାମବାସୀଙ୍କ । ଅନେକ ସମୟରେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିଲେ l ବାରମ୍ବାର ଗାଁକୁ ପୋଲ ଖଣ୍ଡିଏ ପାଇଁ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ । କିନ୍ତୁ କେହିବି ସରକାରୀ ବାବୁ ଏହି ଅସୁବିଧା ନେଇ କର୍ଣ୍ଣପାତ କରିନଥିଲେ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 3 ବର୍ଷ କାଳ ସରକାରୀ କାର୍ଯ୍ୟାଳୟ ବୁଲି ବୁଲି ହତାଶ ହୋଇଥିଲେ ଗ୍ରାମବାସୀ । ଶେଷରେ ଅତିଷ୍ଠ ହେଇପଡ଼ି ଗ୍ରାମସଭା ଆୟୋଜନ କରି ନିର୍ଣ୍ଣୟ ନେଲେ ଯେ ଝୋଞ୍ଜାବତୀ ନଦୀ ଉପରେ ଏକ କାଠ ପୋଲ ତିଆରି କରିବା ପାଇଁ l ହେଲେ ବାଧକ ସାଜିଥିଲା ଅର୍ଥ l ଶେଷରେ ନିଜ ନିଜ ମଧ୍ୟରେ କିଛି ଅର୍ଥ ସଂଗ୍ରହ କରି କିଣା ଯାଇଥିଲା ନୀଳଗିରି ଗଛ l ଏବଂ ନିଜ ଶ୍ରମାଦାନରେ ନଦୀରୁ ପଥର ସଂଗ୍ରହ କରି ଏବଂ ନୀଳଗିରି ଗଛକୁ ବ୍ୟବହାର କରି ତିଆରି କରାଯାଇଛି ଏକ ଅସ୍ଥାୟୀ ପୋଲ l ପୋଲଟି କଂକ୍ରିଟ ପୋଲ ଭଳି ଶକ୍ତ ଏବଂ ସ୍ଥାୟୀ ହେଇନଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଇଁ ଜୀବନରେଖା ପାଲଟି ଯାଇଛି l

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.