କୋରେଇ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଧାରଣା

author img

By

Published : Nov 21, 2022, 4:00 PM IST

କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଧାରଣା

ଯାଜପୁର କୋରେଇ ଷ୍ଟେସନ ଟ୍ରେନ ଦୁର୍ଘଟଣାରେ ମୃତ ଅବଜୁନ୍‌ ବିବିଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବିରେ ଷ୍ଟେସନରେ ଧାରଣା । ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଷ୍ଟେସନ ପରିସରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ଯାଜପୁର: କୋରେଇ ଷ୍ଟେସନରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦିଆଯାଇଛି । ଏହି ଦୁର୍ଘଟଣାରେ ମୃତ ଅବଜୁନ୍‌ ବିବିଙ୍କ ପରିବାର ପକ୍ଷରୁ ଷ୍ଟେସନ ପରିସରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଧାରଣା

ସୂଚନା ଅନୁସାରେ ଆଜି ସକାଳେ ମୃତ ଅବଜୁନ୍‌ ବିବି ନିଜର ରୋଗୀଣା ସ୍ବାମୀଙ୍କ ଚିକିତ୍ସା ପାଇଁ କଟକ ଯିବାକୁ କୋରେଇ ଷ୍ଟେସନ ଆସିଥିଲେ । ଯାତ୍ରୀ ବିଶ୍ରାମାଗାରରେ ଟ୍ରେନକୁ ଅପେକ୍ଷା କରିଥିବାବେଳେ ମାଲବାହୀ ଟ୍ରେନ ଦୁର୍ଘଟଣା ହୋଇଥିଲା । ରେଳଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଉପରେ ମାଲବାହୀ ଟ୍ରେନ ମାଡି ଯିବାରୁ ଅବଜୁନ୍‌ ବିବିଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଅବଜୁନ୍‌ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଏହି ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଏକ ଚାକିରୀ ଦାବିରେ ଅବଜୁନ୍‌ ବିବିଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଷ୍ଟେସନରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ଆରପିଏଫ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଓ ରେଳବାଇ

ସେପଟେ ମୃତକଙ୍କ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନେଇ ଘୋଷଣା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରେଳ ବିଭାଗ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଆହତମାନଙ୍କ ଚିକିତ୍ସା ଉପରେ ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହାୟତା ଭାବେ ଘୋଷଣା କରାଯାଇଛି । ଏହାସହ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.