ETV Bharat / state

Assembly News: ପଞ୍ଚମ ଦିନରେ ବି ଶିକ୍ଷକ ତାତି, ଘେରିଲେ ବିରୋଧୀ, ଜବାବ ରଖିଲେ କା' ମନ୍ତ୍ରୀ

author img

By

Published : Nov 29, 2022, 4:30 PM IST

Etv Bharat
Etv Bharat

ବିଧାନସଭାର ଶୀତକାଳୀନ ଅଧିବେଶନ (Odisha Assembly winter Session) ର ପଞ୍ଚମ ଦିନରେ ବି ଦେଖିବାକୁ ମିଳିଛି ଶିକ୍ଷକ ତାତି । ବାଚସ୍ପତିଙ୍କ ରୁଲିଂ ଅବମାନନା ଅଭିଯୋଗରେ ସରକାରଙ୍କ ବିରୋଧରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ଧୋଇଗଲା ପ୍ରଶ୍ନ ଓ ଶୂନ୍ୟକାଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ (Odisha Assembly winter Session) ର ପଞ୍ଚମ ଦିନରେ ବି ଦେଖିବାକୁ ମିଳିଛି ଶିକ୍ଷକ ତାତି । ବାଚସ୍ପତିଙ୍କ ରୁଲିଂ ଅବମାନନା ଅଭିଯୋଗରେ ସରକାରଙ୍କ ବିରୋଧରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ଧୋଇଗଲା ପ୍ରଶ୍ନ ଓ ଶୂନ୍ୟକାଳ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିବାବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ।

ପଞ୍ଚମ ଦିନରେ ବି ଶିକ୍ଷକ ତାତି, ଘେରିଲେ ବିରୋଧୀ, ଜବାବ ରଖିଲେ କା' ମନ୍ତ୍ରୀ

ଏହାବି ପଢନ୍ତୁ- Pulawama Blast: ଜୈଶ ଏ ମହମ୍ମଦ ଆତଙ୍କୀଙ୍କୁ ଆଜୀବନ କାରାଦଣ୍ଡ, ତଦନ୍ତ କରୁଥିଲେ ଓଡ଼ିଆ IPS

ଗାନ୍ଧୀମାର୍ଗରେ ଶିକ୍ଷକଙ୍କ ଗର୍ଜନ । ଗୃହରେ ବିରୋଧୀଙ୍କ ସରକାର ବିରୋଧୀ ମେଳି । ହଟ୍ଟଗୋଳ ଓ ଆନ୍ଦୋଳନରେ ଥରୁଛି ବିଧାନସଭା ଭିତର ଓ ବାହାର । ଆଉ ସରଗରମ ହେଉଛି ରାଜ୍ୟ ରାଜନୀତି । ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନରେ ବି ଅଚଳାବସ୍ଥା ଜାରୀ ରହିଛି । ଆଜି ଗୃହ ଆରମ୍ଭରୁ ବିରୋଧୀ ପୋଡିୟମ ନିକଟରେ ପହଞ୍ଚି ନାରାବାଜି ସହ କରିଛନ୍ତି ବିରୋଧ ପ୍ରଦର୍ଶନ । ଶିକ୍ଷକ ଆନ୍ଦୋଳନକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବାଚସ୍ପତି ରୁଲିଂ ପରେ ବି ଏ ଯାଏ ସମାଧାନ ପାଇଁ କିଛି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ଗୃହ କାର୍ଯ୍ୟ ଅଚଳ କରିଥିଲେ ବିରୋଧୀ । ଗଣଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ ବି ନୂଆ ଆସିଥିବାରୁ ଦାବି ବାବଦରେ ଅଜ୍ଞ କହିବା ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ବିରୋଧୀ । ଶିକ୍ଷକଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଥିବାବେଳେ ସ୍କୁଲରେ ତାଲା ଓ ଗଣଶିକ୍ଷା ମନ୍ତ୍ରୀ ପଦମପୁରରେ ପ୍ରଚାର କରିବା ଦୁର୍ଭାଗ୍ୟ ଜନକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ପ୍ରଦର୍ଶନ ଯୋଗୁଁ 11.30 ଯାଏ ମୂଳତବି ଘୋଷଣା କରିଥିଲେ ବିରୋଧୀ ।

ଏହାବି ପଢନ୍ତୁ- Odisha Assembly Winter Session: ଚାଲି ପାରୁନି ଗୃହ କାର୍ଯ୍ୟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସେପଟେ 11.30 ରେ ପୁଣି ଗୃହରେ ହଟଗୋଳ ଯୋଗୁଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ସରକାରଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ବିବୃତି ରଖିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଗତକାଲି ଗଣଶିକ୍ଷା ସଚିବ 45 ମିନଟ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ସେମାନଙ୍କ ଦାବିର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି । ଏହା ଆନ୍ତଃ ବିଭାଗୀୟ ପ୍ରସଙ୍ଗ ଯେଉଁଥିରେ ଆର୍ଥିକ କଥା ଅଛି । ସରକାର ସେମାନଙ୍କ ଦାବି ନେଇ ସଚେତନ ଅଛନ୍ତି । ଆପୋଷ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି । ଶିକ୍ଷକ ରାସ୍ତାରେ ରୁହନ୍ତୁ ବୋଲି ସରକାର ଚାହାନ୍ତି ନାହିଁ । ତେଣୁ ମୁଖ୍ୟ ଶାସନ ସଚିବ ଆଜି ଶିକ୍ଷକ ପ୍ରତିନିଧିଙ୍କ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ମନ୍ତ୍ରୀ ।

ତେବେ ଶେଷ ଖବର ସୁଦ୍ଧା ଶିକ୍ଷକ ସଂଘ ପ୍ରତିନିଧି ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି ।

ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ ଥିବାବେଳେ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ ନାପସନ୍ଦ କରିଛନ୍ତି ବିରୋଧୀ । ଶିକ୍ଷକଙ୍କ 3 ଦଫା ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ନଚେତ ଗୃହକୁ ଚଳାଇ ଦିଆଯିବନି ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.