ETV Bharat / state

Odisha Assembly: ଦୁଇ ବିଭାଗର ଖର୍ଚ୍ଚଦାବି ଗୃହୀତ

author img

By

Published : Mar 23, 2023, 10:14 PM IST

ଦୁଇ ବିଭାଗର ଖର୍ଚ୍ଚଦାବି ଗୃହୀତ
ଦୁଇ ବିଭାଗର ଖର୍ଚ୍ଚଦାବି ଗୃହୀତ

ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଗୃହରେ ଉପସ୍ଥାପନା କରିଥିଲେ । ବିଭାଗର ୨୯୨ କୋଟି ୪୨ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ କେଶରୀ ଦେବ ୭୯୦ କୋଟି ୨୦ଲକ୍ଷ, ୧୦ହଜାର ଟଙ୍କାର ଖର୍ଚ୍ଚ ଦାବି ମଞ୍ଜୁର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ଅପରାହ୍ନରେ ବିଧାନସଭା ଆରମ୍ଭ ହେବା ମାତ୍ରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଥିଲେ ବିରୋଧୀ। ଗୃହ ସୁପରିଚାଳନା ସମ୍ଭବ ନହେବାରୁ ଗୃହକୁ ୧୫ ମିନିଟ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ପରେ ଉପବାଚସ୍ପତି ଗୃହର କାର୍ଯ୍ୟକୁ ଆଉ ୧୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ।

ଏହାପରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି ଗୃହରେ ଉପସ୍ଥାପନା କରିଥିଲେ । ବିଭାଗର ୨୯୨ କୋଟି ୪୨ ଲକ୍ଷ ୨୫ ହଜାର ଟଙ୍କା ମଞ୍ଜୁର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ କେଶରୀ ଦେବ ୭୯୦ କୋଟି ୨୦ଲକ୍ଷ,୧୦ହଜାର ଟଙ୍କାର ଖର୍ଚ୍ଚ ଦାବି ମଞ୍ଜୁର ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଆଲୋଚନାରେ ଭାଗ ନେଇ କହିଥିଲେ ଦୁଇ ବିଭାଗ ରାଜ୍ୟ ସରକାର ଙ୍କ ଦ୍ଵାରା ସଙ୍କୁଚିତ ହେଉଛି। ଏହି ବଜେଟ ସମୁଦ୍ରକୁ ଶଙ୍ଖେ ପରି। ଖଣିଜ ସମ୍ପଦର ସଠିକ ପରିଚାଳନା ହୋଇପାରୁନାହିଁ। ଖଣିଜ ସମ୍ପଦର ଯଦି ସଦୁପଯୋଗ ହୋଇପାରନ୍ତା ଅର୍ଥନୈତିକ ବିକାଶର ଚିହ୍ନ ଦେଖିପାରନ୍ତି। ଖଣିଜ ସଂପଦ ରାଜ୍ୟ ପାଇଁ ଆଶୀର୍ବାଦ। କିନ୍ତୁ ଏହାର ସୁପରିଚାଳନା ହୋଇପାରୁନାହିଁ। ଓଡ଼ିଶାର ଭାଗ୍ୟ ଉଦୟ ହେଉ ନାହିଁ।

ଏହାବି ପଢନ୍ତୁ- Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା

ବର୍ଷ ୨୦୦୯-୧୦ ରେ ହୋଇଥିବା ଖଣି ମହାଦୁର୍ନୀତି କଥା ମାନେ ପକେଇଥିଲେ ମୋହନ। ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଲା । ସାହା କମିଶନ ତଦନ୍ତ ରିପୋର୍ଟ ଦେଲେ। ସୁପ୍ରିମକୋର୍ଟ ଅନିୟମିତତା ହୋଇଥିବା ଦର୍ଶାଇ ୬୧୦୦୦ କୋଟି ଟଙ୍କାର ଫାଇନ ଲଗାଇଥିଲେ। ହେଲେ ରିଟ ପିଟିସନ କରି ଖଣି ମାଲିକ ମା ନେ ୧୮ ହଜାର ୫୦୦ କୋଟି ଟଙ୍କା ଫାଇନ ଦେଲେ। ଆଜି ବି ଭିନ୍ନ ଉପାୟରେ ଦୁର୍ନୀତି ହେଉଛି। ଯାହାର ପର୍ଦ୍ଦାଫାସ ହେବାକୁ ଯାଉଛି। ରାଜ୍ୟର ଆର୍ଥିକ, ସାମାଜିକ,ଭିତ୍ତିଭୂମିର ବିକାଶ ପାଇଁ ଅଧିକ ରାଜସ୍ୱ ଦରକାର। ଯାହା ଆମେ ଖଣିରୁ ପାଇ ପାରିବା। କିନ୍ତୁ ତାହା କରାଯାଉନାହିଁ। ନବୀନ ସରକାରଙ୍କ ପଞ୍ଚମ ପାଳିରେ ଖଣିର ମହାଦୁର୍ନୀତି ହୋଇଛି।

ଖଣିର ଯେତେବେଳେ ଟେଣ୍ଡର ହେଉଛି, ଖନନ ସୀମା ୧୦ବର୍ଗ କିମି ରହିବା କଥା। କିନ୍ତୁ କିଛି ଖଣି ମାଲିକ ଏହାକୁ ୫୮ ବର୍ଗ କିମିକୁ ବଢେ ଦେଇଛନ୍ତି । ଖଣି ମାଲିକମାନେ ମାନ ଇଚ୍ଛା ଖଣି ଉତ୍ତୋଳନ କରୁଛନ୍ତି। ୫୦ ବର୍ଷ ପାଇଁ ମାଲିକାନା ଦିଆଯାଉଛି। କିନ୍ତୁ ଏଥିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି ବୋଲି କହିଛନ୍ତି ।

ଖର୍ଚ୍ଚ ଦାବି ଆଲୋଚନାରେ ଶାସକ ଦଳ ପକ୍ଷରୁ ବିଧାୟକ ପଦ୍ମନାଭ ବେହେର, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ମୀନାକ୍ଷୀ ମହନ୍ତ ସାମିଲ ହୋଇ ସମର୍ଥନ କରିଥିଲେ । ଅନ୍ୟପଟେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ସନ୍ତୋଷ ସିଂ ସାଲୁଜ, ଶଙ୍କର ଓରାମ, ତାରା ପ୍ରସାଦ ବାହିନୀ ପତି , ଗଣେଶ ରାମ ସିଂ ଓ ନରସିଂହ ମିଶ୍ର ଖର୍ଚ୍ଚଦାବି ପ୍ରସ୍ତାବକୁ ବିରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.