ETV Bharat / state

ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ, 24ରେ ଆଗତ ହେବ ରାଜ୍ୟ ବଜେଟ

author img

By

Published : Feb 2, 2023, 1:54 PM IST

Updated : Feb 2, 2023, 2:04 PM IST

ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ
ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ

ଆସନ୍ତା ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃଆରୀ 24ରେ ଆଗତ ହେବ ରାଜ୍ୟ ବଜେଟ । ଫେବୃଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ଏହା ଷୋଡଶ ବିଧାନସଭାର ଦ୍ଵାଦଶ ଅଧିବେଶନ । ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭାର ଦ୍ଵାଦଶ ଅଧିବେଶନ ଫେବୃଆରୀ 21 ପୂର୍ବହ୍ନ 11 ଘଟିକାରୁ ଆରମ୍ଭ ହେବ । ତେବେ ଚଳିତ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଧାନର ଅଭାବୀ ବିକ୍ରି, ଆଇନ ଶୃଙ୍ଖଳା ପରିସ୍ଥିତି, କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ବିରୋଧୀ ବିଜେପି, କଂଗ୍ରେସ କଣ ପ୍ରସଙ୍ଗ ପ୍ରସ୍ତୁତ କରିବେ, ସରକାରଙ୍କୁ ଘେରିବାକୁ କଣ ରଣନୀତି ତିଆରି କରିବେ ତାହା ଆଗକୁ ସ୍ପଷ୍ଟ ହେବ ।

ଏହା ବି ପଢନ୍ତୁ...Union Budget: ଇ-କୋର୍ଟ ପାଇଁ 7ହଜାର କୋଟି, ରିଜଜୁ କହିଲେ ସହଜ ହେବ ନ୍ୟାୟ ପ୍ରଦାନ

ବିଜ୍ଞପ୍ତି ଅନୁସାରେ, ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ 21ରୁ ଆରମ୍ଭ ହେବ । 24 ତାରିଖରେ 2023/24 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ । ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ । ମାର୍ଚ୍ଚ 1 ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏହା ପରେ ମାର୍ଚ୍ଚ 10ରୁ ଏପ୍ରିଲ 6 ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ବଜେଟ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ନୂଆ ଯୋଜନା ମଧ୍ୟ ଘୋଷଣା କରିପାରନ୍ତି ।

ଏହା ବି ପଢନ୍ତୁ...Union Budget 2023: ଶିଳ୍ପୀଙ୍କୁ ମିଳିବ ସହାୟତା, ଲଞ୍ଚ ହେବ PM VIKAS ଯୋଜନା

ପ୍ରକାଶ ଥାଉକି, ଗତକାଲି (ବୁଧବାର) କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଛି । 2023-24 ଆର୍ଥିକ ବର୍ଷ ପାଇଁ ପଞ୍ଚମ ଥର ସଂସଦରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ ଥିଲା। କେନ୍ଦ୍ର ବଜେଟକୁ ନେଇ କିଛି ଖୁସି ଥିବାବେଳେ କିଛି ନିରାଶ ଥିଲେ । ରାଜ୍ୟ ସରକାର କେନ୍ଦ୍ର ବଜେଟରୁ କିଛି ଭଲ ଓ କିଛି ମନ୍ଦ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେହି ପରି ବିରୋଧୀ କେନ୍ଦ୍ର ବଜେଟକୁ ନିର୍ବାଚନୀ ଥୋପ ବୋଲି କହିଥିଲେ । କେନ୍ଦ୍ର ବଜେଟରେ ଆୟକର ରିହାତି କିଛି ପରିମାଣରେ ଖୁସି ଆଣିଥିଲା । ଆୟକର ରିହାତି ସୀମା 5 ଲକ୍ଷରୁ 7 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ମାନେ 7 ଲକ୍ଷ ଯାଏ ଟିକସମୁକ୍ତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 2, 2023, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.