ETV Bharat / bharat

Union Budget: ଇ-କୋର୍ଟ ପାଇଁ 7ହଜାର କୋଟି, ରିଜଜୁ କହିଲେ ସହଜ ହେବ ନ୍ୟାୟ ପ୍ରଦାନ

author img

By

Published : Feb 1, 2023, 8:04 PM IST

ପେପରଲେସ ହେବ ଭାରତୀୟ ନ୍ୟାୟିକ ପ୍ରକ୍ରିୟା । ବଜେଟରେ ଇକୋର୍ଟ ପ୍ରକଳ୍ପ ପାଇଁ 7 ହଜାର କୋଟି ବ୍ୟୟବରାଦ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । କହିଲେ ସହଜ ହେବ ନ୍ୟାୟ ପ୍ରଦାନ । ଅଧିକ ପଢନ୍ତୁ

ଇକୋର୍ଟ ପ୍ରକଳ୍ପ ପାଇଁ 7 ହଜାର କୋଟି ବ୍ୟୟବରାଦ
ଇକୋର୍ଟ ପ୍ରକଳ୍ପ ପାଇଁ 7 ହଜାର କୋଟି ବ୍ୟୟବରାଦ

ହାଇଦ୍ରାବାଦ: ଆଜି ମୋଦି ସରକାରର ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ଏଥିରେ ମୋଟ 45 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରକୁ ଦୃଷ୍ଟିରେ ରଖି ବ୍ୟୟବରାଦ ପ୍ରସ୍ତୁତ ହୋଇଛି । ଭାରତୀୟ ନ୍ୟାୟିକ ବ୍ଯବସ୍ଥାର କାର୍ଯ୍ୟକରିତା ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବା ଇ-କୋର୍ଟ ପ୍ରରଳ୍ପ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଚଳିତ ବଜେଟରେ ମୋଟ 7 ହଜାର ଟଙ୍କାର ବ୍ୟୟବରାଦ ହୋଇଛି । ଯାହାକି ନ୍ୟାୟିକ ପ୍ରକ୍ରିୟାକୁ ପେପରଲେସ କରିବା ସହ ଡିଜିଟାିଜେସନ କରିବ । ଯାହାକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ପ୍ରଶଂସା କରିଛନ୍ତି ।

ଏହି ପ୍ରକଳ୍ପ ଅଧୀନରେ କୋର୍ଟର କାର୍ଯ୍ୟକାରିତା ପ୍ରକ୍ରିୟରେ କାଗଜ ବ୍ୟବହାରକୁ ହ୍ରାସ କରାଯିବା ସହ ଏହାକୁ ଡିଜିଟାଇଜେନସ ସହ ଯୋଡାଯିବ । ପେପରଲେସ ନ୍ୟାୟିକ ପ୍ରକ୍ରିୟା ଫଳରେ ପ୍ରକ୍ରିୟା ସହଜ ହେବା ସହ ସମୟ ସାପେକ୍ଷ ହେବ । ଫଳରେ କୌଣସି ମାମଲାର ଶୁଣାଣି ଓ ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ଲାଗୁଥିବା ସମୟ ହ୍ରାସ ପାଇବ । ନ୍ୟାୟ ପ୍ରଦାନ ସୁବିଧା ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜଜୁ ।

ବଜେଟରେ ଅର୍ଥରାଶି ଘୋଷଣା ହେବା ପରେ ରିଜଜୁ କହିଛନ୍ତି, ‘‘ନ୍ୟାୟ ପ୍ରଦାନରେ ସହଳତା ପାଇଁ ଏହି ବ୍ୟବସ୍ଥା ବେଶ ଉପାଦେୟ ସାବ୍ୟସ୍ତ ହେବ । ଆର୍ଥିକ ବର୍ଷ 2023-24 ବଜେଟରେ ଇକୋର୍ଟ ପାଇଁ 7,000 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କାରଣରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଉଛି ।’’ ରିଜିଜୁ ଟୁଇଟ୍ ରେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର କୋର୍ଟ ରେକର୍ଡଗୁଡିକର ଡିଜିଟାଇଜେସନ୍ ଭବିଷ୍ୟତରେ ଏକ ସମ୍ପୂର୍ଣ୍ଣ ପେପରଲେସ ନ୍ୟାୟପାଳିକାକୁ ସଫଳ କରିବାରେ ସକ୍ଷମ ହେବ । ଏହି ପଦକ୍ଷେପ ନ୍ୟାୟ ପାଇବାରେ ସହଜତାକୁ ସୁନିଶ୍ଚିତ କରିବ ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଆହୁରି ଉନ୍ନତି ଆଣିବ ଯାହା ପ୍ରଧାନମନ୍ତ୍ରୀ ମୋଦି ସର୍ବଦା କଳ୍ପନା କରିଆସିଥିଲେ । ତେବେ ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।


ଆଜି ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ଦୂରଦୃଷ୍ଟି ସମ୍ପନ୍ନ ଓ ବିକାଶଶୀଳ ବଜେଟ ବୋଲି ଦର୍ଶାଇଛନ୍ତି । ଏହା ଭାରତକୁ ବିଶ୍ବରେ ଏକ ଶକ୍ତିଶାଳୀ ଅର୍ଥବ୍ୟବସ୍ଥାରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରକୁ ଉଚିତ ଗୁରୁତ୍ବ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିବା ବେଳେ ବିରୋଧୀମାନେ ଚିରାଚରିତ ଢଙ୍ଗରେ ସରକାରଙ୍କୁ ଘେରିବା ସହ ଏହା ଏକ ନିର୍ବାଚନୀ ବଜେଟ ବୋଲି ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.