ETV Bharat / state

New SRC: ନୂଆ ଏସଆରସି ହେଲେ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ

author img

By

Published : Feb 28, 2023, 9:53 PM IST

New SRC
New SRC

ବିଜ୍ଞପ୍ତି ଅନୁସାରେ, 1993 ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ ହେଉଛନ୍ତି ନୀକୁଞ୍ଜ ବିହାରୀ ଧଳ । ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ ସହ ଏସଆରସି ଦାୟିତ୍ବ ମଧ୍ଯ ତୁଲାଇବେ । ଆସନ୍ତାକାଲି ନୀକୁଞ୍ଜ ଏସଆରସି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏସଆସି ପଦବୀ ବ୍ୟତୀତ ନିକୁଞ୍ଜ ନିଜ ମୂଳ ଦାୟିତ୍ବ ଗୁରୁତ୍ୱପୂର୍ଣ୍ଣ ଶକ୍ତି ସହ ଅବକାରୀ ବିଭାଗ ଦାୟିତ୍ବରେ ମଧ୍ୟ ରହିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ହୋଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) । ଏସଆରସି ଥିବା ପ୍ରଦୀପ କୁମାର ଜେନା ମୁଖ୍ୟ ଶାସନ ସଚିବ ନିଯୁକ୍ତ ହେବା ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି ।

ବିଜ୍ଞପ୍ତି ଅନୁସାରେ, 1993 ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଧିକାରୀ ହେଉଛନ୍ତି ନୀକୁଞ୍ଜ ବିହାରୀ ଧଳ । ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ ସହ ଏସଆରସି ଦାୟିତ୍ବ ମଧ୍ଯ ତୁଲାଇବେ । ଆସନ୍ତାକାଲି ନୀକୁଞ୍ଜ ଏସଆରସି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏସଆସି ପଦବୀ ବ୍ୟତୀତ ନିକୁଞ୍ଜ ନିଜ ମୂଳ ଦାୟିତ୍ବ ଗୁରୁତ୍ୱପୂର୍ଣ୍ଣ ଶକ୍ତି ସହ ଅବକାରୀ ବିଭାଗ ଦାୟିତ୍ବରେ ମଧ୍ୟ ରହିବେ । ଏତତ ବ୍ୟତୀତ ଗ୍ରୀଡକୋ ଏବଂ ଓବିସିଏଲ ଅଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ସେ ରହିବେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅବସର ପରେ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି । ଏସଆରସି ଦାୟିତ୍ବରେ ପ୍ରଦୀପ ଥିବାରୁ ତାଙ୍କୁ ସ୍ଥାନରେ ବରିଷ୍ଠ ଆଇଏଏସ ନିକୁଞ୍ଜଙ୍କୁ ଏହି ଦାୟିତ୍ବ ମିଳିଛି ।

ଏହାବି ପଢନ୍ତୁ- Odisha Assembly: ଆଲୋଚନାକୁ ଡରୁଛନ୍ତି ସରକାର କହିଲେ ନରସିଂହ

ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପ୍ରତିବର୍ଷ ରାଜ୍ୟ ବନ୍ୟା ବାତ୍ୟା ସହ ମରୁଡି ମଧ୍ୟ ସମ୍ମୁଖିନ ହୋଇଥାଏ । ଏପରି ସ୍ଥିତିରେ ନୂଆ ଏସଆରସି ନିକୁଞ୍ଜ ଧଳଙ୍କ ଦକ୍ଷତା ଓ ବିପର୍ଯ୍ୟୟ ପରିଚାଳନା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିବ ।

ସେପଟେ ଆଜି ସରିଛି ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ । ଆସନ୍ତାକାଲିଠାରୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନୂଆ ଦାୟିତ୍ବ ଆରମ୍ଭ କରିବେ ପ୍ରଦୀପ କୁମାର ଜେନା । 1989 ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା ହେବେ ରାଜ୍ୟର 45 ତମ ମୁଖ୍ୟ ଶାସନ ସଚିବ । ସେ ଏହି ପଦରେ ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବର 2023 ପର୍ଯ୍ୟନ୍ତ ରହିବେ । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରିପାରନ୍ତି ।

ଏହାବି ପଢନ୍ତୁ- Meghalaya Assembly Polls: ଏକଜିଟ୍‌ ପୋଲ ଇସାରା, ଝୁଲା ସରକାର !

ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ାଇଥିଲେ ରାଜ୍ୟ ସରକାର । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରଥମ ଦଫାରେ ମାର୍ଚ୍ଚ 2022 ରୁ ଅଗଷ୍ଟ 2022 ଦ୍ବିତୀୟ ଦଫାରେ ସେପ୍ଟେମ୍ବର 2022 ରୁ ଫେବୃୟାରୀ 2023 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

ଅନ୍ୟପେଟ ଅବସର ପରେ ମଧ୍ୟ ରାଜ୍ୟ ସରକାର ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି । ସୁରେଶ ହେବେ ଓଇଆରସିର ଅଧ୍ୟକ୍ଷ । ଦାୟିତ୍ୱ ଗ୍ରହଣ ଦିନଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.