ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ୫ ଅଧିକାରୀଙ୍କୁ NHRCଙ୍କ ରିପୋର୍ଟ ତଲବ

author img

By

Published : Jan 12, 2023, 11:03 PM IST

Etv Bharat
Etv Bharat

କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ଜାତୀୟ ମାନବାଧିକାର କମିଶନ (NHRC) ୫ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ୫ ଅଧିକାରୀଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ(NHRC) । ବଲାଙ୍ଗୀର ଜିଲ୍ଲାପାଳ, କଳାହାଣ୍ଡି ଓ ବଲାଙ୍ଗୀର ଏସପି, SHRCଙ୍କ ସହ କଣ୍ଟାବାଞ୍ଜି ଜେଲ୍‌ ସୁପରିଣ୍ଟଣ୍ଡେଣ୍ଟଙ୍କୁ ରିପୋର୍ଟ ତଲବ ହୋଇଛି । ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି NHRCଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାର ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଜେଲରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ଏହି ମାମଲାର ସମ୍ପୂର୍ଣ୍ଣ ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କମିଶନଙ୍କ ଟିମ ତଦନ୍ତ ପାଇଁ NHRC କେସ୍‌ ନମ୍ବର ୨୧୨୬୨/ଇନ/୨୦୨୨ କେସ ଦାଖଲ କରିଥିଲେ ନ୍ୟାୟ ପାଇଁ ଲଢେଇ ପରିବାରର ଓଡ଼ିଶାର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ।

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ୫ ଅଧିକାରୀଙ୍କୁ NHRCଙ୍କ ରିପୋର୍ଟ ତଲବ
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ୫ ଅଧିକାରୀଙ୍କୁ NHRCଙ୍କ ରିପୋର୍ଟ ତଲବ

ଗତ ୨୦ ଡିସେମ୍ବର ୨୦୨୨ରେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପ୍ରାୟ ୧ ବର୍ଷ ହେଲା ଜେଲରେ ଥିବାବେଳେ ଗୋବିନ୍ଦ ସାହୁଙ୍କର କଣ୍ଟାବାଞ୍ଜି ଜେଲରେ ମୃତ୍ୟୁ ହୋଇଥିଲା । ଗତ ୮ ଅକ୍ଟୋବର ୨୦୨୧ରେ ବଲାଙ୍ଗୀରୀ ତୁରିକେଲା ଝରଣା ଗ୍ରାମର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ କରି ଅତି ଜଘନ୍ୟ ଭାବରେ ହତ୍ୟା କରାଯାଇ ମମିତାଙ୍କ ଶରୀରକୁ ଜାଳି ମାଟି ତଳେ ପୋତି ଦିଆଯାଇଥିଲା । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ କଲେଜରେ ଚାକିରି କରୁଥିଲେ।

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ୫ ଅଧିକାରୀଙ୍କୁ NHRCଙ୍କ ରିପୋର୍ଟ ତଲବ
ଗୋବିନ୍ଦ ସାହୁ ମୃତ୍ୟୁ ମାମଲା, ୫ ଅଧିକାରୀଙ୍କୁ NHRCଙ୍କ ରିପୋର୍ଟ ତଲବ

ଏହା ବି ପଢନ୍ତୁ- ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ

ମହାଲିଙ୍ଗ ସନ୍‌ସାଇନ୍‌ କଲେଜର କିଛି ବେନିୟମ କାମ କରୁଥିବା କଲେଜ ମାଲିକ ଗୋବିନ୍ଦ ସାହୁଙ୍କୁ ବିରୋଧ କରୁଥିଲେ ଶିକ୍ଷୟିତ୍ରୀ ମମିତା ମେହେର । ଗୋବିନ୍ଦ ସାହୁ ଏବଂ ତାଙ୍କର କିଛି ସହଯୋଗୀମାନେ ମମିତାଙ୍କୁ ଅପହରଣ କରି ଅତି ଜଘନ୍ୟ ଭାବରେ ହତ୍ୟା କରିଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମେତ ଜୁନାଗଡ଼ ବିଧାୟକ ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଥିବା ସାରା ରାଜ୍ୟରେ ଚହଳ ପଡିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ କଲେଜ ମାଲିକ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀରି ତୁରିକେଲା ପୋଲିସ ଗିରଫ କରିଥିଲା ।

ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ରହୁଥିବା ବେଳେ କିଭଳି କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହେଲା ? କଣ୍ଟାବାଞ୍ଜି ଜେଲରେ ସିସିଟିଭି ଥିଲା କି ନାହିଁ ? ଗୋବିନ୍ଦ ସାହୁଙ୍କ ମୃତ୍ୟୁ ମାମଲାରେ ବିଭିନ୍ନ ସମ୍ବେଦନଶୀଳ ପ୍ରଶ୍ନ ଉଠୁଥିବା ବେଳେ ଏହି ଘଟଣା ସାରା ରାଜ୍ୟରୁ ବିଭିନ୍ନ ମହଲରୁ ବହୁତ ଉଦବେଗ ପ୍ରକାଶ ପାଇଥିଲା । ଉକ୍ତ ମାମଲାର ବିଚାର କରି ଜାତୀୟ ମାନବାଧିକାର କମିଶନ ଜିଲ୍ଲାପାଳ ବଲାଙ୍ଗୀର, ଏସପି ଭବାନୀପାଟଣା, ଏସପି ବଲାଙ୍ଗୀର, କଣ୍ଟାବାଞ୍ଜି ଜେଲ୍‌ ସୁପରିଟେଣ୍ଡେ, ରାଜ୍ୟ ମାନବ ଅଧିକାର କମିଶନଙ୍କୁ ୬ ସପ୍ତାହ ଭିତରେ ୧୫ଟି ସମ୍ବେଦନଶୀଳ ତଥ୍ୟ ପୁରା ତଦନ୍ତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.