ETV Bharat / state

ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ

author img

By

Published : Jan 12, 2023, 12:48 PM IST

ଓମସା ପକ୍ଷରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ । ଅଧିକ ପଢନ୍ତୁ

odisha medical service association
odisha medical service association

odisha medical service association

ଭୁବନେଶ୍ବର: ଆନ୍ଦୋଳନକୁ ଓହ୍ଲାଇବ ଓମସା ବା ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ । ଓମସା ପକ୍ଷରୁ ସମସ୍ତ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଓମସା ପକ୍ଷରୁ ରଖାଯାଇଥିବା ବିଭିନ୍ନ ଦାବି ଯଥାଶୀଘ୍ର ପୂରଣ ନହେଲେ ଫେବୃଆରୀ ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

କାରଣ ପୂର୍ବରୁ ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିବା ବେଳେ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବା ଓମସା ଅଭିଯୋଗ କରିଛି । ତେଣୁ ହକି ବିଶ୍ବକପ ସରିବା ପରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓମସା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି । ତେବେ ଦାବି ଗୁଡିକ ଭିତରେ ଡ଼ାକ୍ତରମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଓଏମ୍ଏଚଏସ୍ କ୍ୟାଡ଼ର ଡ଼ାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି , ଡ଼ାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ,ଡ଼ାକ୍ତରଙ୍କ ଅବସର ବୟସ ବୃଦ୍ଧି କରା ନ ଯିବା ଭଳି ଦାବି ରଖିଛି ସଂଘ ।

ସେହିପରି ଅନ୍ୟପଟେ ଜାନୁଆରୀ ୧୩ ତାରିଖଠାରୁ ବିଶ୍ଵ ହକିକପ୍ ଓଡ଼ିଶାରେ ଆୟୋଜନ ହେଉଛି ଏହା ଓଡ଼ିଶାର ଗର୍ବ ଓ ଗୌରବ । ଏହାକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ ଫେବୃଆରୀ ୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବା ବୋଲି ସଂଘ କହିଛି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.