ETV Bharat / state

ମାଣିକାଗୋଡାରେ ନିଆରା ପରମ୍ପରା, ମହାମାୟାଙ୍କ ଅପରାଜିତା ପୂଜାରେ ମୁସଲମାନ କର୍ତ୍ତା

author img

By

Published : Oct 5, 2022, 10:19 AM IST

Updated : Oct 5, 2022, 11:12 AM IST

muslim worship to maa durga
ମାଣିକାଗୋଡାରେ ନିଆରା ପରମ୍ପରା

ଖୋର୍ଦ୍ଧା ଜିଲ୍ଲାରେ ମା' ଦୁର୍ଗାଙ୍କ ଅପରାଜିତା ହୋମରେ ଜଣେ ମୁସଲମାନ ସମ୍ପ୍ରଦାୟ କର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । କର୍ତ୍ତା ସାଜି ଭାଇଚାରାର ନିଦର୍ଶନ ଦେଖାଇଛନ୍ତି ବ୍ୟକ୍ତି ଜଣକ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଦୁଇ ବର୍ଷ ପରେ ପାର୍ବଣର ମାହୋଲ । ଧରାପୃଷ୍ଠରେ ପୂଜା ପାଉଛନ୍ତି ମହାମାୟୀ । ସବୁଠି ପୂଜା ଉତ୍ସବ । ମା'ଙ୍କ ସାନିଧ୍ୟ ପାଇଁ ଧନ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡା ଗ୍ରାମରୁ ଆସିଛି କିଛି ଏଭଳି ଚିତ୍ର । ଜିଲ୍ଲାରେ ମା' ଦୁର୍ଗାଙ୍କ ଅପରାଜିତା ହୋମରେ ଜଣେ ମୁସଲମାନ ସମ୍ପ୍ରଦାୟ କର୍ତ୍ତା ହୋଇଥିବା ଦେଖିବାକୁ ମିଳିଛି । କର୍ତ୍ତା ସାଜି ଭାଇଚାରାର ନିଦର୍ଶନ ଦେଖାଇଛନ୍ତି ବ୍ୟକ୍ତି ଜଣକ ।

ମହାମାୟାଙ୍କ ଅପରାଜିତା ପୂଜାରେ ମୁସଲମାନ କର୍ତ୍ତା

ମାଣିକାଗୋଡା ଗାଁରେ ଦୁର୍ଗାପୂଜା ପାଳନ ଅବସରରେ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜିଥାନ୍ତି ମୁସଲମାନ ଦଳ ବେହେରା । ଆଉ ଏହି ପରମ୍ପରାକୁ ପ୍ରାୟ 5ଶହ ବର୍ଷରୁ ଅଧିକ ହେଲାଣି । ମାଣିକାଗୋଡାର ଏହି ପୂଜା ଭାଇଚାରାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଜାତି ଧର୍ମ ବର୍ଣ୍ଣ ଭିତରେ ସମନ୍ବୟ ରଖିଥାଏ । ଭାଇଚାରାର ପର୍ଵ ଦଶହରା । ଦଶହରା ଦିନ ମଧ୍ୟରାତିରେ ଗ୍ରାମର ମୁସଲମାନ ଦଳବେହେରା ମୁଜିବୁର ରେହମାନ ହିନ୍ଦୁ ରିତୀନିତୀ ଅନୁସାରେ ହାତରେ କୁଶବଟୁ ଧାରଣ କରି ଅପରାଜିତା ହୋମରେ ଆହୁତି ପ୍ରଦାନ କରିଛନ୍ତି । ଏଭଳି ନିଆରା ଭାଇଚାରାର ପର୍ଵ ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ ।

ମାଣିକାଗୋଡା ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସ କରୁଛନ୍ତି । ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା । ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପିତ ହୋଇଥାଏ । ଷୋଡଶ ଶତାବ୍ଦୀରୁ ଏହି ପର୍ବ ଏହି ଭଳି ପାଳନ ହୋଇ ଆସୁଥିବା କହିଛନ୍ତି ଗ୍ରାମବାସୀ ।

ଏହି ବା ପଢନ୍ତୁ...ଛିନ୍ନ ମସ୍ତା ପୀଠରେ ବିଜୟା ଦଶମୀ, ବଳି ପଡିଲା କଖାରୁ

ମାଆଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ସବୁଠି ପୂଜା ପାଉଛନ୍ତି ଜଗତଜନନୀ ଦୁର୍ଗା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କରାଯାଉଛି ମାଆଙ୍କ ଉପାସନା । ଦଶହରା ହିନ୍ଦୁ ଧର୍ମର ପୂଜା ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଗାଙ୍କର ଅପରାଜିତା ପୂଜାରେ କର୍ତ୍ତା ସାଜଥାନ୍ତି ମୁସଲମାନ । ଏଭଳି ଏକ ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳନ କରି ବାର୍ତ୍ତା ଦେଇଛି ମାଣିକାଗୋଡା ଗାଁ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Oct 5, 2022, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.