ETV Bharat / state

ଛିନ୍ନ ମସ୍ତା ପୀଠରେ ବିଜୟା ଦଶମୀ, ବଳି ପଡିଲା କଖାରୁ

author img

By

Published : Oct 4, 2022, 9:36 PM IST

ବିଜୟା ଦଶମୀରେ ଦେବୀ ଛିନ୍ନ ମସ୍ତାଙ୍କ ନିକଟରେ କଖାରୁ ବଳି ସହିତ ଲାଗି ହେଲା ଖିରି କାକରା ଭୋଗ । ଅଧିକ ପଢନ୍ତୁ

ଛିନ୍ନ ମସ୍ତ ପୀଠରେ ବିଜୟା ଦଶମୀ, ବଳି ପଡିଲା କଖାରୁ
ଛିନ୍ନ ମସ୍ତ ପୀଠରେ ବିଜୟା ଦଶମୀ, ବଳି ପଡିଲା କଖାରୁ

ବୌଦ୍ଧ:ଶେଷ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା । ନଅ ଦିନ ଧରି ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ମା'ଙ୍କ ବିଜୟା ଦଶମୀ, ପୂଜା ମଣ୍ଡପରେ ମହାନବମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ଆଜି ବିଜୟା ଦଶମୀ ପୂଜା କରାଯାଉଛି । ମହିଷା ମର୍ଦ୍ଦିନୀ ବେଶରେ ପୂଜା ପାଉଛନ୍ତି ଜଗତ ଜନନୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତି ପୀଠ ।

ଛିନ୍ନ ମସ୍ତ ପୀଠରେ ବିଜୟା ଦଶମୀ, ବଳି ପଡିଲା କଖାରୁ


ଏହା ମଧ୍ୟ ପଢନ୍ତୁ-ନବମୀରେ କାହିଁକି କୁମାରୀ ପୂଜା କରାଯାଏ, ଶୁଣନ୍ତୁ ପୂଜକଙ୍କ ମୁହଁରୁ

ଜିଲ୍ଲାର ଘଣ୍ଟାପଡାର ସମଲେଶ୍ବରୀ ମନ୍ଦିର, ବାଉଁଶୁଣୀର କ୍ଷେତ୍ରପାଳିନୀ ମନ୍ଦିର, ଚଣ୍ଡିତଳର ଚଣ୍ଡୀ ମନ୍ଦିର, ଓ ପୁରୁଣାକଟକର ଦେବୀ ଭୈରବୀ ମନ୍ଦିରରେ ସ୍ବତନ୍ତ୍ର ରିତୀନିତୀରେ ମାଙ୍କୁ ପୂଜାର୍ଚ୍ଚନା ପରେ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ଜିଲ୍ଲାର କେତେକ ପୀଠରେ ବଳି ପ୍ରଥା ପ୍ରଚଳିତ ଥିବା ବେଳେ ଅନ୍ୟ କେତେକ ସ୍ଥାନରେ ନିଆରା ଢଙ୍ଗରେ ଏହି ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଥାଏ ।

ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ଛିନ୍ନ ମସ୍ତା ଦେବୀଙ୍କ ପୀଠ । ଦେବୀଙ୍କୁ ବିଜୟା ଦଶମୀ ଅବସରରେ ସ୍ବତନ୍ତ୍ର ରିତୀନିତୀରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏଠାରେ କିନ୍ତୁ ଦେବୀଙ୍କୁ ସାତ୍ତ୍ବିକ ଶୈଳୀରେ ଭୋଗ ଅର୍ପଣ କରାଯାଏ । ଏଠାରେ ରକ୍ତ ବଳି ପ୍ରଥା ସମ୍ପୂର୍ଣ୍ଣ ବାରଣ ଥିବା ବେଳେ ଦେବୀଙ୍କ ନିକଟରେ କଖାରୁ ବଳି ପ୍ରଦାନ କରାଯାଇଥାଏ । ଏହା ସହିତ ଦେବୀଙ୍କ ଅତିପ୍ରିୟ ସୁଆଁଳି ପିଠା, ଖିରି, କାକରା,ଉଖୁଡା ଭଳି ଭୋଗ ଲାଗି ହୋଇଥାଏ । ବିଜୟା ଦଶମୀ ଅବସରରେ ମା ଛିନ୍ନ ମସ୍ତା ପୀଠରେ ବିଜୟା ଦଶମୀ ପାଳନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ତେବେ ବୌଦ୍ଧ ଜିଲ୍ଲାରେ ଚଳଶିତ ବର୍ଷ ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି, ବିନା କଟକଣାରେ ମାଙ୍କୁ ଦର୍ଶନ କରି ଭକ୍ତ ମଧ୍ୟ ଆଶିଷ ଲାଭ କରିଛନ୍ତି । ନବରାତ୍ରୀ ଆରମ୍ଭ ହେବା ଦିନ ଠାରୁ ଶକ୍ତିପୀଠ ଗୁଡିକରେ ମାଙ୍କୁ ଭିନ୍ନ ରୂପରେ ପୂଜା କରାଯାଉଥିଲା । ପ୍ରଥମ ଦିନରେ ଶୈଳପୁତ୍ରୀ ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ପଞ୍ଚମ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରୀ, ଅଷ୍ଟମ ଦିନରେ ମହାଗୌରୀ ଓ ନବମ ଦିନରେ ସିଦ୍ଧିଦାତ୍ରୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.