ETV Bharat / state

ବଢ଼ିବ ଇଞ୍ଜିନିୟରଙ୍କ ଦକ୍ଷତା; ଜଳ ସମ୍ପଦ ବିଭାଗ ଓ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ

author img

By ETV Bharat Odisha Team

Published : Dec 8, 2023, 9:59 PM IST

ଜଳ ସମ୍ପଦ ବିଭାଗ ଓ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ
ଜଳ ସମ୍ପଦ ବିଭାଗ ଓ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ

Water Resources Department and IIT Roorkee MOU: ଜଳ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଇଞ୍ଜିନିୟର । ଇଞ୍ଜିନିୟରଙ୍କର ଦକ୍ଷତା ବୃଦ୍ଧି ପାଇଁ ଜଳ ସମ୍ପଦ ବିଭାଗ ଓ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ ସଂଗଠନର ସିଭିଲ ଇଞ୍ଜିନିୟରଙ୍କର ବଢ଼ିବ ଦକ୍ଷତା । ଜଳ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଇଞ୍ଜିନିୟର । ଇଞ୍ଜିନିୟରଙ୍କର ଦକ୍ଷତା ବୃଦ୍ଧି ପାଇଁ ଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ । ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ଜଳ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଇଞ୍ଜିନିୟର । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳ ସମ୍ପଦ ବିଭାଗ ଏବଂ ଆଇଆଇଟି ରୁର୍କି ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ବାକ୍ଷର ହୋଇଛି ।

ଜଳସମ୍ପଦ ବିଭାଗରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ୍‌ ମ୍ୟାନେଜମେଣ୍ଟ ସୋସାଇଟି ବା ଓସିଟିଡିଏମ୍‌ଏସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ରଶ୍ମି ରଞ୍ଜନ ନାୟକ ଏବଂ ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, "ଓଡିଶାରେ ଥିବା ସଂଖ୍ୟାଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଟ୍ୟାଙ୍କ୍‌ର ସମନ୍ବିତ ବିକାଶ କରିବାକୁ ପଦକ୍ଷେପ ନିଆଯାଇଛି । କ୍ଷୁଦ୍ର ଜଳସେଚନ ଶାଖାର ଯନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଜଳର ନିରନ୍ତର ବ୍ୟବହାର ଏବଂ ଉତ୍ତମ ଅଭ୍ୟାସ ସମ୍ପର୍କରେ ଜାଣିବାରେ ସାହାଯ୍ୟ କରିବ । ଏହା ସହିତ ଜଳ ବିଜ୍ଞାନ ଏବଂ ଏହି ସମ୍ପର୍କିତ ଆନୁଷଙ୍ଗିକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ଦକ୍ଷତା ବୃଦ୍ଧିରେ ସହାୟକ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର, ଜଳ ସମ୍ପଦ ବିଭାଗ-IIT ଗୌହାଟୀ ମଧ୍ୟରେ ବୁଝାମଣା

ସେହିଭଳି ଆଇଆଇଟି ରୁର୍କିର ପ୍ରଫେସର ଡଃ ଦୀପକ ଖରେ କହିଛନ୍ତି, "ଏମ୍‌ଆଇର ଯନ୍ତ୍ରୀମାନଙ୍କୁ ପରିବର୍ତ୍ତୀତ ଟେକ୍ନୋଲୋଜି ଆଧାରରେ ଜଳପରିଚାଳନା ନେଇ ପ୍ରଶିକ୍ଷଣ ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ପାଇଁ ଜଳ ସମ୍ପଦ ବିଭାଗ ତଥା ଓଡିଶା ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଆଇଆଇଟି ରୁର୍କି ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ । ଯାହା ସେମାନଙ୍କର ଦକ୍ଷତାର ବିକାଶ ପୂର୍ବକ ଓଡିଶାରେ କ୍ଷୁଦ୍ର ଜଳସେଚନ ତଥା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିଚାଳନାରେ ସହାୟକ ହେବ ।" ସ୍ବାକ୍ଷରିତ ବୁଝାମଣା ପତ୍ର ଅନୁସାରେ କ୍ଷୁଦ୍ର ଜଳସେଚନର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ପାହ୍ୟାର ୧୭୬ ଜଣ ଇଞ୍ଜିନିୟର ରୁର୍କି ଆଇଆଇଟିରେ ୬ ଦିନ ପାଇଁ ପ୍ରଶିକ୍ଷଣରେ ଯୋଗଦେବେ । ଜାନୁଆରୀ ମାସରେ ଏହି ପ୍ରଶିକ୍ଷଣ ଆରମ୍ଭ ହେବ ।

ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଏହି ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ 5T ଉପକ୍ରମ ଅନେକ ଦିଗ ଉନ୍ମୁକ୍ତ କରିଛି । ନିକଟ ଅତୀତରେ ଚେନ୍ନାଇର ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ, ଆଇଆଇଟି ଗୌହାଟୀ ଏବଂ ଆଇଆଇଟି ରୁର୍କି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.