ETV Bharat / state

ସ୍ବାସ୍ଥ୍ୟ ସେବାକୁ ମିଳିବ ବଳ, ୭ହଜାର ନୂଆ ଡାକ୍ତର ହେବେ ନିଯୁକ୍ତ

author img

By

Published : Jul 25, 2023, 9:15 AM IST

ହଜାର ୨୭୬ ନୂତନ କ୍ଲାସ-୧ ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି । ରାଜ୍ୟରେ ନୂଆ ୭ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିବ । ଅଧିକ ପଢ଼ନ୍ତୁ

New doctors appointment in odisha
୭ ହଜାର ନୂଆ ଡାକ୍ତର ହେବେ ନିଯୁକ୍ତି

ଭୁବନେଶ୍ବର: ସ୍ବାସ୍ଥ୍ୟସେବାକୁ ମିଳିବ ବଳ । ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି । ସମସ୍ତ ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ୭ ହଜାର ୨୭୬ ନୂତନ କ୍ଲାସ-୧ ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି । ରାଜ୍ୟରେ ନୂଆ ୭ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିବ । ଏନେଇ ଓପିଏସ୍‌ସିକୁ ଚିଠି ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

୭ ହଜାର ନୂଆ ଡାକ୍ତର ହେବେ ନିଯୁକ୍ତି
୭ ହଜାର ନୂଆ ଡାକ୍ତର ହେବେ ନିଯୁକ୍ତି

୭ ହଜାର ୨୭୬ ନୂତନ କ୍ଲାସ-୧ ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି । ସେଥିରେ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୨ ହଜାର ୫୦୦ ପଦବୀ ରହିଥିବା ବେଳେ ସାମାଜିକ-ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ୭୧୪ । ସେହିପରି ଅନୁସୂଚିତ ଜାତିବର୍ଗଙ୍କ ପାଇଁ ୧ ହଜାର ୫୯୭ ଏବଂ ଅନୂସୂଚିତ ଜନଜାତି ବର୍ଗଙ୍କ ପାଇଁ ୨ ହଜାର ୪୬୫ଟି ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀ ଗୁଡିକ ପୂରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଲୀନ ପଣ୍ଡିତ ଓଡିଶା ଲୋକସେବା ଆୟୋଗ(ଓପିଏ୍‌ସି)କୁ ଚିଠି ଲେଖିଛନ୍ତି । ଖୁବ୍‌ଶୀଘ୍ର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଧ୍ୟ ଆଶା କରାଯାଉଛି ।

ଏହି ନୂତନ ନିଯୁକ୍ତି ହେଲେ ରାଜ୍ୟରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲି ଥିବା ୨ ହଜାର ୨୭୬ ଡାକ୍ତର ପଦବୀ ପୂରଣ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ନିଯୁକ୍ତି ଓଡିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା ରୁଲ-୨୦୧୭, ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟସେବା ସଂଶୋଧନ ରୁଲ-୨୦୨୦ ଅନୁଯାୟୀ କରାଯିବ । ସ୍ୱାସ୍ଥ୍ୟ ସେବା ପାଇଁ 5000 ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ମେଡିକାଲ ଆଣ୍ଡ୍‌ ହେଲଥ ସର୍ଭିସେସ (OMHS) କ୍ୟାଡରର ଗ୍ରୁପ୍-ଏ' ଜୁନିଅର ଶାଖା LTRMO ପଦବୀରେ 5000 ପଦବୀ ସୃଷ୍ଟି ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜ୍ୟରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଭିନ୍ନ ହସ୍ପିଟାଲରେ ନିଯୁକ୍ତି ସୁଯୋଗ ଦିଆଯାଇଛି ।

ଏହା ବି ପଢନ୍ତୁ...Vacancy In Odisha Health Dept: ସ୍ୱାସ୍ଥ୍ୟସେବାରେ 5000 ପଦବୀ ଖାଲି, ଇଚ୍ଛୁକ କରନ୍ତୁ ଆବେଦନ

30ଟି ଜିଲ୍ଲାରେ 30ଟି DHH ହସ୍ପିଟାଲରେ ପଦବୀ ସୃଷ୍ଟି କରାଯାଇଛି । 21ଟି ଜିଲ୍ଲା DHH ପାଇଁ 15ଟି ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ବାଲେଶ୍ଵର, ବରଗଡ଼, କଟକ କଳାହାଣ୍ଡି ଓ ପୁରୀ DHHରେ 20ଟି ପଦବୀ ରହିଛି । LTRMOର 375ଟି CHCରେ 3750ଟି ପଦବୀ ସୃଷ୍ଟି କରାଯାଇଛି । ଏହା ସହ UCHC ପଟିଆ, ଡୁମଡୁମା, ମ୍ୟୁନିଷିପାଲଟି ହସ୍ପିଟାଲ, ୟୁନିଟ 4 ହସ୍ପିଟାଲ ଏବଂ ସୁନ୍ଦରଗଡର ପାନପୋଷ UCHCରେ 65ଟି ପଦବୀ ରହିଛି । ମୋଟ ଆକାରରେ 5000ପଦବୀ ସୃଷ୍ଟି କରାଯାଇଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ଉନ୍ନତି ଆସିବା ନେଇ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.