ETV Bharat / state

Hockey World Cup: ଆୟୋଜିତ ହେଲା ମିନି ମାରାଥନ, ଦୌଡିଲା ଖୋର୍ଦ୍ଧା

author img

By

Published : Jan 8, 2023, 12:47 PM IST

mini marathon
mini marathon

ହକି ବିଶ୍ୱକପ ପାଇଁ ଖୋର୍ଦ୍ଧାରେ ଆୟୋଜିତ ହେଲା ମିନି ମାରାଥନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଆୟୋଜିତ କରାଯାଇଥିବା ବେଳେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବଲୋକ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

mini marathon

ଖୋର୍ଦ୍ଧା: ପାଖେଇ ଆସୁଛି ହକି ବିଶ୍ବକପ । ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ଦ୍ବିତୀୟ ଥର ପାଇଁ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ଘାରିଛି ହକି ମାନିଆ । ସେହିପରି ବିଶ୍ୱକପ ହକି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହୋଇଛି ହକି ପାଇଁ ଗଣ ଦୌଡ଼ । ସବୁ ବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଁଚିଲେଣି । ଆଜି ଆୟୋଜିତ ହୋଇଥିବା ଗଣ ଦୌଡ ଖୋର୍ଦ୍ଧା ଏସବିଆଇ ଛକ ଠାରୁ ବାହାରି ସହର କରିକ୍ରମା କରି କୋର୍ଟ ଛକ ଠାରେ ଶେଷ ହୋଇଥିଲା । ଏହି ଦୌଡ଼ରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହି ଦୌଡ଼ରେ ସାମିଲ ହୋଇଥିଲେ । ଦେଖିବାକୁ ଗଲେ ଜିଲ୍ଲାର ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବଲୋକ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Russian Engineer Death: ଋଷୀୟ ଇଞ୍ଜିନିୟରଙ୍କ ମୃତଦେହକୁ ପଠାଗଲା ମସ୍କୋ

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ, ବେଗୁନିଆ ବିଧାୟକ, ଖୋର୍ଦ୍ଧା ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପତାକା ଦେଖାଇ ମାରାଥନକୁ ଉଦଘାଟନ କରିଥିଲେ । ଶେଷରେ ଖୋର୍ଦ୍ଧା ଷ୍ଟାଡିୟମ ପରିସରରେ ଏକ କାର୍ଯ୍ୟକ୍ରମରେ ହକି ପାଇଁ ଗଣ ଦୌଡ଼ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଆସନ୍ତା 13 ତାରିଖରୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ । ଏଥିରେ 16ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।

ଏହା ମଧ୍ୟ ପଢନ୍ତୁ: Sqn Leaders Bhavna Kanth: ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ

ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, " ଦ୍ବିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ବକପ ହେବାକୁ ଯାଉଛି । ଏହା ଆମ ପାଇଁ ଗର୍ବର ବିଷୟ ଅଟେ । ତେବେ ଆମେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଏକ ମିନି ମାରାଥନ କରିଥିଲୁ । ସମସ୍ତେ ଜାଣିବା ଦରକାର ଯେ ହକି ଆମ ପାଇଁ ଗର୍ବ ଅଟେ । ସମସ୍ତଙ୍କୁ ହକି ମ୍ୟାଚ ଦେଖିବା ପାଇଁ ମୁଁ ଅନୁରୋଧ କରୁଛି । କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସମସ୍ତ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.