ETV Bharat / state

ଉତ୍କଳ ବିଶ୍ଵବିଦ୍ୟାଳୟରେ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ, ସାମିଲ ହେଲେ 2 କେନ୍ଦ୍ରମନ୍ତ୍ରୀ

author img

By ETV Bharat Odisha Team

Published : Oct 3, 2023, 9:46 PM IST

ମୋ ମାଟି ମୋ ଦେଶ
ମୋ ମାଟି ମୋ ଦେଶ

ମୋ ମାଟି ମୋ ଦେଶ ଅଭିଯାନ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମାଟିକୁ ନମନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ମୋ ମାଟି ମୋ ଦେଶ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା "ମୋ ମାଟି ମୋ ଦେଶ" ଅଭିଯାନ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମାଟିକୁ ନମନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ମା' ସରସ୍ୱତୀଙ୍କ ଆଶୀର୍ବାଦ ନେବା ସହ ବୃକ୍ଷ ରୋପଣ କରିଥିଲେ । ପରେ ବିଶ୍ୱବିଦ୍ୟାଳୟରେ ଏକ ଶହୀଦ ସ୍ମାରକୀର ଉନ୍ମୋଚନ କରାଯିବା ସହ ୧୦ ଶହୀଦ ପରିବାରଙ୍କୁ ସମ୍ମାନିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଗଠନର ସ୍ବେଛାସେବୀମାନେ ଉପସ୍ଥିତ ଥିଲେ । "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭିଜନ୍ ଯେଉଁଥିରେ ଶହୀଦମାନଙ୍କୁ ଦେଶ ସମ୍ମାନ ଜଣାଉଛି । ଦେଶରେ ପ୍ରତ୍ୟେକ ନାଗରିକଙ୍କୁ ଏହା ଗର୍ବ କରାଇବ । ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଓ ନିଜକୁ ଗର୍ବ ଅନୁଭବ କରାନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁରାଗ ।

ଏହା ମଧ୍ୟ ପଢ଼ନ୍ତୁ....ସହସ୍ର ଆଳତୀ ସହ ସମ୍ପନ୍ନ ହେଲା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ସେପଟେ ଓଡ଼ିଶା ମାଟି ବୀରର ମାଟି । ସହିଦ ଜୟୀ ରାଜଗୁରୁଙ୍କ ଜନ୍ମ ମାଟିରୁ ଏହି ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ମାଟିରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଫକୀର ମୋହନ ସେନାପତିଙ୍କ ଭଳି ମାହାପୁରୁଷମାନେ ଜନ୍ମ ନେଇଛନ୍ତି। ଦେଶ ସ୍ଵାଧୀନ ହେବା ପାଇଁ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । G20 ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା କୋଣାର୍କ ଚକ୍ର ଆଗରେ ସବୁ ଦେଶର ଲୋକଙ୍କୁ ସ୍ଵାଗତ କଲେ ଏହା ଓଡିଶା ପାଇଁ ଗୌରବର କଥା । ତେବେ ଯେଉଁଠି କିଙ୍ଗ୍‌ ଜର୍ଜର ମୂର୍ତ୍ତି ଥିଲା ସେଠି ଆଜି ନୂଆ ଭାରତର ଚେହେରା ଦେଶର ୬ ଲକ୍ଷ ଗାଁରୁ ମାଟି ସଂଗ୍ରହ ହୋଇ କର୍ତ୍ତବ୍ୟ ପଥରେ ରଖାଯିବ । ଯାହା ଆମ ପାଇଁ ଗର୍ବର କଥା। ତେଣୁ ଓଡିଶା, ଓଡ଼ିଆ ଲୋକ ଓ ଯୁବପିଢ଼ିଙ୍କ ସେବା, ତ୍ୟାଗ ଆଗାମୀ ଦିନମାନଙ୍କରେ ଭାରତ ପାଇଁ ଆହୁରି ଦୁଇ ପାଦ ଆଗକୁ ବଢ଼ିବାରେ ନିଶ୍ଚୟ ସାହାଯ୍ୟ କରିବ । ଏହାସହ ୨୦୩୬ ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୁରିବ । ଭାରତର ଏହି ସଫଳତା ଯୁବ ପିଢ଼ି ପାଇଁ ଶ୍ରେୟ ହେବ । ସମସ୍ତେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ ଦେଶର ସବୁ ନାଗରିକମାନେ ସାମିଲ ହେବା ପାଇଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.