ETV Bharat / state

ସହସ୍ର ଆଳତୀ ସହ ସମ୍ପନ୍ନ ହେଲା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Sep 27, 2023, 12:17 PM IST

Updated : Sep 27, 2023, 1:56 PM IST

ବୌଦ୍ଧରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଉଦଯାପିତ । ଜିଲ୍ଲାର ଶତାଧିକ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଗତକାଲି ସଂଧ୍ୟାରେ ମହାନଦୀରେ ସହସ୍ର ଆଳତୀ ପୂର୍ବକ ସମାପନ ହୋଇଛି । ଅଧିକ ପଢନ୍ତୁ

meri maati mera desh campaign
meri maati mera desh campaign

meri maati mera desh campaign

ବୌଦ୍ଧ: ଉଦଯାପିତ ହେଲା ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ । ନିର୍ବାଚନ ମଣ୍ଡଳୀର ଶତାଧିକ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଗତକାଲି ସଂଧ୍ୟାରେ ମହାନଦୀରେ ସହସ୍ର ଆଳତୀ ପୂର୍ବକ ସମାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଗଠନ ସମେତ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ବିଜେପିର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି । ଉଭୟ ନିର୍ବାଚନ ମଣ୍ଡଳୀର ଶତାଧିକ ଗ୍ରାମରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯିବା କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଗତକାଲି ମହାନଦୀରେ ସହସ୍ର ଆଳତୀ ପୂର୍ବକ ସମାପନ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- କଟକରେ ଆରମ୍ଭ ହେଲା 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ

ଏନେଇ ଗତକାଲି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ନେତା ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ସରୋଜ କୁମାର ପ୍ରଧାନ, ପ୍ରଭାରୀ ରାକେଶ ତ୍ରିପାଠୀ ତଥା ଶହ ଶହ ବିଜେପି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳୀର ତଳଗାଁଠାରୁ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ପର୍ଯ୍ୟନ୍ତ ଶତାଧିକ ଗ୍ରାମରେ ବିଜେପି ନେତା ଓ କର୍ମକର୍ତ୍ତାମାନେ ପବିତ୍ର ମାଟି ସଂଗ୍ରହ କରିଥିଲେ । ଏହାପରେ ବିଭିନ୍ନ ବସ୍ତିରେ ଏହି ପବିତ୍ର ମାଟିକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଶେଷରେ ମହାନଦୀ କୂଳରେ ଅବସ୍ଥିତ ଆଳତୀ ଘାଟ ଠାରେ ସଂଧ୍ୟାରେ ସହସ୍ର ଆଳତୀ ପୂର୍ବକ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- Mo mati mo desha: ଶହୀଦ ଶ୍ରୀନିବାସଙ୍କ ଗାଁରୁ ମାଟି ସଂଗ୍ରହ କଲେ ରାଜ୍ୟ ବିଜେପି ସଭାପତି

ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ତଥା ସହୀଦଙ୍କ ଗୃହରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା । ତେବେ ଗତକାଲି ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦହ୍ୟା, ଅମୁର୍ଡା, ଚାଉରିଆପଦର ଭଳି ଗ୍ରାମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ବିଜେପି ନେତା ସୁଶାନ୍ତ ବାଘ, ନିରଞ୍ଜନ କର୍ଣ୍ଣଙ୍କ ସମେତ ବହୁ ନେତା ଓ କର୍ମୀ କଳସ ଶୋଭାଯାତ୍ରାରେ ଭାଗନେଇ ପବିତ୍ର ମାଟି ସଂଗ୍ରହ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 27, 2023, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.