ETV Bharat / state

Matric Result: ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ

author img

By

Published : May 7, 2023, 12:01 PM IST

matric exam result
matric exam result

ମାଟ୍ରିକ ପରୀକ୍ଷା ଫଳ ଜାଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ପରୀକ୍ଷାର୍ଥୀ । ମେ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଉ ମାତ୍ର କିଛି ଦିନର ଅପେକ୍ଷା । ମାଟ୍ରିକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ପରୀକ୍ଷା ଫଳ ଜାଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଚଳିତ ମାସ ଅର୍ଥାତ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ତରଫରୁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । କୌଣସି ମୂହୁର୍ତ୍ତରେ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଆସିପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଚଳିତ ବର୍ଷ ମାର୍ଚ୍ଚ 10 ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ମାର୍ଚ୍ଚ 20 ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ଏପ୍ରିଲ 3 ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋଟ 56ଟି ମୂଲ୍ୟାୟନ କେନ୍ଦ୍ରରେ କରାଯାଇ ଏପ୍ରିଲ 17 ତାରିଖରେ ଖାତାଦେଖା ଶେଷ ହୋଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା ।

୧୨ ଦିନ ଭିତରେ ଅର୍ଥାତ ଏପ୍ରିଲ ୧୫ ତାରିଖ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିଥିଲା ବୋର୍ଡ । ମୂଲ୍ୟାୟନ ପାଇଁ ୫୬ଟି କେନ୍ଦ୍ର କରାଯାଇଥିଲା । ମୂଲ୍ୟାୟନ ପ୍ରକ୍ରିୟା ପରେ ବୋର୍ଡ ପକ୍ଷରୁ ଟାବୁଲେସନ ଭଳି ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଫଳ ପ୍ରକାଶ ପାଇବ । ତ୍ରୁଟିଶୂନ୍ୟ ଫଳ ପ୍ରକାଶ କରିବାକୁ ବୋର୍ଡ଼ ଗୁରୁତ୍ବ ଦେଇଛି । ସେହିପରି ସାମାଜିକ ବିଜ୍ଞାନ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀଙ୍କର ଅର୍ଥାତ କେବଳ B ସେଟରେ ଯେଉଁ ତ୍ରୁଟି ରହିଥିଲା,ତାହାର ସମାଧାନ କରାଯାଇଛି । ଅର୍ଥାତ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି । ଫଳରେ କୌଣସି ଛାତ୍ରଛାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଆଜି NEET UG ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ 56,889 ପରୀକ୍ଷାର୍ଥୀ

ଅନ୍ୟପଟେ ମେ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଶେଷ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ ଖାତାଦେଖା ଆଜି ସରିବ । ତାରିଖ ଧାର୍ଯ୍ୟ ହୋଇନଥିଲେ ସୁଦ୍ଧା ମେ ଶେଷ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.