କେନ୍ଦ୍ର ସରକାରଙ୍କ ବୃହତ୍‌ ରୋଜଗାର ମେଳା, ଓଡ଼ିଶାରୁ 384ଙ୍କୁ ନିଯୁକ୍ତି

author img

By

Published : Nov 23, 2022, 7:30 AM IST

୍

ଭାରତର 45ଟି ସ୍ଥାନରେ 71 ହଜାର 56 ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଓଡ଼ିଶାରେ 384 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବୃହତ ରୋଜଗାର ମେଳା ଆୟୋଜିତ ହୋଇଛି । ଭାରତର 45ଟି ସ୍ଥାନରେ 71 ହଜାର 56 ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ନବନିଯୁକ୍ତଙ୍କ ପାଇଁ ଏହା ଏକ ଅନଲାଇନ୍ ଓରିଏଣ୍ଟେସନ ପାଠ୍ୟକ୍ରମ ।

ଓଡ଼ିଶାରୁ ନିଯୁକ୍ତି ପାଇଲେ 384

ଏହି କ୍ରମରେ ଓଡ଼ିଶାରେ 384 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । CAPFରେ ୮ଜଣ, ଭୁବନେଶ୍ବର ଏମ୍‌ସ୍‌ରେ ୪୦, BSFରେ ୫୦, CISFରେ ୧୮ ଜଣ, ଖୋର୍ଦ୍ଧା ରେଳ ଡିଭିଜନରେ ୬୫ ଜଣ, ESICରେ ୨୫ ଜଣ, HALରେ ୩ ଜଣ, IITରେ 2, ଆୟକର ବିଭାଗରେ 17 ଜଣ, ITBPରେ 16 ଜଣ, ପୋଷ୍ଟାଲ ବିଭାଗରେ 53, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ 4 ଜଣ, SCBରେ 28 ଜଣ, ବ୍ୟାଙ୍କ୍‌ରେ 55 ଜଣ ନିଯୁକ୍ତି ପାଇଛନ୍ତି ।

ଭୁବନେଶ୍ବର ରେଳ ଅଡିଟରିଅମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଶାୟୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ 10 ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେଉଛନ୍ତି କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର 22 ତାରିଖରେ 75 ହଜାର ପିଲାଙ୍କୁ ଅଫର ଲେଟର ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.