ETV Bharat / state

ମମିତା ହତ୍ୟା ଘଟଣା: SP ଅଫିସ ଘେରିଲା ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା

author img

By

Published : Oct 27, 2021, 7:26 PM IST

ମମିତା ହତ୍ୟା ଘଟଣା: ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା ଘେରିଲା SP ଅଫିସ
ମମିତା ହତ୍ୟା ଘଟଣା: ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା ଘେରିଲା SP ଅଫିସ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାର ପ୍ରତିବାଦ କରି ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଏସପି ଅଫିସ ଘେରାଉ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ତେବେ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାର ପ୍ରତିବାଦ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା।

ମମିତା ହତ୍ୟା ଘଟଣା: ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା ଘେରିଲା SP ଅଫିସ

ସେପଟେ ଦିନକୁ ଦିନ ଏହି ଘଟଣା ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟୁଥିବା ଦେଖାଯାଇଛି । ମମିତାଙ୍କ ହତ୍ୟା ଘଟଣାରେ କେବଳ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ନାହିଁ ବରଂ ଏଥିରେ ରାଜ୍ୟ ମନ୍ତ୍ରୀମଣ୍ଡଳର ପାୱାରଫୁଲ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି (ବୁଧବାର) ଖୋର୍ଦ୍ଧା ମହିଳା ମୋର୍ଚ୍ଚା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ।

ତେବେ ତୁରନ୍ତ ଏହି ହତ୍ୟାକାଣ୍ଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଖୋର୍ଦ୍ଧା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.