ETV Bharat / state

ମକର ମହୋତ୍ସବରେ ଅବ୍ଯବସ୍ଥା ! ଦର୍ଶକଙ୍କୁ ଆକୃଷ୍ଟ ପାଇଁ ଲଟେରୀ ଟିକେଟ ବାଣ୍ଟିଲେ ବିଧାୟକ

author img

By ETV Bharat Odisha Team

Published : Jan 19, 2024, 12:50 PM IST

ମକର ମହୋତ୍ସବରେ ଅବ୍ଯବସ୍ଥା !
ମକର ମହୋତ୍ସବରେ ଅବ୍ଯବସ୍ଥା !

Makara Mahotsav at Atri: ଅବ୍ଯବସ୍ଥା ଭିତରେ ଅଟ୍ରି ମକର ମହୋତ୍ସବ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଲଟେରୀ ଟିକେଟ ବାଣ୍ଟିଲେ ବିଧାୟକ । ଅଧିକ ପଢନ୍ତୁ

ମକର ମହୋତ୍ସବରେ ଅବ୍ଯବସ୍ଥା

ଖୋର୍ଦ୍ଧା: ମକର ମହୋତ୍ସବ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି କିନ୍ତୁ ମକର ମହୋତ୍ସବ ଯେପରି ଚମକ ହରାଇବା ପରି ମନେହେଉଛି । ମକର ମହୋତ୍ସବ ପୂର୍ବଭଳି ନା ଦର୍ଶକକୁ ବାନ୍ଧି ରଖିପାରୁଛି ନା ଏଠାକୁ ଆସୁଥିବା ବ୍ଯବସାୟୀମାନେ ଲାଭ ଉଠାଇ ପାରୁଛନ୍ତି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସବଣ କେନ୍ଦ୍ର ମକର ମହୋତ୍ସବ ୨୦୨୪ରେ ।

ଅଟ୍ରି ଉଷ୍ମ ପ୍ରସବଣ କେନ୍ଦ୍ର ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ସହଯୋଗରେ ଆରମ୍ଭ ହୋଇଛି ମକର ମହୋତ୍ସବ । ଚଳିତ ବର୍ଷ ମକର ସଂକ୍ରାନ୍ତି ଠାରୁ ୫ ଦିନ ଧରି ଏହି ମହୋତ୍ସବ ପାଳନ ପାଇଁ ଅନୁମତି ମିଳିଥିବା ବେଳେ ବିଧାୟକ ଏହାକୁ ସାତ ଦିନ ପର୍ଯ୍ୟନ୍ତ ବର୍ଦ୍ଧିତ କରିଛନ୍ତି । ପ୍ରତିଦିନ ସନ୍ଧ୍ଯାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିବା ପାଇଁ ବ୍ଯବସ୍ଥା କରାଯାଇଛି । କିନ୍ତୁ ମହୋତ୍ସବ ସତେ ଯେମିତି ଦର୍ଶକଙ୍କୁ ବାନ୍ଧି ରଖିବାରେ ବିଫଳ ହୋଇଛି । କମିଟି ପକ୍ଷରୁ ଅଟ୍ରି ଉଷ୍ମ ପ୍ରସବଣ ପରିସରରେ ୫୪ ଷ୍ଟଲ କରାଯାଇଛି । ସେଥିମଧ୍ୟରୁ ୨୦ଷ୍ଟଲ ବିଭିନ୍ନ ମିଶନଶକ୍ତି ମାଆମାନଙ୍କୁ ବଣ୍ଟନ କରାଯାଇଥିବା ବେଳେ ୩୪ ଷ୍ଟଲ ଚଢା ଦରରେ ବ୍ଯବସାୟୀଙ୍କୁ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି, ସୁରକ୍ଷା ବ୍ୟବସ୍ଥା କଡାକଡି

ଷ୍ଟଲ ପିଛା ଚଢା ଦର ରଖାଯାଇଥିବା ବେଳେ ମହୋତ୍ସବକୁ ଲୋକ ଆସୁନଥିବାରୁ ଆଶାନୂରୁପ ବ୍ଯବସାୟ ହେଉନଥିବା ଏଭଳିକି ଷ୍ଟଲ ଭଡା ଉଠୁନଥିବା କହିଛନ୍ତି ବ୍ଯବସାୟୀମାନେ । ଅନ୍ଯ ପଟେ ମିଶନଶକ୍ତିର ମାଆ ମାନେ ଷ୍ଟଲ ଗୁଡିକରେ ବ୍ଯବସାୟ କରିବା ତ ଦୂରର କଥା ସେମାନଙ୍କୁ ନାନା ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଥିବା କହିଛନ୍ତି । ମିଶନଶକ୍ତି ମାଆ ମାନଙ୍କ କହିବା ଅନୁଯାୟୀ, ମହୋତ୍ସବରେ ଲୋକମାନଙ୍କ ସମାଗମ ହେଉନି । ଦର୍ଶକମାନେ ସେମାନେ ଆଣିଥିବା ସାମଗ୍ରୀ କିଣୁନଥିବାରୁ ବେପାର ମଧ୍ୟ ହେଉନି । ଏଥିସହ କମିଟି ତରଫରୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଶୌଚାଳୟ ଯିବା ପାଇଁ ୧୦ ଟଙ୍କା ଟିକେଟ ପାଇଁ ଦାବି କରୁଛି କମିଟି ସଦସ୍ୟ । ଯାହାଫଳରେ ବୋଝ ଉପରେ ଲଳିତା ବିଡା ପରି ଶୋଷଣ କରାଯାଉଛି । ବ୍ଲକ ପ୍ରଶାସନ ପକ୍ଷରୁ ମିଶନଶକ୍ତି ମାଆ ମାନଙ୍କୁ ମହୋତ୍ସବକୁ ପଠାଇଥିବା ବେଳେ ସେମାନେ ବିଭିନ୍ନ ସମସ୍ଯା ଭୋଗୁଥିବା ଭଳି ସିଧାସଳଖ ଅଭିଯୋଗ କରିଛନ୍ତି ।

ସେପଟେ ବ୍ୟବସାୟୀମାନଙ୍କ ସମସ୍ୟାକୁ ସ୍ଥାନୀୟ ବିଧାୟକ ମାନିଥିବା ବେଳେ ମହୋତ୍ସବରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିନା ମୂଲ୍ଯରେ ଲଟେରୀ ଟିକେଟ ବଣ୍ଟା ଯାଉଛି । ଦର୍ଶକ କିପରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିବେ ସେଥିପାଇଁ ମାଗଣା ସାଇକେଲ ଦେବାର ବ୍ଯବସ୍ଥା ମଧ୍ୟ କରାଯାଇଛି । ସେହିପରି ପର୍ଯ୍ୟଟନ ବିଭାଗର ଶୌଚାଳୟ ପାଇଁ କାହିଁକି ମହୋତ୍ସବ କମିଟି ଟଙ୍କା ଆଦାୟ କରିଛି ସେନେଇ ପ୍ରଶ୍ନ ଉଠିଛି । ଅନ୍ଯ ପଟେ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବା ପରିବର୍ତ୍ତେ ସବୁଆଡେ ବିଜେଡି ନେତାମାନଙ୍କ ପୋଷ୍ଟର ମରାଯିବାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି । ମିଶନଶକ୍ତି ମା' ମାନଙ୍କୁ ଜୋରଦବଦସ୍ତି ଏଠାକୁ ଆଣି ଷ୍ଟଲ ଖୋଲିବା ପାଇଁ ବିଧାୟକ ଅପଚେଷ୍ଟା କରୁଥିବା ସମାଜସେବୀ ତଥା ଆମ ଆଦମୀ ପାର୍ଟି ନେତା କଳ୍ପତରୁ ପଣ୍ଡା ସିଧାସଳଖ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.