ETV Bharat / state

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ

author img

By

Published : Nov 8, 2022, 7:43 AM IST

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହୋଇ ୬ଟା ୧୮ରେ ସର୍ବମୋକ୍ଷ । ଅଧିକ ପଢନ୍ତୁ

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ
ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ

ଭୁବନେଶ୍ବର: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ(Lunar eclipse) । ଏଥିପାଇଁ ଆଜି ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଦିନ ୩ଟା ୪୬ ମିନିଟ୍‌ରେ ସମ୍ପୂର୍ଣ୍ଣ ଗ୍ରହଣ ଲାଗିବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ । ଏହି ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡ ଠାରୁ ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ଯାଏଁ ଦୃଶ୍ୟମାନ ହେବ । ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ ।

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗ୍ରହଣ ଲାଗୁଥିବାରୁ ଶ୍ରଦ୍ଧାଳୁମାନେ ଭୋର୍ ୫ଟା ୫୪ ମିନିଟ୍ ପୂର୍ବରୁ ଦେବନୀତି, ଡଙ୍ଗାଭସା ସାରିଛନ୍ତି । ସେହିପରି ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରାତି ୧୨ଟା ୧୦ରେ ଶ୍ରୀମନ୍ଦିର ଦ୍ବାର ଫିଟାଯାଇଛି । ଏହାପରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ହୋଇ ରାତ୍ର ସାଢେ ୨ଟା ସୁଦ୍ଧା ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ସରିଛି ।

ଏହାମଧ୍ୟ ପଢନ୍ତୁ: ବାଲିଯାତ୍ରାରେ ବାଲୁକା କଳା, ବୋଇତରେ ଲାଗିଛି ୨୫ ହଜାର ଦୀପ

ଦିନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ । ତେବେ ଗ୍ରହଣ ନୀତିକୁ ଦେଖି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସୁନାବେଶ ଦେଖିପାରିବେ ନା ନାହିଁ ତାହା ନିଷ୍ପତ୍ତି ହୋଇନି । ସନ୍ଧ୍ୟା ୬ଟା ୧୮ ମିନିଟରେ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.