ETV Bharat / state

ପୋଲିସ କହିଥିଲା ଏଥର ପୂଜାରେ ଜଗିବ ଘର, ସ୍କାଏଲେଟ୍ ଭାଙ୍ଗି ଘରୁ ଲୁଟିନେଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Oct 23, 2023, 7:22 PM IST

ପୂଜାରେ ମାତିଲେ ଚୋର :ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ , ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ
ପୂଜାରେ ମାତିଲେ ଚୋର :ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ , ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ପାର୍ବଣରେ ରାଜଧାନୀରେ ଚୋର ମାତିଛନ୍ତି । ପୂଜା ଦେଖିବା ପାଇଁ ପରିବାର ସହିତ ଯାଉଥିଲେ ସାବଧାନ । ଆପଣଙ୍କ ଘରେ ହୋଇ ପାରେ ଚୋରି । ଅଧିକ ପଢନ୍ତୁ

ପୂଜାରେ ମାତିଲେ ଚୋର :ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ , ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ଭୁୁବନେଶ୍ୱର: ପାର୍ବଣରେ ରାଜଧାନୀରେ ମାତିଲେ ଚୋର । ଘରର ସ୍କାଏଲେଟ ଭାଙ୍ଗି ଲୁଟିଲେ ବହୁ ଦାମୀ ସାମଗ୍ରୀ । ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାରରୁ ଏକ ଘରୁ ସ୍କାଏଲେଟ କଳାକନା ବୁଲାଇଲେ ଚୋର । କମିଶନରେଟ ପୋଲିସ ପାର୍ବଣ ପୂର୍ବରୁ ରାଜଧାନୀବାସୀଙ୍କ ସୁରକ୍ଷା ଦବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ସହରରେ ବାମ୍ବାର ଚୋରି ,ଡକାୟତି ଇତ୍ୟାଦି ବଢି ଚାଲିଛି । ଯାହାକୁ ନେଇ ସାଧାରଣରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂୂଚନାଯୋଗ୍ୟ ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାରରେ ଘଟିଛି ଏଭଳି ଚୋରି ଘଟଣା । ସେକ୍ଟର ୫ରେ ଥିବା ପ୍ଲଟ ନମ୍ବର 454ରେ ଥିବା ପ୍ରସନ୍ନ ସେନାପତିଙ୍କ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଆଲମିରା ଭାଙ୍ଗି ସେଥିରେ ଥିବା ଟଙ୍କା ଓ ମୁଲ୍ୟବାନ ଜିନିଷ ନେଇ ଛୁ ମାରିଛନ୍ତି ଚୋର । ପ୍ରସନ୍ନଙ୍କ ପରିବାର ପୂଜା ବୁଲିବା ବାହାରକୁ ଯାଇଥିବା ବେଳେ ଘରେ କେହିନଥିବାର ସୁଯୋଗ ନେଇ ଘରର ସ୍କାଏଲେଟ ଭାଙ୍ଗି ଲୁଟିଥିଲେ ଦୁର୍ବୃତ୍ତ । ପରେ ପରିବାର ଲୋକେ ଘରକୁ ଫେରି ଜାଣିବାକୁ ପାଇଥିଲେ । ଏହା ପରେ ପରିବାର ଲୋକେ ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପାର୍ବଣରେ ପୂର୍ବରୁ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଥିବା ବେଳେ କିନ୍ତୁ ରାଜଧାନୀରେ ଏହି ଭଳି ବାରମ୍ବାର ଚୋରି,ଡକାୟତି ଘଟଣା ଘଟୁଛି । ଯାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରବାସୀଙ୍କୁ ସୁରକ୍ଷା ଦବା ପାଇଁ ପାର୍ବଣରେ ପୂର୍ବରୁ ହାର୍ଡକୋର କ୍ରିମିନାଲ ତଥା ପେସାଗତ ଅପରାଧିମାନଙ୍କୁ ଗିରଫ କରିଥିଲେ ମଧ୍ୟ ଦୁର୍ବୃତ୍ତ ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପୂଜା ମଣ୍ଡପରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

କେବଳ ସେତିକି ନୁହେଁ ଘର ଠାରୁ ଆରମ୍ଭ କରି ମଣ୍ଡପ ପର୍ଯନ୍ତ ମାତିଛନ୍ତି ଲୁଟେରା । ବମିଖାଲ ପୂଜା ମଣ୍ଡପ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଚୋରି କରିନେଥିବା ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ପୋଲିସ ମଧ୍ୟ ସମସ୍ତ ପୂଜା ମଣ୍ଡପର ସିସିଟିଭି ସର୍ଭେଲାନ୍ସ ଉପରେ ନଜର ରଖିଛି । ଏହା ସହ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ମଣ୍ଡପ ଗୁଡିକରେ ସାଧା ପୋଷାକ ଧାରୀ ପୋଲିସ ନିୟୋଜିତ କରାଯାଇଛି । ଏଯାବତ ଅନେକ ପୂଜା ମଣ୍ଡପରୁ ମୋବାଇଲ ଓ ପର୍ସ ଚୋରି‌ ହୋଇଥିବା ଅଭିଯୋଗ ହୋଇଛି । ଦଶମୀ ଦିନ ଅଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟିରୁ ରଖି ଆଲର୍ଟ ରହିଛି ପୋଲିସ ।

ଇଟିଭି ଭାରତ,ଭୁୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.