ETV Bharat / state

ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

author img

By

Published : Sep 1, 2020, 9:02 AM IST

ଘରୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଲକ୍ଷାଧିକ ଟଙ୍କା ସହ କଲେ ସୁନାଗହଣା ଲୁଟ । ଅଧିକ ପଢନ୍ତୁ...

loot in Khordha
ଘରୁ କଳାକନା ବୁଲାଇଲେ ଦୁବୃର୍ତ୍ତ ,ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟ

ଖୋର୍ଦ୍ଧା: ଘରୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଲକ୍ଷାଧିକ ଟଙ୍କା ସହ କଲେ ସୁନାଗହଣା ଲୁଟ । ଏପରି ଅଭିଯୋଗ ଆସିଛି ଜଟଣୀରୁ । ବାଲିସାହି ଛକରେ ଥିବା ବିଜୟ କୁମାର ଦାସଙ୍କ ଘରୁ ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣ ଲୁଟ କରିନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ,ସୋମବାର ରାତିରେ ବିଜୟଙ୍କ ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁବୃର୍ତ୍ତ ଘରୁ ଦୁଇ ଲକ୍ଷ ଟଙ୍କା ଓ କିଛି ଅଳଙ୍କାର ଚୋରି କରିଥିଲେ । ଏନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା । ପରେ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଜନଗହଳି ପୂର୍ଣ ସ୍ଥାନରେ ଥିବା ଘରୁ କିପରି ଲୁଟ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.