ETV Bharat / state

ହୁ ହୁ ବଢୁଛି ପରିବା ଦର: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ

author img

By

Published : Jul 6, 2023, 10:50 PM IST

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ
ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ

ରାଜ୍ୟରେ ପନିପରିବାର ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ସାକ୍ଷାତ କରି ୧୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଦଳର କର୍ମକର୍ତ୍ତା ।

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ପନିପରିବାର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କିଷାନ କଂଗ୍ରେସ। ରାଜ୍ୟ ସରକାରଙ୍କ ଚରମ ଅବହେଳାରୁ ପନିପରିବାର କୃତ୍ରିମ ଦରବୃଦ୍ଧି ଯୋଗୁ ଖାଉଟି ଓ ଚାଷୀଙ୍କ ସ୍ବାର୍ଥ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିବା କହିଛି ପିସିସି କିଷାନ କଂଗ୍ରେସ। ସମଗ୍ର ରାଜ୍ୟରେ ପନିପରିବା ଦର ଆକାଶଛୁଆଁ ରହିଛି। ଟମାଟୋ କିଲୋ ପ୍ରତି ୧୨୦ ଟଙ୍କା , ଅଦା କିଲୋ ପ୍ରତି ୩୦୦କୁ ଟପିଲାଣି । ଅନ୍ୟ ପରିବାର ଦର ମଧ୍ୟ ତାଳ ଦେଇ ବୃଦ୍ଧି ହେବାରେ ଲାଗିଛି । ସରକାରଙ୍କର ଏଥପ୍ରତି ତିଳେମାତ୍ର ନିଘା ନଥିବା ଅଭିଯୋଗ କରିଛି କିଷାନ କଂଗ୍ରେସ ।

"ବଜାର ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ । ବିଜେଡ଼ି ସରକାରର ଚରମ ଅବହେଳାରୁ ବିହନ ଅଭାବ, ମଣ୍ଡି ଅବ୍ୟବସ୍ଥା ଓ ଆବଶ୍ୟକ ଶୀତଳଭଣ୍ଡାର ନଥିବା ଯୋଗୁଁ ବର୍ଷତମାମ ଓଡ଼ିଶା ବଜାରକୁ ପରିବା ଆସିପାରୁନାହିଁ । ଯାହା କିଛି ଆସୁଛି, ତାହା ବ୍ୟବସାୟୀଙ୍କ କବ୍ଜାରେ ରହୁଛି । ଫଳରେ ଗରୀବ, ନିମ୍ନ ମଧ୍ୟବିତ ଓ ସାଧାରଣ ଖାଉଟିଙ୍କ ପକ୍ଷରେ ପରିବା କିଣିବା କାଠିକର ପାଠ । ୨୦୦୦ ମସିହାରେ ବିଜେଡ଼ି ଦଳ ସରକାରକୁ ଆସିବାବେଳେ ତାଙ୍କ ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ପ୍ରତି ବ୍ଳକସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ୨୦୧୪ରେ ଚାଷ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି ପ୍ରତିଶ୍ରୁତି ଗଲା କୁଆଡ଼େ ?" ବୋଲି ପ୍ରଶ୍ନ କରିଛି କିଷାନ କଂଗ୍ରେସ।

ଏହା ମଧ୍ୟ ପଢନ୍ତୁ...ଚୋରି ହୋଇଗଲା ଅଢେଇ ଲକ୍ଷର ଟମାଟୋ, ଥାନାର ଦ୍ବାରସ୍ତ ହେଲେ ଚାଷୀ

'ହାତଗଣତି କେତୋଟି ଅଚଳ ଶୀତଳଭଣ୍ଡାରକୁ ଛାଡ଼ିଦେଲେ ଉଦ୍ୟାନ ବିଭାଗ ସୂଚନା ଅନୁଯାୟୀ, ପୁରୀ ଓ କଟକ ଜିଲ୍ଲାରେ ମାତ୍ର ୨ଟି ଶୀତଳଭଣ୍ଡାର କାଁ ଭାଁ କାମ କରୁଛି । ଚାଷୀ ଉତ୍ପାଦନ କରୁଥିବା ପନିପରିବା ବିକ୍ରୟ ଓ ସଂରକ୍ଷଣ ପାଇଁ ସରକାର ଅଦ୍ୟାବଧି କ’ଣ ବ୍ୟବସ୍ଥା କରିଛନ୍ତି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଦରବୃଦ୍ଧିର ପ୍ରତିବାଦ କରି ଖାଉଟି ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ସାକ୍ଷାତ କରି ୧୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦର ନିୟନ୍ତ୍ରଣ, ପନିପରିବା ଉତ୍ପାଦନ, ସଂରକ୍ଷଣ, ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ସମ୍ପର୍କରେ ଚାଷୀଙ୍କୁ ଉପଯୁକ୍ତ ବୈଷୟିକ ତାଲିମ ପ୍ରଦାନ, ଖାଦ୍ୟ ଶୈଳୀର ପରିବର୍ତ୍ତନରେ ବଳକା କଞ୍ଚା ପନିପରିବାକୁ ଶୁଷ୍କ କରି ବ୍ୟବହାର କରାଯିବା ପ୍ରଭୃତି ଦାବି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.