ETV Bharat / state

ମାଛ ପାଇଁ ପକାଯାଇଥିଲା ଜାଲ, ଫସିଲା ଅହିରାଜ

author img

By

Published : Oct 7, 2022, 10:26 PM IST

ମାଛ ପାଇଁ ପକାଯାଇଥିଲା ଜାଲ
ମାଛ ପାଇଁ ପକାଯାଇଥିଲା ଜାଲ

ମାଛ ପାଇଁ ପକାଯାଇଥିଲା ଜାଲ । ଫସିଲା ଅହିରାଜ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଭିମପଡା କୋଟପଲ୍ଳା ରାସ୍ତା ପାର୍ଶ୍ବରେ ଏକ ଶଙ୍ଖରୁ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଅହିରାଜର ଲମ୍ବ ୧୧ ଫୁଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଖୋର୍ଦ୍ଧା : ମାଛ ପାଇଁ ପକାଯାଇଥିଲା ଜାଲ । ଫସିଲା ଅହିରାଜ । ମାଛ ଜାଲରୁ ଉଦ୍ଧାର ହେଲା ଅହିରାଜ ସାପ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଭିମପଡା କୋଟପଲ୍ଳା ରାସ୍ତା ପାର୍ଶ୍ବରେ ଏକ ଶଙ୍ଖରୁ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଉଦ୍ଧାର ଅହିରାଜର ଲମ୍ବ ୧୧ ଫୁଟ ହୋଇଥିବା ନେଇ ସୂଚନା ରହିଛି ।

ମାଛ ପାଇଁ ପକାଯାଇଥିଲା ଜାଲ

ସୂଚନା ଅନୁସାରେ ମାଛ ଜାଲରେ ପଡି ଛଟପଟ ହେଉଥିବା ଅହିରାଜ ସାପକୁ ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଭିମପଡା କୋଟପଲ୍ଳା ରାସ୍ତା ପାର୍ଶ୍ବ ଏକ ଶଙ୍ଖରେ ଏକ ଜାଲରେ ଅହିରାଜ ସାପଟି ଛନ୍ଦି ହୋଇପଡ଼ିଥିଲା । ଦୀର୍ଘ ସମୟ ଧରି ସାପଟି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରିନଥିଲା । ଶେଷରେ ଗ୍ରାମବାସୀ ଓ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ମାଛ ଜାଲ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ଜଣାପଡିଛି । ମୁଖ୍ୟତଃ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା କୁହାଯାଉଛି । ଉଦ୍ଧାର ହୋଇଥିବା ଅହିରାଜ ସାପଟିର ଲମ୍ବ ପାଖାପାଖି ୧୧ ଫୁଟ ହେବ । ଉଦ୍ଧାର ପରେ ଅଜଗର ସାପକୁ ବନବିଭାଗ କର୍ମଚାରୀମାନେ ପାଞ୍ଚଗଡ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ନୟାଗଡ ଜିଲ୍ଲାରୁ ଏକ ବିରାଟ ଅହିରାଜ ସାପକୁ ଉଦ୍ଧାର କରାଯାଇଥିଲା । ଖଟତଳେ ଲୁଚି ରହିଥିଲା ବିରାଟକାୟ ଅହିରାଜ । ଘର ଭିତରେ ଏତେ ବଡ଼ ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର କାବୁଲି ଜେନାଙ୍କ ଘରୁ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରାଯାଇଥିଲା । ଓଡ଼ଗାଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସାପଟି ଉଦ୍ଧାର କରାଯାଇଥିଲା । ବିରାଟକାୟ ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା । ସାପଟିର ଲମ୍ବ 11 ଫୁଟ ହୋଇଥିବାବେଳେ ଓଜନ 7 କିଲୋ ଏବଂ ବୟସ 5 ରୁ 7 ବର୍ଷ ହେବ l ଉଦ୍ଧାର ପରେ ତାକୁ ସ୍ଥାନୀୟ ଗୟଲ ସିଂ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.