ETV Bharat / city

ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ

author img

By

Published : Oct 7, 2022, 9:09 PM IST

ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ
ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ

ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା । ୨ଦିନ ପ୍ରବଳ ବର୍ଷିବ । ଆସନ୍ତା ୯ ତାରିଖରେ ଆନ୍ଧ୍ର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା । ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା । ଆସନ୍ତା ୯ ତାରିଖରେ ଆନ୍ଧ୍ର ଉପକୂଳରେ ଆଉ ଏକ ଘୁର୍ଣ୍ଣିବଳୟ ହେବା ନେଇ ସୂଚନା ମିଳିଛି । ତେଲେଙ୍ଗାନା ଏବଂ ବିଦର୍ଭ ଅଞ୍ଚଳରେ ବାୟୁମଣ୍ଡଳର ୧.୫ କିମି ରୁ ୩.୧ କିମି ମଧ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ

ଏହା ସହ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି । ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସକ୍ରିୟ ଘୂର୍ଣ୍ଣବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ଦକ୍ଷିଣ ଉପକୂଳ ଓ ତା’ର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ
ଲକ୍ଷ୍ମୀପୂଜାରେ ଭିଜିବ ଉପକୂଳ ଓଡିଶା, ୨ଦିନ ପ୍ରବଳ ବର୍ଷିବ

ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୬୮ ମିଲିମିଟର ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବର ଓ କଟକ ସମେତ ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଅନ୍ୟପଟେ ଏବର୍ଷ କମ ରହିବ ଶୀତର ପ୍ରଭାବ । ରାତିର ତାପମାତ୍ରା ସ୍ବଭାବିକ ଠାରୁ ଅଧିକ ରହିବ । ଫଳରେ ଏବର୍ଷ କମ ଅନୁଭୂତ ହେବ ଶୀତ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଇଟିଭି ଭାରତକୁ ପ୍ରତିକ୍ରିୟା ଦେଲେ OAS ଟପ୍ପର ତେଜସ୍ବିନୀ

ତେବେ ଏହା ପୂର୍ବରୁ ଅକ୍ଟୋବର ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୁତ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଥିଲା । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହୋଇଥିଲା । ଲଗାତାର ୨ଦିନ ଧରି ବର୍ଷା ଜାରି ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.