ETV Bharat / state

ଖୋର୍ଦ୍ଧା ଡ଼ିଆରଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

author img

By

Published : Feb 25, 2020, 6:55 PM IST

khurdha basti people doing protest
ଖୋର୍ଦ୍ଧା ଡ଼ିଆରଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଖୋର୍ଦ୍ଧା ରୋଡ଼ ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ କଟକ ଗୁର୍ଖା କଲୋନୀ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ । ଏନେଇ ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କୁ ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ କଟକ ଗୁର୍ଖା କଲୋନୀ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିକ୍ଷୋଭ । ବସ୍ତିରେ ଲଗାଯାଇଥିବା ବେନାମି ନୋଟିସ ଓ ବିନା ଥଇଥାନରେ ବସ୍ତି ଉଚ୍ଛେଦକୁ ବିରୋଧ କରି ଆଜି ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କୁ ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧା ଡ଼ିଆରଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

କଟକ ଗୁର୍ଖା କଲୋନୀରେ ରହି ଆସୁଥିବା ଏହି ବସ୍ତି ବାସିନ୍ଦାମାନେ ବ୍ରିଟିଶ ଅମଳରୁ ପ୍ରାୟ ଦେଢ଼ସହ ବର୍ଷରୁ ରହି ଆସୁଥିବା କହିଛନ୍ତି । ତେବେ ହଠାତ୍‌ ରେଲୱେ ପୋଲିସ ଆସି ସେମାନଙ୍କୁ ଘର ଖାଲି କରିବାକୁ କହିବା ଓ ସେମାନଙ୍କୁ ଧମକ ଦେଇଥିବାର ଅଭିଯୋଗ ହୋଇଛି ।

ତେବେ ପ୍ରଥମେ ଥଇଥାନ ଓ ପରେ ବସ୍ତି ଖାଲି କରିବାକୁ ଦାବି ହୋଇଛି । ଏନେଇ ସେମାନେ ଉଭୟ ରେଲୱେ ଓ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଜଣାଇଛନ୍ତି । ପରିଶେଷରେ ଦାବି ପୁରଣ ନହେଲେ ସେମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.