ETV Bharat / state

ବୁଲେଟ୍ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ପ୍ରଦୀପ୍ତ, ବିନା ମୂଲ୍ୟରେ ମିଳୁଛି ୨୪ ଘଣ୍ଟିଆ ସେବା

author img

By ETV Bharat Odisha Team

Published : Dec 20, 2023, 4:25 PM IST

Updated : Dec 20, 2023, 4:41 PM IST

ବୁଲେଟ୍ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ପ୍ରଦୀପ୍ତ , ବିନା ମୂଲ୍ୟରେ ୨୪ ଘଣ୍ଡିଆ ସେବା
ବୁଲେଟ୍ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ପ୍ରଦୀପ୍ତ , ବିନା ମୂଲ୍ୟରେ ୨୪ ଘଣ୍ଡିଆ ସେବା

Bike ambulance: ବୁଲେଟ୍ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ପ୍ରଦୀପ୍ତ । ସରକାର ଗୁହାରୀ ନଶୁଣିବା ପରେ ନିଜ ଅର୍ଥରେ ବାଇକ୍‌କୁ କଲେ ଆମ୍ବୁଲାନ୍ସ । ଆହୁରୀ ୨ଟି ବାଇକ୍ ଆମ୍ବୁଲାନ୍ସ କରିବାର ଲକ୍ଷ୍ୟ । ଅଧିକ ପଢନ୍ତୁ

ବୁଲେଟ୍ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ପ୍ରଦୀପ୍ତ

ଖୋର୍ଦ୍ଧା: ବୁଲେଟ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ଯୁବକ । ଆମ୍ବୁଲାନ୍ସ ଉପରେ ନିର୍ଭର ନକରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଯୋଗାଉଛନ୍ତି ସେବା । ଏହା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ । ରାଜଧାନୀ ନିକଟରେ ନିଜ ବୁଲେଟକୁ ବାଇକ ଆମ୍ବୁଲାନ୍ସ କରି ଚର୍ଚ୍ଚାରେ ସମାଜସେବୀ ପ୍ରଦୀପ୍ତ ବିଶ୍ୱାଳ । ପିଲାବେଳର ଏକ ଦୁର୍ଘଟଣାର ଦେଖିଥିଲେ । ଯାହା ତାଙ୍କୁ ଆନ୍ଦୋଳିତ କରିଥିଲା ଯାହା ଏହି ବାଇକ୍ ଆମ୍ବୁଲାନ୍ସର ପରିକଳ୍ପନା । ଏଥିରେ ଆମ୍ୱୁଲାନ୍ସରେ ଜଣେ ମାତ୍ର ରୋଗୀଙ୍କୁ ମେଡ଼ିକାଲକୁ ନେବାର ସୁବିଧା ରହିଛି ।ଏହାସହ ଅମ୍ଲଜାନର ମଧ୍ୟ ସୁବିଧା ରହିଛି ।

ସମାଜସେବୀ ପ୍ରଦୀପ୍ତ ବିଶ୍ୱାଳ କହିଛନ୍ତି,"ଛୋଟବେଳେ ଏକ ଦୁର୍ଘଟଣା ଦେଖିଥିଲି । ସଠିକ୍‌ ସମୟରେ ହସ୍ପିଟାଲ ପହଞ୍ଚି ନପାରି ଜଣେ ବ୍ୟକ୍ତଙ୍କର ମୃତ୍ୟୁ ହୋଇଥିଲା । ସେହି ଘଟଣା ମୋତେ ଆନ୍ଦୋଳିତ କରିଥିଲା । ଯାହା ଆଜି ଏହି ବାଇକ ଆମ୍ବୁଲାନ୍ସର ପରିକଳ୍ପନା ।" ସେ ନିଜ ଝିଅ ଶୁଭଶ୍ରୀ ନାମରେ ଏକ ଟ୍ରଷ୍ଟ କରିଛନ୍ତି । କିଭଳି ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ହସ୍ପିଟାଲରେ ପହଞ୍ଚି ପାରିବେ ଓ ସୁସ୍ଥ ହୋଇପାରିବେ ସେନେଇ ନିଜ ବୁଲେଟ୍ ବାଇକକୁ ଆମ୍ବୁଲାନ୍ସର ରୂପ ଦେଇଛନ୍ତି ।

ଏହି ବାଇକ ଆମ୍ବୁଲାନ୍ସଟିକୁ ନିଜସ୍ୱ ଅର୍ଥରେ ପ୍ରସ୍ତୁତ କରିଥିବାବେଳେ ଲୋକଙ୍କୁ ଏହା 24 ଘଣ୍ଟା ବିନା ମୂଲ୍ୟରେ ସେବା ଯୋଗାଇବ ବୋଲି କହିଛନ୍ତି ସେ । ପ୍ରଦୀପ୍ତ ଦୀର୍ଘଦିନ ଧରି ସମାଜର ବିଭିନ୍ନ ବ୍ୟତିକ୍ରମ ବିରୋଧରେ ସ୍ଵର ଉତ୍ତୋଳନ କରି ଆସୁଛନ୍ତି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ବାଘମାରି ଡାକ୍ତରଖାନାର ଉନ୍ନତି ପାଇଁ ତଥା ଏକ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ନିକଟରେ ଦୀର୍ଘ ଦିନ ଧରି ଗୁହାରି କରିଥିଲେ ମଧ୍ୟ ସେ ସଫଳ ହୋଇନଥିଲେ । ପରେ ନିଜ ମୋଟର ସାଇକେଲକୁ ଦେଇଛନ୍ତି ଆମ୍ବୁଲାନ୍ସର ରୂପ ।

ଏହା ମଧ୍ୟ ପଢନ୍ତୁ.....ରାଉରକେଲାରେ ଝାଡାବାନ୍ତି ଆତଙ୍କ; ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ସ୍ବାସ୍ଥ୍ୟ ସଚିବ

ସେ ଆହୁରି ମଧ୍ୟ କହିଛନ୍ତି ,"ବାଘମାରି ପଞ୍ଚାୟତବାସୀଙ୍କ ଉଦ୍ଦେଶ୍ୟରେ ଏହି ବାଇକ ଆମ୍ବୁଲାନ୍ସ ସମର୍ପଣ କରିବା ସହ ଆଗାମୀ ଦିନରେ ନିଜସ୍ଵ ପ୍ରଚେଷ୍ଟାରେ ଆଉ ୨ଟି ଆମ୍ବୁଲାନ୍ସ କରିବାର ଲକ୍ଷ୍ୟ ରହିଛି । ରାଜପଥ ଠାରୁ ଦୂରରେ ଥିବା ଗାଁ ଗୁଡିକରେ କିଭଳି ଏହି ସେବା ପହଞ୍ଚି ପାରିବ ସେନେଇ ପ୍ରଚେଷ୍ଟା ଜାରି ରହିବ ।" ପ୍ରଦୀପ୍ତଙ୍କ ଏଭଳି କାର୍ଯ୍ୟକୁ ସମାଜସେବୀ କଳ୍ପତରୁ ପଣ୍ଡା ସ୍ଵାଗତ କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ସରକାର ସ୍ୱାସ୍ଥ୍ୟ ସେବାର ଡିଣ୍ଡିମ ପିଟୁଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ବାଘମାରୀ ପ୍ରତିଥିବା ବୈମାତୃକ ମନୋଭାବକୁ ସଜାଗ କରିବା ବୋଲି କହିଥିଲେ । ବାଘମାରି ଅଞ୍ଚଳରେ ପ୍ରାୟ ୧୦ ବର୍ଷ ହେବା ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଗୋଟିଏ ବି ଆମ୍ବୁଲାନ୍ସ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Dec 20, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.