ETV Bharat / state

ଖୋର୍ଦ୍ଧା ମୁଖ୍ୟ ହସ୍ପିଟାଲ ଭରସାରେ 4 ଜିଲ୍ଲା, ନାହାନ୍ତି ଅଧାରୁ ଅଧିକ ଡାକ୍ତର

author img

By

Published : Mar 3, 2020, 11:17 PM IST

ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଡାକ୍ତର ପଦବୀ ସଂଖ୍ୟା 75 ଥିବା ବେଳେ ଅଛନ୍ତି ଅଧାରୁ ବି କମ । ହଜାର ହଜାର ରୋଗୀ ନିର୍ଭର କରୁଥିବାବେଳେ ଡାକ୍ଟର ନଥିବାର ପ୍ରତିଦିନ ଏଠାରୁ ମୁହଁ ଫେରାଉଛନ୍ତି ରୋଗୀ । ଅଧିକ ପଢନ୍ତୁ...

khordha-district-medical-office-doctor-problem
ଭଗବାନଙ୍କ ଭରସାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ

ଖୋର୍ଦ୍ଧା: ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏ କଥା ଆମେ କହୁନୁ ଖୋଦ କହୁଛନ୍ତି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ।

ଭଗବାନଙ୍କ ଭରସାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 75ଜଣ ଡାକ୍ତର ପଦବୀ ଥିବାବେଳେ ଅଛନ୍ତି ଅଧାରୁ ବି କମ ଡାକ୍ତର । ସ୍ବାସ୍ଥ୍ୟ ବିଭାଗର ଏପରି ଚିତ୍ର ଦେଖାଦେଇଛି ରାଜ୍ୟର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ପ୍ରତିଦିନ ଏଠାକୁ ଚିକିତ୍ସିତ ହେବା ପାଇଁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ବ୍ରହ୍ମପୁର ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଡାକ୍ତର ନଥିବା କାରଣରୁ ଏଠାରୁ ନିରାଶ ହୋଇ ଫେରୁଥିବା ଜଣାପଡିଛି । ତେବେ ଖୋଦ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଜିଲାରେ ସ୍ବାସ୍ଥ୍ୟ ସେବା ବିଗିଡ଼ିଯାଇଥିବା ସ୍ବୀକାର କରିଛନ୍ତି । ଯଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ସ୍ଥିତି ତେବେ ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର କଥା ନକହିବା ଭଲ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.