ETV Bharat / state

ଧାନ କିଣାରେ ସମସ୍ୟା, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Dec 31, 2022, 1:34 PM IST

ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା ଧାନମଣ୍ଡିରେ ଧାନ କିଣାରେ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ଅଧିକ ପଢନ୍ତୁ

ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା: ଜିଲ୍ଲାରେ ଗତକାଲି(ଶୁକ୍ରବାର) ମଣ୍ଡିର ଶୁଭାରମ୍ଭ ହୋଇଛି । ଫଳରେ ଚାଷୀ ଧାନ ବିକ୍ରି ପାଇଁ ଅଣ୍ଟା ଭିଡ଼ିଛି । ଗୋଟେ ପଟେ ଜିଲ୍ଲାରେ ଧାନ ମଣ୍ଡି ଖୋଲିଥିବା ବେଳେ ଅନ୍ୟପକ୍ଷରେ ଚାଷୀ ମଣ୍ଡିରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ପ୍ରତିବାଦ କରିଛନ୍ତି ଚାଷୀ । ଏନେଇ ଶୁକ୍ରବାର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ।

ଖୋର୍ଦ୍ଧା ବାଲିଅନ୍ତା ବ୍ଲକ ଝିଣ୍ଟି ଶାସନ ସେବା ସମବାୟ ସମିତିରେ ଜଣେ ମିଲରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ତେବେ ମଣ୍ଡିର ଅବ୍ୟବସ୍ଥା ନେଇ ଧାନର ଅଭାବୀ ବିକ୍ରି ନେଇ ଚାଷୀ ଆଶଙ୍କା ପ୍ରକାଶ କରିଛି । ସୂଚନାଅନୁସାରେ, ଝିଣ୍ଟିଶାସନ ସେବା ସମବାୟ ସମିତି ତିନୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଚଳିତବର୍ଷ 795ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଟୋକନ ପାଇଛନ୍ତି । ସେହିପରି 36ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ଆସିଛି । କିନ୍ତୁ ଏହା ଏକ ବଡ଼ ସମବାୟ ସମିତି ହୋଇଥିବାରୁ ମାତ୍ର ଗୋଟିଏ ମିଲରକୁ ଧାନ କିଣିବା ପାଇଁ ନିଯୁକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: COVID-19: କୋଭିଡ ତଥ୍ୟ ଲୁଚାଉଛି ଚୀନ, ରିପୋର୍ଟ ମାଗିଲା WHO

ଯାହା ସମସ୍ତ ଚାଷୀଙ୍କ ଧାନ ଠିକ ସମୟରେ ଉଠି ପାରିବନି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତୁରନ୍ତ ଝିଣ୍ଟି ଶାସନ ସମବାୟ ସମିତିକୁ ଅଧିକ ଟାର୍ଗେଟ ଦେବାସହ ଅଧିକ ମିଲରଙ୍କୁ ନିଯୁକ୍ତ କରିବାପାଇଁ ଦାବିକରି ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଝିଣ୍ଟିଶାସନ ସେବା ସମବାୟ ସମିତିର ମଣ୍ଡି ଖୋଲିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଘଟଣା ସମ୍ପର୍କରେ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.