ETV Bharat / state

ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ୩୦ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନ

author img

By

Published : Aug 31, 2021, 9:54 PM IST

ମୂର୍ତ୍ତିକୁ ଉଚ୍ଚତାକୁ ନେଇ ଆନ୍ଦାେଳନ ତେଜିବାରେ ଲାଗିଛି । ପୁନଃ ବିଚାର ବିମର୍ଶ କରି ନିଷ୍ପତ୍ତି ବଦଳାଇବାକୁ ସାମାଜିକ ସଙ୍ଗଠନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ସାମାଜିକ ସଙ୍ଗଠନ
ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ସାମାଜିକ ସଙ୍ଗଠନ

କଟକ: ମୂର୍ତ୍ତି ଉଚ୍ଚତାକୁ ନେଇ ଆନ୍ଦାେଳନକୁ ଓହ୍ଲାଇଛି ସାମାଜିକ ସଙ୍ଗଠନ । ସୂଚନାନୁସାରେ ସରକାରୀ କୋଭିଡ ଗାଇଡ଼ ଲାଇନରେ ୪ ଫୁଟର ମୂର୍ତ୍ତି ଉଚ୍ଚତା ଓ ପରଦା ପଛରେ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯିବା ନିୟମକୁ ବିରୋଧ କରି କଟକ ସାମାଜିକ ସଙ୍ଗଠନ ପକ୍ଷରୁ ଏକାଠି ହେଲେ ୩୦ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନ ।

ସିଲଭର ସିଟିରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ତାତିଲେ ସାମାଜିକ ସଙ୍ଗଠନ
କୋଭିଡ ଗାଇଡ଼ ଲାଇନ ଅନୁସାରେ ପାର୍ବଣ ଋତୁରେ କୌଣସି ପୂଜା ଜାକଜମକରେ ନ ହେବା ପାଇଁ ​ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ପ୍ରଥମଟି ହେଲା ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖାଯିବ ଓ ପରଦା ପଛପଟେ ଠାକୁରଙ୍କୁ ଦର୍ଶନ କରାଯିବ । ଆଉ ସେପଟେ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡା ବିରୋଧ କରିଛି କଟକ ସାମାଜିକ ସଙ୍ଗଠନ । ଏନେଇ ଆଜି(ମଙ୍ଗଳବାର) କଟକର ବ୍ୟସ୍ତ ବହୁଳ ବାଦାମ ବାଡ଼ି ଛକ ଓ ଚୌଧୁରୀ ବଜାର ସମେତ ଗୌରୀଶଙ୍କର ପାର୍କ ସମ୍ମୁଖରେ ସକ୍ରିୟ ଥିବା ୩୦ରୁ ଊର୍ଦ୍ଧ୍ବ ସାମାଜିକ ସଙ୍ଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଓ ସାମାଜିକ ଦୂରତ୍ବ ରକ୍ଷା କରି ପ୍ରତିବାଦ କରିଛନ୍ତି । ଏହାସହ ପ୍ରଶ୍ନ କରିଛନ୍ତି ଯେ କୋଭିଡ କଟକଣା ଆଳରେ କଟକ ସହରରେ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଆସିଥିବା ଦୁର୍ଗା ପୂଜାର ପରମ୍ପରାକୁ ନେଇ ସରକାର କୌଣସି ବିଚାର ବିମର୍ଶ ନକରି ଏଭଳି ନିୟମକୁ ଜାରି କରିବା କେତେଦୂର ଠିକ ।

ତେବେ ମାଙ୍କ ଆଗମନ ବିନା ଶୋଭଯାତ୍ରା ହେଉ କିନ୍ତୁ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ପୂର୍ବ ବର୍ଷ ଗୁଡିକ ଭଳି ସ୍ୱାଭାବିକ ରଖାଯାଉ ଓ ପରଦା ପଛରେ ଦର୍ଶନ ନ କରାଯାଇ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ଦାବି କରିଛନ୍ତି ସମସ୍ତ ସଙ୍ଗଠନ ।


କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.