ETV Bharat / state

CM Naveen Statement: ଓଡିଶା ଶାନ୍ତିପ୍ରିୟ ରାଜ୍ୟ, ଆଇନଶୃଙ୍ଖଳା ଠିକ ଅଛି: ମୁଖ୍ୟମନ୍ତ୍ରୀ

author img

By

Published : Mar 21, 2023, 8:09 PM IST

Updated : Mar 21, 2023, 8:21 PM IST

Etv Bharat
Etv Bharat

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜସ୍ବ ଆୟରେ ମଧ୍ୟ ଆଶା ଜନକ ଅଭିବୃଦ୍ଧି ଘଟିଛି । ନିବେଶକମାନେ ମତ ଦେଉଛନ୍ତି, ଏକ ଶାନ୍ତି ପ୍ରିୟ ରାଜ୍ୟ ହେଉଛି ଓଡିଶା । ଶାନ୍ତି ପ୍ରିୟ ରାଜ୍ୟ ହୋଇଥିବାରୁ ନିବେଶକଙ୍କୁ ଆକୃଷ୍ଟ କରିପାରିଛି ଓଡିଶା । ନିବେଶକମାନେ ମଧ୍ୟ ଓଡିଶାକୁ ପ୍ରଂଶସା କରୁଛନ୍ତି । ଅଧିକ ପଢନ୍ତୁ

CM Naveen Statement

ଭୁବନେଶ୍ବର: ଅପରାହ୍ନରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବଢୁଥିବା ପୁଞ୍ଜିନିବେଶ ଆଇନ ଶୃଙ୍ଖଳାର ରିଫ୍ଲେକସ । ଆଇନ ଶୃଙ୍ଖଳା ଠିକ ଥିବା କାରଣରୁ ଶିଳ୍ପ ଉତ୍ପାଦନ, କୃଷି ଉତ୍ପାଦନ ବର୍ଷ ପରେ ବର୍ଷ ରେକର୍ଡ ଆକାରରେ ବୃଦ୍ଧି ପାଉଛି । ରେଳବାଇ ରାଜ୍ୟରୁ ଅଧିକ ରାଜସ୍ବ ପାଉଛି । ଆଇନ ଶୃଙ୍ଖଳା ଠିକ ଥିବା କାରଣରୁ ନିର୍ବାଚନ ମହାପ୍ରଭୁଙ୍କ ରଥଯାତ୍ରା ସମେତ ଅନ୍ତର୍ଜାତୀୟସ୍ତରର ତଥା ହକି ବିଶ୍ବକପ ବଳି ବଡ ଇଭେଣ୍ଟ ରାଜ୍ୟରେ ଆୟୋଜନ ହୋଇପାରିଛି । ରାଜ୍ୟର ଆଇନ ଶୃଙ୍ଖଳକୁ ନେଇ ପ୍ରଶ୍ନ କରିବା ରାଜ୍ୟବାସୀଙ୍କୁ ଅପମାନ ସଦୃଶ୍ୟ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜସ୍ବ ଆୟରେ ମଧ୍ୟ ଆଶା ଜନକ ଅଭିବୃଦ୍ଧି ଘଟିଛି । ନିବେଶକମାନେ ମତ ଦେଉଛନ୍ତି ଏକ ଶାନ୍ତି ପ୍ରିୟ ରାଜ୍ୟ ହେଉଛି ଓଡିଶା । ଶାନ୍ତି ପ୍ରିୟ ରାଜ୍ୟ ହୋଇଥିବାରୁ ନିବେଶକଙ୍କୁ ଆକୃଷ୍ଟ କରିପାରିଛି ଓଡିଶା। ନିବେଶକ ମାନେ ମଧ୍ୟ ଓଡିଶାକୁ ପ୍ରଂଶସା କରୁଛନ୍ତି । ସେହିପରି ନବ ଦାସ ହତ୍ୟା ମାମଲାରେ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଗୋପାଳକୁ ପାଗଳ କରିବା ଅଭିଯୋଗ ମିଛ । ତଦନ୍ତର ଦୁଇଟି ଉଦ୍ଦେଶ୍ୟ ରହୁଛି । ହତ୍ୟାର ପର୍ଦ୍ଦାଫାସ କରିବା ଓ ଦୋଷୀକୁ ଦଣ୍ଡ ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୋଲିସ ବିଭାଗର ଅଧୁନୀକିରଣ କରାଯାଉଛି । 22 ଶହ ପଦବୀ ସୃଷ୍ଟି କରାଯାଇଛି ।

ଏହାବି ପଢନ୍ତୁ- Operation Against Amritpal Singh: ଗୁଇନ୍ଦା ବିଭାଗ ବିଫଳ ! ପଞ୍ଜାବ ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ କରିଥିଲେ ନବୀନ । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଗୃହ ବିଭାଗର ଖର୍ଚ୍ଚଦାବି ୭୧୦୩ କୋଟି ୧୪ଲକ୍ଷ ୪୧ ହଜାର କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି। ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ୫୦୭ କୋଟି ୮୧ ଲକ୍ଷ ୧୪ ହଜାର ଟଙ୍କା ରହିଛି । ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖର୍ଚ୍ଚ ଦାବି ଆଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରିଛନ୍ତି । ଲୋକାୟୁକ୍ତ ବ୍ୟବସ୍ଥା ରାଜ୍ୟରେ କଡାକଡି ହେଉଛି । 2022 ରେ ଲୋକାୟୁକ୍ତଙ୍କ ପାଖରେ ୫୫୮ ଟି ଦୁର୍ନିତୀ ମାମଲା ବିଚାର ହୋଇଛି ।

ସେହିପରି ନବୀନ କହିଥିଲେ ଦୁର୍ନୀତି କରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ । ଏଥିମଧ୍ୟରୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି ୩୦ ଜଣ । ଓପିଏସପି ଦ୍ବାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ସ୍ବଚ୍ଛ କରିବା ସହ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ।

ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି , ଗୋଟିଏ ସରକାର ଲୋକଙ୍କ ଧନ ଜୀବନ ରକ୍ଷା କରିବା ପ୍ରାଥମିକ କର୍ତ୍ତବ୍ୟ। ସୁରକ୍ଷାକୁ ନିୟନ୍ତ୍ରଣ କରିବା ଆରକ୍ଷୀ ବାହିନୀ କାମ । ଜାତୀୟସ୍ତରରେ ପୋଲିସ ବାହିନୀ ପାଇଁ ୪.୩ ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶାରେ ଏହା ୨.୧ ପ୍ରତିଶତ । ପ୍ରତି ୧ ଲକ୍ଷ ଲୋକ ପାଇଁ ଓଡ଼ିଶାରେ ୧୩୦ ଜଣ ପୋଲିସ ରହୁଥିବା ବେଳେ ଜାତୀୟ ହାର ୧୫୬। ରାଜ୍ୟରେ ୧୪୦୮୨ ପଦବୀ ଖାଲି । ଏହା ଜାତୀୟ ହାର ୨୪ ପ୍ରତିଶତ। ଜାତୀୟ ହାର ହିସାବରେ ୭ ପ୍ରତିଶତ। ରାଜ୍ୟରେ ୧୩୭୯ ହତ୍ୟା, ୩୧୮୪ ଦୁଷ୍କର୍ମ, ୧୪୮୯୩ ଚୋରି, ୨୯୯୮ ଡକାୟତ, ହାଜତ ମୃତ୍ୟୁ ରହିଛି ୭୩ । ପୋଲିସ ଏନକାଉଣ୍ଟରରେ କେତେ ମୃତ୍ୟୁ ହୋଇଛି ତାହା ଶ୍ୱେତ ପତ୍ରରେ ପ୍ରକାଶ କରିନାହିଁ ଗୃହ ବିଭାଗ ।

ସେହିପରି ଜୟ କହିଛନ୍ତି ପୋଲିସ ଆଧୁନିକୀକରଣ ପାଇଁ ୨୦୨୧-୨୨ରେ ୬.୫ କୋଟି ବ୍ୟୟ ବରାଦ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୩.୦୮ କୋଟି। ୨୦୨୨- ୨୩ ରେ ବ୍ୟୟ ଅଟକଳ ରହିଛି ୨୩.୧୮ କୋଟି । ପୋଲିସ ଶୃଙ୍ଖଳା ନେଇ କୌଣସି ତଥ୍ୟ ଶ୍ୱେତପତ୍ରରେ ଦର୍ଶାଯାଇନାହିଁ। ଡିଜି ଆଇଜି କେହି କାହା କଥା ଶୁଣୁ ନାହାଁନ୍ତି। ପୋଲିସ ଟ୍ରେନିଂ ସେଣ୍ଟରର ସୁପର ଭିଜନ ହେଉନାହିଁ। ଭିଜିଲାନ୍ସ ରେ ଗୋଟିଏ କେସ ବର୍ଷ ବର୍ଷ ଧରି ପଡି ରହୁଛି । ୨ ବର୍ଷରେ କେତେ କେଶ ପେଣ୍ଡିଂ ରହିଛି ତାହା ସରକାର କହିବେ କି ? । ୨୦୦୩ରେ ଝାରସୁଗୁଡାରେ ଶ୍ୟାମ ସୁନ୍ଦର କେଡିଆଙ୍କୁ ଗୁଳି କରି ହତ୍ୟା କରାଗଲା । ମାମଲାରେ ସମୃକ୍ତ କାନ୍ତା ଦାସଙ୍କୁ ଗୁଳି କରାଗଲା। ଯିଏ ଗୁଳି କଲା ପୋଲିସ ସେମାନଙ୍କୁ ଏଣକାଉଣ୍ଟର କଲା। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ୨୨୫ଟି କେସ ମଧ୍ୟରୁ ୪୫ଟି ମାମଲାରେ ଚାର୍ଜସିଟ ହୋଇଛି । ୭୯ ଟି ମାମଲାରେ ଅନୁସନ୍ଧାନ ଚାଲିଛି। ସଫଳତା ହାର ୫ପ୍ରତିଶତ। ନବ ଦାସ ହତ୍ୟାକାଣ୍ଡର ୫୦ ଦିନ ପରେ ବି ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ଅଭିଯୁକ୍ତ ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ ସରକାର ଏତେ ବ୍ୟାକୁଳ କାହିଁକି। ନବ ଦାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଲା । ହେଲେ ଏତେ ନାଟକ କାହିଁକି। ମମିତା ମହେର ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋବିନ୍ଦର ରହସ୍ୟ ଜନକ ମୃତ୍ୟୁ କେମିତି ହେଲା। ମାହାଙ୍ଗା ଡବଲ ମର୍ଡର ମାମଲାରେ ଦୁଇଟି ହତ୍ୟାକାଣ୍ଡର ତଦନ୍ତ କେତେ ବାଟ ଗଲା। ତିର୍ତ୍ତୋଲ ବିଧାୟକଙ୍କ ନା ରେ ଆସିଥିବା ଅଭିଯୋଗରେ ପୋଲିସ ମହିଳାଙ୍କ ମାମଲା ରେଜିଷ୍ଟର କଲାନାହିଁ। ରାଜନୈତିକ ଉଦ୍ଦେଶ୍ୟରେ ପୋଲିସକୁ ବ୍ୟବହାର କଲେ ପୋଲିସର ଦକ୍ଷତା କମିଯିବ ବୋଲି ଜୟ କହିଛନ୍ତି ।

ଉଭୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସରକାରୀ ଦଳ ପକ୍ଷରୁ ବିଧାୟକ ଦେବୀ ମିଶ୍ର, ଅମର ଶତପଥୀ, ବ୍ୟୋମକେଶ ରାୟ, ଅରୁଣ ସାହୁ, ଲତିକା ପ୍ରଧାନ, ରମେଶ ବେହେରା, ମିନୀକ୍ଷୀ ମହନ୍ତ ଭାଗ ନେଇ ସମର୍ଥନ କରିଥିଲେ । ଅନ୍ୟପଟେ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ବିଭାଗର ଖର୍ଚ୍ଚ ଦାବିକୁ ବିରୋଧ କରି ସମର୍ଥନ କରିନଥିଲେ । ବିଜେପି ଓ କଂଗ୍ରେସରୁ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର, ନରସିଂହ ମିଶ୍ର, ମୋହନ ମାଝୀ, ତାରା ପ୍ରସାଦ ବାହିନୀପତି , ସୁବାସ ପାଣିଗ୍ରାହୀ, ମହମ୍ମଦ ମୋକିମ, ଶଙ୍କର ଓରାମ, ସନ୍ତୋଷ ସିଂ ସାଲୁଜା, ଗଣେଷ ରାମ ସିଂ ଖୁଣ୍ଟିଆ, କୁସୁମ ଟେଟେ, ସନାତନ ବିଜୁଳି, ନବ ଚରଣ ମାଝୀ ଓ ସୁରଜ ସୂର୍ଯ୍ୟବଂଶୀ ଭାଗନେଇ ବିରୋଧ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 21, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.