ETV Bharat / state

ଦାଦାବଟି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ, ଜଣେ ଗିରଫ

author img

By ETV Bharat Odisha Team

Published : Oct 30, 2023, 7:53 AM IST

ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ , ଜଣେ ଗିରଫ
ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ , ଜଣେ ଗିରଫ

ଡ୍ୟାନ୍ସ୍ ବାର୍ ପାଲଟିଛି ଅପରାଧୀଙ୍କ ସେଫ ଜୋନ୍ ସନ୍ଧ୍ୟା ହେଲେ ଜମୁଛି ଭିଡ । ହୋଟେଲ ମାଲିକକୁ ଦାଦାବଟି ମାଗିବା ସହ ଆକ୍ରମଣ ଜଣେ ଗିରଫ । ଅଧିକ ପଢନ୍ତୁ

ହୋଟେଲ ମାଲିକଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ , ଜଣେ ଗିରଫ

ଭୁବନେଶ୍ୱର: ଅପରାଧୀଙ୍କ ନୂଆ ଠିକଣା ପାଲଟିଛି ରାଜଧାନୀ । ଡ୍ୟାନ୍ସ‌ ବାର୍ ପାଲଟିଛି ଅପରାଧୀଙ୍କ ସେଫ୍‌ ଜୋନ୍‌ । ସନ୍ଧ୍ୟାହେଲେ ଜମୁଛି ଅପରାଧୀଙ୍କ ଭିଡ଼ । ତେବେ ଗତ 27ତାରିଖ ରାତିରେ ଲକ୍ଷ୍ମୀସାଗରର ଏକ ବାର ସାମ୍ନାରେ ଥିବା ଏକ ହୋଟେଲ ମାଲିକକୁ ଆକ୍ରମଣ ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ସତାମୀର ସଲିମ ନାମକ ଜଣେ ଅପରାଧୀକୁ ଗିରଫ କରିବା ସହ ଏକ ବାଇକ୍‌ ଜବତ କରିଛି ଲକ୍ଷ୍ମୀସାଗର ଥାନା‌ ପୋଲିସ ।

ତେବେ‌‌ ପୋଲିସର ସୂଚନା ଅନୁଯାୟୀ ମୀର‌ ସଲିମ ହେଉଛି ଜଣେ ଜେଲ ଫେରନ୍ତା ଅପରାଧୀ । ତା ନାଁରେ‌ ରହିଛି ଅନେକ ଅପରାଧିକ ମାମଲା । ବ୍ରାଉନସୁଗାର କାରବାରଠାରୁ ନାବାଳିକା ଅପହରଣ ଓ ସର୍ବସାଧାରଣରେ ମାରପିଟ୍ ଗଣ୍ଡଗୋଳ ଭଳି ସଙ୍ଗୀନ ମାମଲା । ସେ ଗତ 27ତାରିଖରେ‌ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । କଟକ ରୋଡରେ ଥିବା ଏକ ବାରକୁ ନିଜ ସହଯୋଗୀଙ୍କ ସହ ଆସି ବାର ସାମ୍ନାରେ ଥିବା ଭାବଲକ୍ଷ୍ମୀ ହୋଟେଲ ମାଲିକକୁ ଦାଦାବଟି ମାଗିବା ସହ ହୋଟେଲ ମାଲିକକୁ ଆକ୍ରମଣ କରିଥିଲା ।ହୋଟେଲ ମାଲିକ ତାଙ୍କ କଥାରେ‌ ରାଜି ନହେବାରୁ ନିଜର‌ ସହଯୋଗୀଙ୍କ ସହ ଆକ୍ରମଣ କରିଥିଲା । ଯାହାକି ହୋଟେଲରେ ଲାଗିଥିବା ସିସିଟିଭିରେ ସବୁ କଏଦ ହୋଇଥିଲା । ଏନେଇ ଲକ୍ଷ୍ମୀସାଗର‌ ଥାନାରେ ହୋଟେଲ ମାଲିକ ପ୍ରଭାସ ସାହୁ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ ...ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ପୁଣି ୭୭ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ

କେବଳ ମୀର‌ ସଲିମ ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିମିନାଲ ଏପରି ବାରରେ ଏକାଠି ହେବାର ନଜିର ରହିଛି । କିଛି ଦିନ ତଳେ ଖାରବେଳ ନଗର ଥାନା ପୋଲିସ ଗିରଫ କରିଥିବା ଲେଡି ଲୁଟେରା ମୁସ୍କାନ୍ ମଧ୍ୟ ରିତମତ ବାର ଯାଉଥିଲା । ସେଠାରେ ନିଜର କିଛି ସହଯୋଗୀଙ୍କ ସହ ମାତାଲ୍ ହେଉଥିଲା । ଏମାନେ ବିଭିନ୍ନ ପ୍ରକାର‌ ଅପରାଧ ପାଇଁ ପ୍ଲାନ୍ ରଚୁଥିଲେ । ଅପରାଧ‌ ଘଟାଇ ଅପରାଧୀକ ଟଙ୍କାରେ ବାରରେ ଉଡାଉଥିଲେ । ସେହିପରି କୁଖ୍ୟାତ ନିଶା ବେପାରୀ ସୋମନାଥ ବାରିକ ଓରଫ ପପୁ ମଧ୍ୟ ଗତ ସେପ୍ଟେମ୍ବର 12ତାରିଖରେ ଗିରଫ‌ କରିଥିଲା ସ୍ପେଶାଲ୍‌ କ୍ରାଇମ୍ ୟୁନିଟ୍‌ । ଏନେଇ ସେତେବେଳେ 11ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ତାକୁ ଗିରଫ କରିଥିଲା । ଏନେଇ ସୂଚନା‌ ଦେଇଥିଲେ ଏସିପି ସଞ୍ଜିବ ଶତପଥି ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.