ETV Bharat / state

ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ, 3ଦିନ ସାରା ଓଡିଶାରେ ପ୍ରବଳ ବର୍ଷା

author img

By ETV Bharat Odisha Team

Published : Sep 30, 2023, 7:00 PM IST

ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିଦିନ ପ୍ରବଳ ବର୍ଷା
ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିଦିନ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ ଲଘୁଚାପ । ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିଦିନ ପ୍ରବଳ ବର୍ଷା । ଅଧିକ ପଢନ୍ତୁ

ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଜି ଠାରୁ 3 ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷୀବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ସୁଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ନୟାଗଡ, ବୌଦ୍ଧ, ପୁରୀ ଓ ଖୋର୍ଦ୍ଧା ।

  • ସକ୍ରିୟ ସୁଦୃଶଃ -ଲଘୁଚାପ କ୍ଷେତ୍ର

    ପ୍ରଭାବରେ ଆଗାମୀ ୩ ଦିନ ଯାଏଁ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ#weather briefing (In #Odia) by Scientist-D: Umasankar Das for next five days, based on 0830 Hrs IST observation of #30th Sept, 2023.
    Link: https://t.co/YdMGqeJpW0 pic.twitter.com/3KA45RIvqW

    — Meteorological Centre, Bhubaneswar (@mcbbsr) September 30, 2023 " class="align-text-top noRightClick twitterSection" data=" ">

ସେହିପରି ଆସନ୍ତାକାଲି( ରବିବାର) ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବଲାଙ୍ଗୀର, ବରଗଡ, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ତେବେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ପାଣିପାଗ ବିଭାଗ ।

  • Southwest Monsoon has further withdrawn from some parts of Jammu-Kashmir, Himachal Pradesh & Uttarakhand; entire Punjab and Haryana-Chandigarh-Delhi; some parts of West Uttar Pradesh, West Madhya Pradesh & East Rajasthan and some more parts of West Rajasthan today. pic.twitter.com/P21bUpFCqK

    — Meteorological Centre, Bhubaneswar (@mcbbsr) September 30, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ...ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟା ମଧ୍ୟରେ ନେବ ସୁଦୃଶ୍ୟ ଲଘୁଚାପର ରୂପ

୧ ତାରିଖଠୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ଠାରୁ ୩ ପ୍ରତିଶତ ନିଅଣ୍ଟିଆ ରହିଛି। ରାଜ୍ୟର ତିନି ଜିଲ୍ଲା ଢେଙ୍କାନାଳ, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ତିନି ଜିଲ୍ଲା ପୁରୀ, କେନ୍ଦ୍ରାପଡା, ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ସୋରୋ ଅଞ୍ଚଳରେ ୧୧୩. ମିଲି ମିଟର ବର୍ଷା ରେକର୍ଡ ହୋଇଛି । ସେପଟମ୍ବର ମାସରେ ୩୩୨.୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ୨୩୫.୭ ତୁଳନାରେ ୪୧ ପ୍ରତିଶତ ଅଧିକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.