ETV Bharat / state

ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ଗୋଟିଏ ସ୍ଥାନରୁ ଏକାଧିକ କେସ ବାହାରିଲେ ନିଅ କଣ୍ଟେନମେଣ୍ଟ ପଦକ୍ଷେପ

author img

By

Published : Mar 27, 2023, 1:44 PM IST

covid cases
covid cases

କୋଭିଡ ସଂକ୍ରମଣକୁ ନେଇ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ହୋମ ଆଇସୋଲେସନରେ ରହିଲେ ମେଡ଼ିସିନ ଯୋଗାଇ ଦିଆଯିବା ସହ ଟେଷ୍ଟିଂ କିଟ, ଔଷଧ, ଅକ୍ସିଜେନ ମହଜୁଦ ସୁନିଶ୍ଚିତ ରଖିବାକୁ ସବୁ ସିଡିଏମଓଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

covid cases

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ସାରା ଦେଶରେ କୋରୋନା ସଂକ୍ରମଣ ବଢ଼ୁଛି । ଗତକାଲି ୧୮୯୦ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ କେସ ସଂଖ୍ୟା ୯୪୦୦ରେ ପହଞ୍ଚିଛି । ମହାରାଷ୍ଟ୍ର, ତାମିଲନାଡୁ , କେରଳ, ତେଲେଙ୍ଗାନାରେ ଅଧିକ କେସ ବଢିଥିବା ବେଳେ ଆମ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ ନୂଆ ପଜିଟିଭ । ଏନେଇ ଆକ୍ଟିଭ କେସ ସଂଖ୍ୟା ୮୭ରେ ପହଞ୍ଚିଛି । ତେଣୁ ସତର୍କତା ପାଇଁ ସବୁ ଜିଲ୍ଲାକୁ ଚିଠି ଲେଖି ଆଲର୍ଟ କରାଯାଇଥିବା ବେଳେ ସବୁ ଲକ୍ଷଣଯୁକ୍ତଙ୍କ କୋଭିଡ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପଜିଟିଭ ବାହାରିଲେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ମଧ୍ୟ ଟେଷ୍ଟ କରାଯିବ । ହୋମ ଆଇସୋଲେସନରେ ରହିଲେ ଯୋଗାଇ ଦିଆଯିବ ମେଡ଼ିସିନ । ଟେଷ୍ଟିଂ କିଟ, ଔଷଧ, ଅକ୍ସିଜେନ ମହଜୁଦ ସୁନିଶ୍ଚିତ ରଖିବାକୁ ସବୁ ସିଡିଏମଓଙ୍କୁ ନିର୍ଦ୍ଦେଶ । ଏଥିସହ ଗୋଟିଏ ସ୍ଥାନରୁ ଏକାଧିକ କେସ ବାହାରିଲେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାକୁ ନିର୍ଦ୍ଦେଶ । ସବୁ ରାଜ୍ୟର କୋଭିଡ ସ୍ଥିତି ନେଇ ଆଜି ଅପରାହ୍ନ ୪ଟାରେ କେନ୍ଦ୍ର ସରକାର ସମୀକ୍ଷା କରିବେ । ମକ ଡ୍ରିଲ ନେଇ ହୋଇପାରେ ଆଲୋଚନା । ଏନେଇ ବୈଠକରେ ଆଲୋଚନା ପରେ ଜିଲ୍ଲାମାନଙ୍କୁ ଦିଆଯିବ ନିର୍ଦ୍ଦେଶ ।

ଅନ୍ୟପଟେ କୋଭିଡ ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ମକ ଡ୍ରିଲ କରାଯିବ । ଏପ୍ରିଲ ୧୦ ଏବଂ ୧୧ ତାରିଖରେ ହୋଇପାରେ ମକ୍ ଡ୍ରିଲ୍ । ଏନେଇ ଆଜି ହୋଇପାରେ ଆଲୋଚନା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ରାଜ୍ୟ କେତେ ପ୍ରସ୍ତୁତ ରହିଛି କୋଭିଡ ପରିଚାଳନାରେ । ହସ୍ପିଟାଲରେ ଟେଷ୍ଟିଂ, ମେଡିସିନ, ଅକ୍ସିଜେନ୍ ଆଦି ସଠିକ ଭାବରେ ସୁବିଧା ଯୋଗାଇ ଦିଆଯାଉଛି ନା ନାହିଁ ସେନେଇ ହେବ ଆଲୋଚନା ।

ଏହା ମଧ୍ୟ ପଢନ୍ତୁ- Covid Cases in India: 24 ଘଣ୍ଟାରେ 1803 ନୂଆ ପଜିଟିଭ ଚିହ୍ନଟ

ସୂଚନା ଅନୁଯାୟୀ, କୋଭିଡ୍‌ ସ୍ଥିତି ନେଇ ଆଜି ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ହେବ ବୈଠକ । ଦେଶରେ କୋଭିଡ୍ ମାମଲା ବୃଦ୍ଧି ଘଟୁଛି। ତେବେ ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ରହିଛି ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସମୟରେ ଆକ୍ଟିଭ କେସ୍‌ ମଧ୍ୟରୁ କେବଳ ଜଣେ ହିଁ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ସର୍ଭେଲାନ୍ସ ଚାଲିଛି, ସେଥିପାଇଁ ରାଜ୍ୟରେ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.