ETV Bharat / state

ଖୁଣ୍ଟରେ ଝୁଲୁଛି ମୃତଦେହ, ବିଦ୍ୟୁତ୍‌ ତାର ଚୋରି ବେଳେ ଅଘଟଣ ଘଟିଥିବା ସନ୍ଦେହ

author img

By

Published : Jan 2, 2023, 9:17 AM IST

ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ମୃତଦେହ
ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ମୃତଦେହ

ଖୋର୍ଦ୍ଧାର ଛଣଗିରି ଗାଁରେ ଚାଞ୍ଚଲ୍ୟ । ବିଦ୍ୟୁତ୍‌ ଖୁଣ୍ଟରେ ଝୁଲୁଛି ମୃତଦେହ । ବିଦ୍ୟୁତ୍‌ ଚୋରି ବେଳେ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ମୃତଦେହ

ଖୋର୍ଦ୍ଧା: ବିଦ୍ୟୁତ ଆଘାତରେ ଯୁବକ ମୃତ । ଖୁଣ୍ଟରେ ଝୁଲି ରହିଛି ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଖବରଅନୁସାରେ, ଆଜି ସକାଳୁ ଛଣଗିରି ଗ୍ରାମର ଏକ ବିଦ୍ୟୁତ ଖୁଣ୍ଡରେ ଏକ ଯୁବକଙ୍କ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା । ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ୍ ତାରରେ ମୃତଦେହ ଝୁଲି ରହିଥିଲା । ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ତେବେ ମୃତକ ଜଣକ ଛଣଗିରି ଗ୍ରାମର ସେକ କୁନା । ତେବେ ଗତକାଲି ରାତିରେ ସେ କେଉଁ କାରଣରୁ ବିଦ୍ୟୁତ୍‌ ଖୁଣ୍ଟିରେ ଚଢିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ ଜମିଲା ନୂଆବର୍ଷ ସେଲିବ୍ରେସନ, ଦୁଇ ଦିନରେ ପିଇଗଲେ 111 କୋଟିର ମଦ

ତେବେ ବିଭିନ୍ନ ଚୋରି, ଡକାୟତି, ବ୍ରାଉନ ସୁଗାର କାରବାର ଆଦି ଅପରାଧିକ ମାମଲାରେ ସେକ କୁନା ନାମରେ ଥାନାରେ ଅନେକ ଅଭିଯୋଗ ରହିଥିଲା । ଖବର ପାଇ ଘଟଣା ସ୍ଥଳକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ପୋଲିସ ଟିମ୍ ଯାଇ ତଦନ୍ତ କରୁଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ କୁନା ତାର ଚୋରି କରିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବେଳେ ବିଦ୍ୟୁତ ଆଘାତ ଖାଇ ମୃତ୍ୟୁବରଣ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.