ETV Bharat / bharat

ରାଜସ୍ଥାନରେ ଜମିଲା ନୂଆବର୍ଷ ସେଲିବ୍ରେସନ, ଦୁଇ ଦିନରେ ପିଇଗଲେ 111 କୋଟିର ମଦ

author img

By

Published : Jan 2, 2023, 7:32 AM IST

ରାଜସ୍ଥାନରେ ଧୁମଧାମରେ ପାଳନ ହେଲା ନୂଆବର୍ଷ । ଦୁଇ ଦିନରେ ବିକ୍ରି ହେଲା 111 କୋଟି ଟଙ୍କାର ମଦ । ଅଧିକ ପଢ଼ନ୍ତୁ

Liquor worths 111  crore sold
ମଦ ଫଟୋ

ଜୟପୁର: 2022 ବିଦାୟ ବର୍ଷ ସହ ପାଦ ଥାପି ଆସିଛି 2023 ନୂଆ ବର୍ଷ । ଏହି ନୂଆବର୍ଷକୁ ସ୍ବାଗତ ଜଣାଇ ଏଥର ସାରା ଦେଶ ବେଶ ଧୁମଧାମରେ ପାଳନ କରିଛି ନବବର୍ଷ । ରାଜସ୍ଥାନରେ ମଧ୍ୟ ନୂଆବର୍ଷର ଧୁମ ଦେଖିବାକୁ ମିଳିଛି । ଏହାରି ଭିତରେ ମଦ ବିକ୍ରି ହେବାରେ ସମସ୍ତ ରେକର୍ଡ ଭାଙ୍ଗିଛି । ମାତ୍ର ଦୁଇ ଦିନରେ 111 କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା ।

ନୂଆ ବର୍ଷ ଉତ୍ସବ ପାର୍ଟିରେ ରେସ୍ତୋରାଁ, ବାର୍, କ୍ଲବ୍, ଫାର୍ମ ହାଉସ୍ ଏବଂ ଅନ୍ୟାନ୍ୟ ସ୍ଥାନରେ 111 କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି । ଯେଉଁଥିରେ 19.95 କୋଟି ଟଙ୍କା ମୂଲ୍ୟର ବିଅର, 87.82 କୋଟି ଟଙ୍କାର ମଦ, 35.26 କୋଟି ଟଙ୍କା ମୂଲ୍ୟର ବିଦେଶୀ ମଦ ବିକ୍ରି ହୋଇଛି । ତେବେ ଗତ ବର୍ଷ 77.82 କୋଟି ଟଙ୍କା ମୂଲ୍ୟର ମଦ (ଜୟପୁରରେ ନୂଆ ବର୍ଷ ଉତ୍ସବ) ଖର୍ଚ୍ଚ ହୋଇଥିଲା । ଦୁଇ ବର୍ଷ ଧରି କୋରୋନା କଟକଣା ଥିବାରୁ ନବବର୍ଷ ପାଳନ ଫିକା ପଡ଼ିଥିଲା । ହେଲେ ଚଳିତ ଥର କୌଣସି କଟକଣା ନଥିବାରୁ ନୂତନ ବର୍ଷକୁ ବେଶ ଧୁମଧାରେ ପାଳନ କରିଛନ୍ତି ଲୋକେ ।

ରାଜଧାନୀ ଜୟପୁର ବିଷୟରେ କହିବାକୁ ଗଲେ ଏଥର ଅବକାରୀ ବିଭାଗ ପକ୍ଷରୁ 150 ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ନୂଆ ବର୍ଷ ଉତ୍ସବ ପାଇଁ ଜୟପୁର ସବୁଠାରୁ ବଡ ଗନ୍ତବ୍ୟସ୍ଥଳ ଥିଲା । ଯେଉଁଠାରେ ନୂତନ ବର୍ଷ ପାଳନ କରିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଏ ସମ୍ପର୍କରେ ଅବକାରୀ ବିଭାଗ କହିଛି, ଏଥର ଡିସେମ୍ବର 30 ଏବଂ 31ରେ 111 କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି । 2019 ମସିହାରେ, 30 ଏବଂ 31 ଡିସେମ୍ବରରେ, 104 କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.