ETV Bharat / state

ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଦୁଇଗୋଷ୍ଠୀ ମୁହାଁମୁହିଁ, ଥାନାରେ ମାମଲା

author img

By

Published : Jul 16, 2022, 7:39 AM IST

ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଦୁଇଗୋଷ୍ଠୀ ମୁହାଁମୁହିଁ,
ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଦୁଇଗୋଷ୍ଠୀ ମୁହାଁମୁହିଁ,

ଜମି ବିବାଦକୁ କେନ୍ଦ୍ରକରି ବେଗୁନିଆ ବ୍ଲକ ଅଧିନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଦୁଇଗୋଷ୍ଠୀ ମୁହାଁମୁହିଁ । ଉଭୟ ପକ୍ଷରୁ ଥାନାରେ ଏତଲା । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜମି ବିବାଦକୁ କେନ୍ଦ୍ରକରି ବେଗୁନିଆ ବ୍ଲକ ଅଧିନ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟିଭି ଚ୍ୟାନେଲ ଷ୍ଟୁଡିଓରେ ଦୁଇଗୋଷ୍ଠୀ ମୁହାଁମୁହିଁ । ଏନେଇ ବାଘମାରୀ ଥାନାରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ପୂର୍ବାହ୍ନ ୧୦ଟା ବେଳେ ସାରୁଅ ଗ୍ରାମର ବିରଞ୍ଚି ମହାଭୋଇ ଏବଂ ଅନ୍ୟ ଜଣେ ଷ୍ଟୁଡିଓ ଠାରେ ପହଞ୍ଚି ତାଙ୍କ ଜମିରେ ମାଟି ଗଦା ହୋଇଥିବାକୁ ନେଇ ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କୁ ଗାଳିମନ୍ଦ କରିଥିଲେ । ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଅଫିସର ହଲିମ ଖାଁ ବାରଣ କରିବା ସହ ବିଭାଗୀୟ ଅଧିକାରୀ ଆସିଲେ ମାଟି ଉଠାଇବା କଥା ବିଝୁବେ ବୋଲି କହିବାରୁ ଉତ୍ୟକ୍ତ ହୋଇ ବିରଞ୍ଚି ସିକ୍ୟୁରିଟି ଅଫିସରଙ୍କୁ ଗାଳିମନ୍ଦ କରିଥିଲେ । ଏନେଇ ବିରଞ୍ଚି ଗାଁକୁ ଫୋନ କରି ଗ୍ରାମର ପ୍ରାୟ ୧୦ଜଣ ବ୍ୟକ୍ତି ଠେଙ୍ଗା ଧରି ଷ୍ଟୁଡ଼ିଓ ଠାରେ ପହଞ୍ଚି କିଛି ନ ବୁଝି ସିକ୍ୟୁରିଟି ଅଫିସର ହଲିମ ଖାଁକୁ ଆକ୍ରମଣ କରିଥିଲେ ।

ଷ୍ଟୁଡିଓ ଅନ୍ୟ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ଗଣ୍ଡଗୋଳ ବନ୍ଦ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଆହତ ହୋଇଥିବା ଜଣାଯାଇଛି । ଏନେଇ ବାଘମାରୀ ଥାନାରେ ହଲିମ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିରଞ୍ଚି ମହାଭୋଇ ଅଭିଯୋଗରେ ଦର୍ଶାଇଛନ୍ତି ଷ୍ଟୁଡିଓ ଭିତରେ ତାଙ୍କ ଜମି ଥିବା ବେଳେ ଆଜି ସେହି ଜମିକୁ ଯିବା ବେଳେ ସିକ୍ୟୁରିଟି ଅଫିସର ହଲିମ ଖାଁଙ୍କ ସମେତ ଅନ୍ୟ ସିକ୍ୟୁରିଟି ମିଶି ଯିବାକୁ ବାରଣ କରିବା ସହ ଆକ୍ରମଣ କରିଥିଲେ । ଫଳରେ ୨ଜଣ ଆହତ ହୋଇଛନ୍ତି । ବିରଞ୍ଚି ଏନେଇ ବାଘମାରୀ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷରୁ ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇଟିମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.