ETV Bharat / state

କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ

author img

By

Published : Jul 3, 2021, 11:06 PM IST

Updated : Jul 4, 2021, 2:20 AM IST

କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ
କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ

କୋରୋନା ମହାମାରୀ କାଳରେ ସରକାରୀ ଉଦାସୀନତାର ଶିକାର ହେଉଥିବା ଅଭିଯୋଗ ଆଣିଛି ଡ୍ରାଇଭର ମହାସଂଘ । ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ । ଅଧିକ ପଢନ୍ତୁ...

ଖୋର୍ଦ୍ଧା : କୋରୋନା ମହାମାରୀ ସମଗ୍ର ବିଶ୍ବକୁ ଆତଙ୍କିତ କରିଥିବାବେଳେ ଆମ ଦେଶ ମଧ୍ୟ ଜଟିଳ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହି ମହାମାରୀ ସମୟରେ ଗମନାଗମନ ଓ ମାଲପରିବହନ ପାଇଁ ଡ୍ରାଇଭରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ସରକାର ସମସ୍ତଙ୍କ ପାଇଁ କିଛି କିଛି ସହାୟତା ଘୋଷଣା କରିଥିବାବେଳେ ଡ୍ରାଇଭରମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ଆଜି ଭିନ୍ନ ଢଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛି ଡ୍ରାଇଭର ମହାସଂଘ ।

କୋରୋନା କାଳରେ ଡ୍ରାଇଭରଙ୍କୁ ଭୁଲିଗଲେ ସରକାର, ରାସ୍ତା ଉପରେ ଅଭିନବ ପ୍ରତିବାଦ

ଡ୍ରାଇଭର ସଂଘର ସଦସ୍ୟମାନେ ନିଜ ପେଟରୁ କାଟି କିଛି ଅର୍ଥ ସଞ୍ଚୟ କରି ରାସ୍ତାରେ ଗାଡି ନେଇ ଯାଉଥିବା ନିଜ ସହଯୋଗୀ ଡ୍ରାଇଭରମାନଙ୍କୁ ମାକ୍ସ, ପାଣିବୋତଲ ଓ ବିସ୍କୁଟ ବଣ୍ଟନ କରି ସରକାରୀ ଉଦାସୀନତାର ପ୍ରତିକାତ୍ମକ ବିରୋଧ କରିଥିବା ଦେଖିବାକୁ ମିଳିଛି । ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଏକଜୁଟ ଏପରି ଢଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Jul 4, 2021, 2:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.