ETV Bharat / state

ଭଉଣୀ ଗାଡିରେ ଭାଇର ଗଞ୍ଜେଇ ବେପାର, କେଶୁରା ବାଇପାସରେ ମାଡ଼ି ବସିଲା ଅବକାରୀ ଟିମ୍

author img

By

Published : Aug 21, 2023, 2:21 PM IST

Updated : Aug 21, 2023, 4:53 PM IST

ଭଉଣୀ ଗାଡିରେ ଭାଇର ଗଞ୍ଜେଇ ବେପାର
ଭଉଣୀ ଗାଡିରେ ଭାଇର ଗଞ୍ଜେଇ ବେପାର

ଭଉଣୀ ନାଁରେ କିଣା ଯାଇଥିବା ନୂଆ ଗାଡ଼ିରେ ଭାଇ ଗଞ୍ଜେଇ ବେପାର କରିଥିବାବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । କେଶୁରା ବାଇପାସରୁ ଗଞ୍ଜେଇ ଭର୍ତ୍ତି କାର୍ ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ୍ । ଅଧିକ ପଢ଼ନ୍ତୁ

ଭଉଣୀ ଗାଡିରେ ଭାଇର ଗଞ୍ଜେଇ ବେପାର

ଭୁବନେଶ୍ବର: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କନ୍ଧମାଳରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣବେଳେ ଚଢାଉ କରିଛି ଅବକାରୀ ଟିମ୍ । ଚଢାଉରେ କଟକ-ପୁରୀ ବାଇପାସ ନିକଟରୁ ଗଞ୍ଜେଇ ଭର୍ତ୍ତି କାର୍ ଜବତ ହୋଇଛି । ମାସକ ତଳେ କିଣାଯାଇଥିବା ଏହି ନୂଆ କାରରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଅବକାରୀ ଟିମ୍ ସକାଳ ୬ଟାରେ ଚାଲାଣ ହେଉଥିବା ସମୟରେ ଅଭିଯୁକ୍ତଙ୍କୁ ଧରିଛି ।

୨୦ କେଜି ୫୦୦ଗ୍ରାମରୁ ଅଧିକ ଗଞ୍ଜେଇ ସହ ଏକ ନୂଆ ହ୍ୟୁଣ୍ଡାଇ କାର୍ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତ ରମେଶ ପ୍ରଧାନକୁ ଗିରଫ କରିଛି ଅବକାରୀ ଟିମ୍ । ଅଭିଯୁକ୍ତ ରମେଶର ଘର ପୁରୀ ଜିଲ୍ଲା ନିମାପଡା ହରିପୁର ଅଧୀନ ପଦନପୁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଜଣେ ପେଶାଦାର ଗଞ୍ଜେଇ ବେପାରୀ । କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରର ବିକ୍ରି କରିଥାଏ ରମେଶ ।

ଏହା ବି ପଢନ୍ତୁ...ବଲାଙ୍ଗୀରରେ ଗଞ୍ଜେଇ ବେପାରୀଙ୍କୁ ନାହିଁ ନିସ୍ତାର, ମାଫିଆ ଘରେ ବୁଲିଲା ବୁଲ୍‌ଡୋଜର

ଜବତ ହୋଇଥିବା ଗାଡ଼ିଟି ରମେଶର ଭଉଣୀ ନାଁରେ ରହିଥିବା ଜଣାପଡ଼ିଛି । ଅଭିଯୁକ୍ତ ରମେଶ ଗାଡ଼ିରେ ବୁଲିବା ବାହାନାରେ ଆସି କନ୍ଧମାଳରେ ଏକ ବଡ଼ଧରଣର ଗଞ୍ଜେଇ ଡିଲ୍‌ କରୁଥିବା ଜଣାପଡ଼ିଛି । ଅଧିକ ତଥ୍ୟ ପାଇଁ ପୋଲିସ ଛାନଭିନ କରିବା ପରେ ସେ ଭୁବନେଶ୍ୱରର ପେଶାଦାର ଗଞ୍ଜେଇ ବେପାରୀ ବୋଲି ଜଣାପଡ଼ିଥିଲା । ଏନେଇ ତାକୁ ଟ୍ରାକ୍‌ କରୁଥିଲେ ଅବକାରୀ ଟିମ୍ । ଗାଡ଼ିକୁ ପିଛା କରି ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତ ରମେଶର ଘର କେଶୁରା ନିକଟ ପୁରୀ ବାଇପାସରେ ଛକିଥିଲା ଅବକାରୀ ଟିମ୍ ।

ପରେ ସାଇ ମନ୍ଦିର ନିକଟରେ ଅଭିଯୁକ୍ତକୁ କାବୁ କରିବା ସହ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି ଅବକାରୀ ବିଭାଗ । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଯୁକ୍ତ ଦୁଇ ଏକାମ୍ର କଲେଜରେ ପଢ଼ିବା ପରେ ଏପରି ବ୍ୟବସାୟ ଆରମ୍ଭ କରିଥିଲା । ଏନେଇ କନ୍ଧମାଳରୁ ଗଞ୍ଜେଇ ଆଣି ଏପରି ଛୋଟ ଛୋଟ ବେପାରୀଙ୍କୁ ପଠାଉଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ରମେଶ 2 ଲକ୍ଷ‌ ଟଙ୍କାର ଗଞ୍ଜେଇ ଆଣି 3 ଲକ୍ଷ ଟଙ୍କାରେ ବିକ୍ରି କରିବାର ଯୋଜନା ରଖିଥିଲା । ହେଲେ ଏହା ପୂର୍ବରୁ ସବୁ ଯୋଜନା ପଣ୍ଡ କରିଛି ଅବକାରୀ ଟିମ୍ । ତେବେ ନୂଆ କାର୍ ସମ୍ପର୍କରେ ଅବକାରୀ ଟିମ୍ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି । ଗତ କିଛି ଦିନ‌ ହେବ ସେ ଗଞ୍ଜେଇ ବେପାର କରି ଆସୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 21, 2023, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.