ETV Bharat / state

ବଲାଙ୍ଗୀରରେ ଗଞ୍ଜେଇ ବେପାରୀଙ୍କୁ ନାହିଁ ନିସ୍ତାର, ମାଫିଆ ଘରେ ବୁଲିଲା ବୁଲ୍‌ଡୋଜର

author img

By

Published : Aug 17, 2023, 10:57 PM IST

ୟୁପି ଢାଞ୍ଚାରେ ଗଞ୍ଜେଇ ମାଫିଆ ଘରେ ପୁଣି ଚାଲିଛି ବୁଲ୍‌ଡୋଜର । ବଲାଙ୍ଗୀର ମାଫିଆ ଓ ପେଶାଦାର ଅପରାଧୀଙ୍କ ବିରୋଧରେ ପ୍ରଶାସନର କଠୋର ପଦକ୍ଷେପ ଜାରି । ଅଧିକ ପଢନ୍ତୁ

ଗଞ୍ଜେଇ ମାଫିଆର ଘରେ ବୁଲ୍‌ଡୋଜର ଚଢାଇଲା ,ବଲାଙ୍ଗୀର ପ୍ରଶାସନ
ଗଞ୍ଜେଇ ମାଫିଆର ଘରେ ବୁଲ୍‌ଡୋଜର ଚଢାଇଲା ,ବଲାଙ୍ଗୀର ପ୍ରଶାସନ

ଗଞ୍ଜେଇ ମାଫିଆର ଘରେ ବୁଲ୍‌ଡୋଜର ଚଢାଇଲା ,ବଲାଙ୍ଗୀର ପ୍ରଶାସନ

ବଲାଙ୍ଗୀର: ଜିଲ୍ଲାରେ ଜଣେ ଗଞ୍ଜେଇ ମାଫିଆର ବେଆଇନ ଆଲିଶାନ ଘର ଭାଙ୍ଗିଲା ପ୍ରଶାସନ । ବେଆଇନ ଭାବରେ ସରକାରୀ ଜମିରେ କରିଥିଲା ଆଳିଶାନ ବଙ୍ଗଳା । ବଲାଙ୍ଗୀର ମାଫିଆ ଓ ପେଶାଦାର ଅପରାଧୀଙ୍କ ବିରୋଧରେ ପ୍ରଶାସନର କଠୋର ପଦକ୍ଷେପ ଜାରି । ୟୁପି ଢାଞ୍ଚାରେ ମାଫିଆ ଘରେ ପୁଣି ଚାଲିଛି ବୁଲ୍‌ଡୋଜର । ବଲାଙ୍ଗୀର ବଡ଼ମାଳର ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାର ବେଆଇନ ଘର ଉପରେ ଏହି ବୁଲ୍‌ଡୋଜର ଚଳାଇଛି ପ୍ରଶାସନ। ଘନଶ୍ୟାମ ଜେନା ଦୀର୍ଘ ଦିନରୁ ଗଞ୍ଜେଇ ଚାଲାଣରେ ସଂପୃକ୍ତ ରହି ଆସିଛନ୍ତି ।

ସୂଚନାଅନୁସାରେ ସଇଁତଳା ତହସିଲ ଅନ୍ତର୍ଭୁକ୍ତ ବଡ଼ମାଳର ଏଠି ସରକାରୀ ଜମିକୁ ସେ 2000 ମସିହାରୁ ଜବରଦଖଲ କରି ସେଠାରେ ଦୁଇ ମହଲା ଆଲିଶାନ ଘର ତିଆରି କରିଥିଲା । ଏହାକୁ ନେଇ ସ୍ଥାନୀୟ ତହସିଲଦାର ଘର ଉଚ୍ଛେଦ ନୋଟିସ ଜାରି କରିଥିଲେ । ଆଜି ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତ ଓ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ, ରସୁଲଗଡ ଛକରୁ NCB ଧରିଲା ୩ କ୍ବିଣ୍ଟାଲ

ପୋଲିସ୍ ଓ ପ୍ରଶାସନ ତାର ଆର୍ଥିକ କାରବାର ଉପରେ ତଦନ୍ତ ଆରମ୍ଭ କରିଥିଲା । ସେ ବଡ଼ମାଳ ଭିଆଇପି ଗେଟ୍‌ ସମ୍ମୁଖରେ ତିଆରି କରିଥିବା ଲକ୍ଷାଧିକ ଟଙ୍କାର ଆଲିଶାନ୍ ଘର ବେଆଇନ୍ ବୋଲି ଜଣା ପଡିଥିଲା । ସେଠାକାର ଗୋଚର ଜମିକୁ ସେ ଜବରଦଖଲ କରି ସେଠାରେ ଏକ ମହଲ ସଦୃଶ ଘର ତିଆରି କରିଥିଲା । ଏହି ଘରୁ ହିଁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ଘର ଉପରେ ଆଜି ପ୍ରଶାସନ ବୁଲ୍‌ଡୋଜର ଚଳାଇ ଧୂଳିସାତ କରିଛି ।

ପୋଲିସ୍ ତଥା ଅବକାରୀ ବିଭାଗ ବାରମ୍ବାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅନେକ ଥର ତାକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲେ । ହେଲେ ଘନଶ୍ୟାମ ଜେନା ତାର ଅଭ୍ୟାସଗତ ଅପରାଧ ଜାରି ରଖିଥିଲା । ସେହିପରି ଗତ ଜୁନ୍‌ 2 ତାରିଖ ଦିନ ସଇଁନ୍ତଲା ତହସିଲ ଅଧିନସ୍ଥ ବଡ଼ମାଳ ଗୋଳାବାରୁଦ କାରଖାନାର ଭିଆଇପି ଗେଟ୍‌ ସାମ୍ନାରେ ଥିବା ଘରୁ ଟିଟିଲାଗଡ଼ ଅବକାରୀ ବିଭାଗ ଓ କଣ୍ଟାବାଞ୍ଜି ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ସାଢେ଼ 6 କ୍ଵିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିଲେ । ଘନଶ୍ୟାମ ଜେନାକୁ ଗିରଫ କରି ପୁଣି କୋର୍ଟ ଚାଲାଣ କରା ଯାଇଥିଲା ।

ତେବେ ବଲାଙ୍ଗୀର ପୋଲିସ୍ ଓ ପ୍ରଶାସନ ମିଳିତ ଭାବରେ ଦୀର୍ଘ କିଛି ମାସ ହେବ ପେଶାଦାର ଅପରାଧୀ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଯେଉଁଥିରେ ବଲାଙ୍ଗୀର ପାଟଣାଗଡ଼ ଟିଟିଲାଗଡ଼ ସବୁଠି ଅପରାଧୀମାନଙ୍କ ବେଆଇନ ପ୍ରତିଷ୍ଠାନ ଓ ଘର ସବୁକୁ ଉଚ୍ଛେଦ ମଧ୍ୟ କରାଯାଉଛି । ପୂର୍ବରୁ ବଲାଙ୍ଗୀର ସହର ମଧ୍ୟରେ ପେଶାଦାର ଅପରାଧୀ ଟିମନ, ବବଲୁ ମହାନନ୍ଦ ଓ ଅନ୍ୟ ଅପରାଧୀଙ୍କ ଘର ପ୍ରତିଷ୍ଠାନ, ହୋଟେଲକୁ ପ୍ରଶାସନ ଉଚ୍ଛେଦ କରିଥିଲା ।

ଏହାର କିଛି ଦିନ ବ୍ୟବଧାନ ପାରେ ପ୍ରଶାସନ ପୁଣି ଡ୍ରାଇଭ୍‌ ଆରମ୍ଭ କରିଛି । ପୂର୍ବରୁ ଫେରାର ଥିବା ଅପରାଧୀଙ୍କ ବିରୁଦ୍ଧରେ ନୋଟିସ ଜାରି କରିଯାଇଛି । ଅପରାଧିମାନଙ୍କ ସମ୍ପତ୍ତି ବ୍ୟଯ୍ୟାପ୍ତ କରିବା ପାଇଁ ନୋଟିସ ଜାରି କରିଛି ଏହା ସହ ସାତ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାର ପାଇଁ ନୋଟିସ କରିଛି ପ୍ରଶାସନ । ତେବେ ପୋଲିସ୍ ଓ ପ୍ରଶାସନର ଏଭଳି ପଦକ୍ଷେପ ପରେ ଏବେ ବଲାଙ୍ଗୀର ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି ।

ଇଟିିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.