ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ, ରସୁଲଗଡ ଛକରୁ NCB ଧରିଲା ୩ କ୍ବିଣ୍ଟାଲ

author img

By

Published : May 29, 2023, 9:19 AM IST

ganja traders arrested

ଟ୍ରକ ଭିତରେ ସିକ୍ରେଟ୍ ଚ୍ୟାମ୍ବର କରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ । ଡ୍ରାଇଭର କ୍ୟାବିନ୍ ଭିତରେ ସିକ୍ରେଟ୍ ଚ୍ୟାମ୍ବର । ଆଉ ଚ୍ୟାମ୍ବର ଭିତରେ ପୁଳାପୁଳା ଗଞ୍ଜେଇ । ସାଉଥ ସୁପରହିଟ ଫିଲ୍ମ ପୁଷ୍ପାର କାହାଣୀ କାଠ ଚୋରାଚାଲାଣ ଷ୍ଟାଇଲରେ ଚାଲିଥିଲା ଗଞ୍ଜେଇ ଚାଲାଣ । ରସୁଲଗଡ଼ ଛକରୁ ଧରାପଡିଲା ଗଞ୍ଜେଇ ଟ୍ରକ । ପୋଲିସ୍ ଆଖିରେ ଧୂଳି ଦେଇ ଟ୍ରକ ଭିତରେ ସିକ୍ରେଟ୍ ଚ୍ୟାମ୍ବର କରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB) ।

ସୂଚନା ମୁତାବକ, ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକରେ ଗଞ୍ଜେଇ ଧରି ଆସୁଥିବା ବେଳେ NCBର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାୟ ୨୭୩ କେଜି ଗଞ୍ଜେଇ ଏମାନଙ୍କ ଠାରୁ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ତେବେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ନେଇ ଟ୍ରାକ କରୁଥିଲା NCB । ଏନେଇ ଅନେକ ସମୟରେ ନିଜ ସୋର୍ସ ଜରିଆରେ ବଡ଼ ସିଣ୍ଡିକେଟ ଠାବ ପାଇଁ ଯୋଜନା ଚଲାଇଥିଲା । ଓଡ଼ିଶାରୁ ଝାଡଖଣ୍ଡ ଗଞ୍ଜେଇ ଚାଲାଣ ହେଉଥିବାର ଟିମ୍ ଖବର ପାଇବା ପରେ ଟ୍ରାକ କରି NL-08D-3670 ଟ୍ରକର ସୂଚନା ପାଇଥିଲା । ଏନେଇ ଟ୍ରକକୁ ରସୁଲଗଡ଼ ଛକରୁ ଅଟକାଇବା ସହ ଗାଡିଟି ପୁରା ଖାଲିଥିବା ବେଳେ ଡ୍ରାଇଭର ଗାଡିରୁ ଓହ୍ଲାଉ ନଥିବାରୁ ସନ୍ଦେହ ବଢିଥିଲା । ଏନେଇ ଡ୍ରାଇଭର ଚାମ୍ବର ଭିତରେ ଲାଗିଥିବା ପ୍ଲାଏ ଭିତରେ ସିକ୍ରେଟ ଚାମ୍ବର କରି ଛୋଟ ଛୋଟ ପ୍ୟାକେଟରେ ଗଞ୍ଜେଇ କାରବାର କରୁଥିବା ନେଇ ଜଣାପଡିଥିଲା ।

ତେବେ ଏନସିବି ଟିମ୍ ସୂଚନା ମୁତାବକ, କିଛି ଦିନ‌ ହେବ ଏକ ଇଣ୍ଟରଷ୍ଟେଟ ଗଞ୍ଜେଇ ରାକେଟକୁ ସୁରାକ ପାଇ ଏପରି ପିଛା କରୁଥିଲେ। ଏନେଇ ସେମାନେ ଏହି ରାକେଟକୁ ଠାବ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ସାରା ଦେଶରେ ଏପରି ଗଞ୍ଜେଇ କାରବାର କରୁଥିଲେ । ତେଣୁ ଏହି ସିଣ୍ଡିକେଟକୁ ଠାବ କରି ଧରିବାରେ ସଫଳ‌ ହୋଇଛି । ଖୁବଶୀଘ୍ର ଏହାର ଆଉ କୌଣସି ନେଟୱର୍କ ଥିଲେ ଖୋଜି ବାହାର‌ କରିବୁ । ୨୦୨୦ରୁ ଏଯାବତ ଓଡ଼ିଶାରୁ ୮୯୮୩ କେଜି ଗଞ୍ଜେଇ ସହ ୨୮କେଜି ୨ଶହ ଅଫିମ ଜବତ କରାଯାଇଥିବା ବେଳେ ଏନେଇ ଏନସିବି ଜୋନାଲ ଟିମର ପ୍ରୟାସ ଜାରି ରହିଛି ।

ଗଞ୍ଜେଇ କାରବାର ଏବେ ନୂଆ ଟ୍ରେଣ୍ଡ ପାଲଟିଥିବା ବେଳେ ନୂଆ ନୂଆ ଉପାୟରେ ଗଞ୍ଜେଇ କାରବାର କରୁଛନ୍ତି ଗଞ୍ଜେଇ ମାଫିଆ । ଯାହାର କ୍ରମରେ କିଛି ଦିନ ତଳେ କୁଣ୍ଡା ବୋଝେଇ ଟ୍ରକରେ ଗଞ୍ଜେଇ ଲୁଚାଇ ବ୍ରହ୍ମପୁରରୁ ପୁରୀ ଚାଲାଣ ବେଳେ ଧରାପଡ଼ିଥିଲା ହାଇଟେକ୍ ଛକରେ । ତେବେ ପାଖାପାଖି ଦେଢ଼ କୁଇଣ୍ଟାଲ ଗଞ୍ଜେଇ କମିଶନରେଟ ପୋଲିସ ଟିମ୍ ଜବତ କରିଥିଲା । ଠିକ ସେହିପରି ଗଞ୍ଜେଇ ବୋଝେଇ କରି ଚାଲାଣ ବେଳେ ମଧ୍ୟ ଏକ ଟ୍ରକରେ ସିକ୍ରେଟ ଚାମ୍ବର କରି ହାଇଓ୍ବାକୁ ଧରିଥିଲା ଗତବର୍ଷ ଏସଟିଏଫ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.