ETV Bharat / state

ଜାଲ ନୋଟ ଧରାଇ ଛେଳିନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ବୃଦ୍ଧ ହତାଶ

author img

By ETV Bharat Odisha Team

Published : Nov 29, 2023, 1:45 PM IST

ଜାଲ ନୋଟ ଧରାଇ ଛେଳିନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ
ଜାଲ ନୋଟ ଧରାଇ ଛେଳିନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଖେଳନା ଟଙ୍କା ଦେଇ ନେଇଗଲେ 9 ହଜାର ଟଙ୍କାର ଛେଳି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ଅଧିକ ପଢନ୍ତୁ

ଜାଲ ନୋଟ ଧରାଇ ଛେଳିନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଜାଲ ନୋଟ ଦେଇ ଛେଳି ନେଇ ଚମ୍ପଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ । ଛେଳି ବିକ୍ରି କରିବା ପାଇଁ 9ହଜାର ଟଙ୍କା ମୁଲଚାଲ ହୋଇଥିବା ବେଳେ 18ଟି ଜାଲ 500ଟଙ୍କିଆ ନୋଟ ଦେଇ ଛେଳି ନେଇଯାଇଥିବା କହିଛନ୍ତି ଛେଳି ମାଲିକ ।

ସୂଚନା ଅନୁଯାୟୀ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ 70 ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ ସିକୋ ରାସ୍ତାର ଟାଙ୍କୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଚରାଉଥିଲେ । ଏତିକିବେଳେ ହଜରୁ ସିକୋ ଅଭିମୁଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନାବ୍ୟକ୍ତି ଗୋଠରେ ଥିବା ବଡଛେଳି (ବୋଦା) ନେବାପାଇଁ ମୂଲଚାଲ କରିଥିଲା । ଶେଷରେ ସେହି ଛେଳିଟିକୁ 9 ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା । 18ଟି 500 ଟଙ୍କିଆ ନୋଟ ଦେଇ ସେହି ରାସ୍ତାରୁ ହିଁ ଏହି ଅଚିହ୍ନା ଲୋକ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ନେଇ ଫେରାର ଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ବିଶ୍ବାସରେ ବିଷ! 2 ଲକ୍ଷ ଋଣ ଟଙ୍କାକୁ ଲୁଟି ନେଲେ, ମାସେ ପରେ ବି ପୋଲିସ ହାତ ଖାଲି

ଏହାମଧ୍ୟ ପଢନ୍ତୁ..ମାଛ ବ୍ୟବସାୟ ଆଳରେ ଆୟକର ଠକାମି, ୪ନଂ ମାଛ ମାର୍କେଟରେ ଆୟକର ବିଭାଗର ଚଢାଉ

ତେବେ ଏହି ଟଙ୍କା ଅସଲି ନା ନକଲି ବୃଦ୍ଧ ଜଣକ ପ୍ରଥମେ ଜାଣି ପାରିନଥିଲେ । ପରେ ବୃଦ୍ଧ ଜଣକ ସେହି ଟଙ୍କାକୁ ଆଣି ଗ୍ରାମର କିଛି ଲୋକଙ୍କୁ ଦେଖାଇଥିଲେ । ସେହି ନୋଟଗୁଡିକ ବଜାରରେ ମିଳୁଥିବା ପିଲାମାନଙ୍କ ନକଲି ଖେଳନା ଟଙ୍କା ହୋଇଥିବା ଜଣାପଡିଥିଲା । ତେବେ ବୟସ ଅଧିକ ହୋଇଥିବା ହେତୁ ବୃଦ୍ଧଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଠକାମି ଘଟଣାର ତଦନ୍ତ କରିବା ସହ ଠକକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଏଭଳି ଠକେଇ କେହି ପାଖଆଖର ବ୍ୟକ୍ତିବିଶେଷ ହିଁ କରିଥାଇ ପାରନ୍ତି ଓ ବିଶେଷକରି ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.