ETV Bharat / state

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିନ, ମନ ମୋହିଲା ଓଡିଶା ମଣ୍ଡପ

author img

By

Published : Nov 18, 2022, 4:16 PM IST

ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଦର୍ଶକଙ୍କ ମନ ମୋହିଲା ଓଡିଶା ମଣ୍ଡପ । ଅଧିକ ପଢନ୍ତୁ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିନ
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିନ

ଭୁବନେଶ୍ବର: ନୂଆଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୨(India International Trade Fair )। ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଏହି ମେଳାର ଆଜି ପଞ୍ଚମ ଦିନ । ଗୁରୁବାର ଚତୁର୍ଥ ଦିନ ଥିବା ବେଳେ ଅଦ୍ଭୂତପୂର୍ବ ଜନ ସମାବେଶରେ ଉଜ୍ଜିବୀତ ହୋଇ ଉଠିଥିଲା ପ୍ରଗତି ମଇଦାନର ଓଡିଶା ମଣ୍ଡପ । ମିଲେଟ ମିଶନ, ମିଶନ ଶକ୍ତିର ଅଦ୍ଭୂତପୂର୍ବ ସଫଳତା ବିସ୍ମିତ କରିଥିଲା ଦର୍ଶକମାନଙ୍କୁ । ଏଥି ସହ ଓଡିଶାର କଳାକୃତି, ହସ୍ତ ତନ୍ତ, ତାରକସି କାମ, ଆଦିବାସୀ କଳା ଓ ଡୋକ୍ରା କାମ ବହୁଳ ମାତ୍ରାରେ ଆକୃଷ୍ଟ କରିଥିଲା ଦର୍ଶକଙ୍କୁ ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଚତୁର୍ଥ ଦିନ

ଏଠାରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ରାଜ୍ୟର ମଣ୍ଡପ ପରିଦର୍ଶନ କରିବା ସହ ଓଡିଶା ମଣ୍ଡପର ସାଜସଜ୍ଜାରେ ବିମୁଗ୍ଧ ହୋଇ ଫଟୋ ଉଠାଇବାର ମଜା ନେଉଥିଲେ ଦର୍ଶକ । ଏଠାରେ ପଟ୍ଟ ଚିତ୍ର ଓ ସବାଇ ଘାସରେ ନିର୍ମିତ ବିଭିନ୍ନ ବ୍ୟବହାର୍ଯ୍ୟ ଉପକରଣର ଡେମୋ ମଧ୍ୟ କରାଯାଇଥିଲା । ଯାହା ସବୁଠାରୁ ଆକର୍ଷଣୀୟ ରହିଥିଲା । ଅପରାହ୍ନରେ ଓଡିଶା ମଣ୍ଡପର ସାଜସଜ୍ଜା ଓ ଉପସ୍ଥାପନ ପରିଲକ୍ଷିତ କରିବା ପାଇଁ ଆଇଟିପିଓର ବିଚାରକ ମଣ୍ଡଳୀ ମଣ୍ଡପ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ସେକ୍ସନ ଅଫିସର

ମଣ୍ଡପର ସାଜସଜ୍ଜା, ପରିପାଟି, କଳାକୃତୀ ଓ ଆତିଥ୍ୟ ସେମାନଙ୍କୁ ବେଶ ପସନ୍ଦ ଆସିଥିଲା । ଗତ ୧୪ ତାରିଖରେ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଉଦଯାପନ ହେବ। ଚଳିତ ବର୍ଷର ଥିମ ରହିଛି ‘Vocal for Local, Local to Global’ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.