ETV Bharat / state

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ସେକ୍ସନ ଅଫିସର

author img

By

Published : Nov 18, 2022, 11:40 AM IST

Updated : Nov 18, 2022, 2:32 PM IST

section officer jugal rout caught by vigilance
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ସେକ୍ସନ ଅଫିସର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସେକ୍ସନ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲର ସେକ୍ସନ ଅଧିକାରୀ ଯୁଗଳ ରାଉତ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲର ସେକ୍ସନ ଅଧିକାରୀ ଯୁଗଳ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜମିପଟ୍ଟା କରାଇଦେବା ବାବଦକୁ 15 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ରେଡ କରିଛି ।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ସେକ୍ସନ ଅଫିସର

ବେଲପଡ଼ା ଅଞ୍ଚଳର ଅର୍ଜୁନ ସାବରର ଜମିପଟ୍ଟା କରିବା ପାଇଁ ଯୁଗଳ ରାଉତ ତାଙ୍କୁ ହଇରାଣ କରି ଆସୁଥିଲେ ଏବଂ ଲାଞ୍ଚ ଦେଲେ କାମ ହେବ ବୋଲି କହିଥିଲେ । ଏହାକୁ ନେଇ ଅର୍ଜୁନ ସାବର ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ତେବେ ଆଜି ସମ୍ପୃକ୍ତ ଅଧିକାରୀ ତାଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଘଟଣାସ୍ଥଳରେ ଭିଜିଲାନ୍ସ ଟିମ ପହଞ୍ଚି ରେଡ କରିଥିଲା । ସେପଟେ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକକାଳୀନ ତିନୋଟି ସ୍ଥାନରେ ଏହି ସଂକ୍ରାନ୍ତରେ ଚଢାଉ ଜାରି ରଖିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Nov 18, 2022, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.