ଲଗାଣ ବର୍ଷାରେ ଭୁଶୁଡିଲା ୩ ପରିବାରର ୪ ଘର

author img

By

Published : Sep 13, 2021, 2:46 PM IST

ଲଗାଣ ବର୍ଷାରେ ଭାଙ୍ଗିଲା ୪ ବଖରା ଘର

ରାଜ୍ୟରେ ଜାରି ରହିଛି ବର୍ଷା ବିଭୀଷିକା । ଯାହାଫଳରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣିତୀରି ପଞ୍ଚାୟତର ମାଣିତିର ଗ୍ରାମରେ ୩ ପରିବାରର ୪ ବଖରା ଘରର ଭୁଶୁଡି ପଡିଛି। ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଲଘୁଚାପ ସାରା ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଲଗାଣ ବର୍ଷାପାଇଁ ବିଭିନ୍ନ ସ୍ଥାନରେ ମାଟି ଘର ଭୁଶୁଡିବାକୁ ଲାଗିଲାଣି। ଆଉ ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିଛି। ଯାହାଫଳରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣିତୀରି ପଞ୍ଚାୟତର ମାଣିତିର ଗ୍ରାମରେ ୩ ପରିବାରର ୪ ବଖରା ଘରର ବର୍ଷାରେ ଭିଜି ଭୁଶୁଡି ପଡିଛି।

ଲଗାଣ ବର୍ଷାରେ ଭାଙ୍ଗିଲା ୪ ବଖରା ଘର

ଉକ୍ତ ଗ୍ରାମର ଦିବ୍ୟସିଂହ ସୁନ୍ଦରାୟ ୨ ବଖରା , ଇନ୍ଦ୍ରମଣି ସୁନ୍ଦରାୟଙ୍କର ୧ ବଖରା ଏବଂ ଦାଶରଥି ଛୋଟରାୟଙ୍କ ୧ ବଖରା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି। ଏହା ସହିତ ସେମାନଙ୍କର ଆସବାପତ୍ର ନଷ୍ଟ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରେ ପହଞ୍ଚି ପାରିନାହିଁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.