ETV Bharat / state

ଚାର୍ଜସିଟ୍ ପରେ ବି ଅନ୍ଧାରରେ ରାଜ୍ୟବାସୀ, ବ୍ୟକ୍ତିଗତ କାରଣ କାହିଁକି ଖୋଲାଯାଉନି ?

author img

By

Published : May 26, 2023, 9:11 PM IST

ନବ ଦାସ ହତ୍ୟାକାଣ୍ଡର ଚାର୍ଜସିଟ୍ ଦାଖଲ ପରେ ବି ଅଭିଯୁକ୍ତ ଗୋପାଳର ମୋଟିଭ ଜଣାପଡ଼ୁନି । ଜଣେ ମନ୍ତ୍ରୀଙ୍କୁ ମାରିବା ପଛରେ କଣ ଥିଲା ବ୍ୟକ୍ତିଗତ କାରଣ, ଏହା ଏବେ ମଧ୍ୟ ଅନ୍ଧାରରେ । କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର । ଅଧିକ ପଢ଼ନ୍ତୁ

କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପୂର୍ବତନ ପୋଲିସ ଡିଜିଙ୍କ ସନ୍ଦେହ
କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପୂର୍ବତନ ପୋଲିସ ଡିଜିଙ୍କ ସନ୍ଦେହ

କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପୂର୍ବତନ ପୋଲିସ ଡିଜିଙ୍କ ସନ୍ଦେହ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳର ପାଗଳାମୀ ନୁହେଁ, ବରଂ ବ୍ୟକ୍ତିଗତ ଶତ୍ରୁତା । ମନ୍ତ୍ରୀଙ୍କୁ ମାରିବା ପାଇଁ କରିଥିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର । ନବ ଦାସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କେବଳ ଏକା ଗୋପାଳ । ଏମିତି କିଛି କାରଣ ଦର୍ଶାଇ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ ହତ୍ୟାର ୧୨୦ ଦିନ ବିତିବା ପୂର୍ବରୁ ଝାରୁସୁଗୁଡା କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ତେବେ ୩୦୨ ହତ୍ୟା, ହତ୍ୟା ଉଦ୍ୟମ ୩୦୭, ଆର୍ମସ ଆକ୍ଟ ୨୭(୧)ରେ ଗୋପାଳ ନାଁରେ ଚାର୍ଜସିଟ୍ ହୋଇଛି । ହତ୍ୟାକାରୀ ଏକାକୀ ଗୋପାଳ ଦାସ ବୋଲି ଉଲ୍ଲେଖ କରିବା ସହ ୫୪୩ ପୃଷ୍ଠାର ଚାର୍ଜସିଟ୍ ସହ ୮୯ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବା ତଥ୍ୟ ଉଲ୍ଲେଖ କରାଯାଇଛି ।

ଏନେଇ ସୂଚନା ଦେଇ କ୍ରାଇମବ୍ରାଞ୍ଚ କହିଛି, ଏହା ଷଡ଼ଯନ୍ତ୍ର ନୁହେଁ, ବରଂ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ହୋଇଛି । ନବ ଦାସ ଓ ତାଙ୍କ ସମର୍ଥକଙ୍କ ଦ୍ବାରା ଦିଆଯାଇଥିବା ଧମକ ଯୋଗୁଁ ରାଗ ରଖିଥିଲା ଗୋପାଳ । ଏନେଇ ପ୍ରତିହିଂସା ପରାୟଣ ହୋଇ କରିଛି ଏଭଳି ହତ୍ୟାକାଣ୍ଡ । ତେବେ ଗୋପାଳର ମାନସିକ ସନ୍ତୁଳନ ଠିକ୍‌ ଥିଲା । ଏକ ସୁସ୍ଥ ମାନସିକତାରେ ସେ ଏପରି ପ୍ରତିଶୋଧ ନେଇଛି ବୋଲି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି । ଯାହାକୁ ନେଇ ଗୋପାଳ ଦାସ ଏକାକୀ ହତ୍ୟାକାରୀ, ତେଣୁ ଏନେଇ ୩୪ ଭଳି ଦଫା ନଲଗାଇ ଆଉ କାହାର ସମ୍ପୃକ୍ତି ନଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି । ଦଫା ୧୨୦(b) ନଲଗାଇବା ଅର୍ଥାତ୍ ଏହା ପଛରେ ଷଡ଼ଯନ୍ତ୍ର ନଥିବା ଦର୍ଶାଇ କ୍ରାଇମବ୍ରାଞ୍ଚ କ୍ଲିନ୍‌ଚିଟ୍‌ ଦେଇଛି ।

ତେବେ ପ୍ରଶ୍ନ ଉଠୁଛି, ଏତେସବୁ କାରଣ ଜଣାପଡିବା ପରେ‌ ବି କଣ ପାଇଁ ଅନ୍ଧାରରେ ରାଜ୍ୟବାସୀ ? ପୂର୍ବରୁ ନବ ଓ ତାଙ୍କ ସମର୍ଥକ ଗୋପାଳକୁ ଭୟଭୀତ କରାଇଥିବା ବେଳେ, କେତେ ଜଣ ସମର୍ଥକଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ? କେଉଁ କେଉଁ ସମର୍ଥକ ଏହାର ଅଛନ୍ତି ପ୍ରତ୍ୟକ୍ଷଦର୍ଶୀ ? ଏମିତି କେଉଁ କାରଣ ପାଇଁ ଜଣେ ଏଏସଆଇକୁ ଭୟଭୀତ କରାଇଥିଲେ ମନ୍ତ୍ରୀ ? କେବଳ ସେ ନୁହେଁ, ବରଂ ସମର୍ଥକଙ୍କ ସହ ମିଶି ଭୟଭୀତ କରାଇଥିଲେ । ଯାହାକୁ ନେଇ ନିଜ ଜୀବନ ପ୍ରତି ବିପଦ ଥିବା ମଣୁଥିଲା ଗୋପାଳ ଦାସ । ନବଙ୍କୁ ବ୍ୟବସାୟିକ କ୍ଷତି ପହଞ୍ଚାଇଥିଲା କି ଗୋପାଳ‌ ? ନା ଏହା ପଛରେ ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ରହିଛି ?

ଏହା ମଧ୍ୟ ପଢ଼ନ୍ତୁ...ନବ ଦାସ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ଚାର୍ଜସିଟ: ସବୁ ମିଛ ଲେଖା ହୋଇଛି କହିଲେ ବିରୋଧୀ

ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର । ସେ କହିଛନ୍ତି, "ଚାର୍ଜସିଟ୍‌ରେ କଣ ଲେଖା ହୋଇଛି ଜଣା ହୋଇନି । ଏପର୍ଯ୍ୟନ୍ତ କିଛି ଜଣାପଡିନି, ଅର୍ଥାତ ଗଣମାଧ୍ୟମକୁ ଏ ସମ୍ପର୍କରେ କୁହାଯାଇନି । ଯଦି କିଛି କୁହାଯାଇନି ଓ ପରେ ଯଦି ଏହା ଜଣାପଡିବ, ଏହା ନିଶ୍ଚୟ ଚାଞ୍ଚଲ୍ୟ ସୃଷ୍ଟି କରିବ । ଗୋପାଳର ମୋଟିଭ୍‌ ଜଣାପଡିନି, ପୋଲିସ ତଦନ୍ତ କରିଛି ଆଉ ଚାର୍ଜସିଟ୍‌ ଫାଇଲ କରିଛି । ଏହା ଭଲ କଥା ଯେ, କୋର୍ଟ ଦୋଷ ଦେବା ପୂର୍ବରୁ ଚାର୍ଜସିଟ୍ ଫାଇଲ କରିଛି । ତେଣୁ ଯେଉଁ ସବୁ ତଦନ୍ତ ସାଇଣ୍ଟିଫିକ୍ ଟିମ୍‌ କରିଥିଲେ, ତାହା ସବୁ ତଥ୍ୟ ଦିଏ । କିନ୍ତୁ ତାହା ପ୍ରମାଣ ଦିଏନି । ଶାସନକୁ ଏହା ଆଙ୍ଗୁଠି ଦେଖାଉଛି ମାନେ ପୋଲିସକୁ ଆହୁରି ତଦନ୍ତ କରିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.