ETV Bharat / state

Israel-Gaza War: ଯୁଦ୍ଧ ଭୂଇଁରୁ ଫେରି ଆସିଲେ ୩ ଓଡ଼ିଆ

author img

By ETV Bharat Odisha Team

Published : Oct 13, 2023, 10:56 PM IST

ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଫେରିଲେ ଓଡ଼ିଆ । ଯୁଦ୍ଧଭୂମିରୁ ଜନ୍ମଭୂମିକୁ ବାହୁଡ଼ିଲେ ୩ ଓଡ଼ିଆ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ । ଅଧିକ ପଢ଼ନ୍ତୁ

ଇସ୍ରାଏଲରୁ ଫେରିଲେ ୩ ଓଡ଼ିଆ
ଇସ୍ରାଏଲରୁ ଫେରିଲେ ୩ ଓଡ଼ିଆ

ଇସ୍ରାଏଲରୁ ଫେରିଲେ ୩ ଓଡ଼ିଆ

ଭୁବନେଶ୍ବର: ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଫେରିଲେ 3 ଓଡ଼ିଆ । ଆଜି(ଶୁକ୍ରବାର) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଇସ୍ରାଏଲ ଫେରନ୍ତା ଓଡ଼ିଆ । ଇସ୍ରାଏଲରୁ ଫେରିଥିବା ୨୧୨ ଭାରତୀୟଙ୍କ ମଧ୍ୟରେ 9 ଓଡ଼ିଆ ରହିଥିବା ବେଳେ 3 ଓଡ଼ିଆ ଭୁବନେଶ୍ବରରେ ପହଞ୍ଚିଛନ୍ତି । ତେବେ ଭାରତ ସରକାରଙ୍କ ‘ଅପରେସନ ଅଜୟ’ରେ ଭାରତୀୟମାନଙ୍କୁ ଉଦ୍ଧାର ପ୍ରୟାସ କରାଯାଇଥିଲା ।

ଇସ୍ରାଏଲ ଯୁଦ୍ଧ ଘୋଷଣା ପରେ ଭାରତ ଫେରିଛନ୍ତି ପ୍ରଭାସୀ ଭାରତୀୟ । ଅପରେସନ ଅଜୟ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 9 ଜଣ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ 3 ଜଣ ପ୍ରବାସୀ ଓଡିଶାରେ ପହଞ୍ଚିଛନ୍ତି । ରିସର୍ଚ୍ଚ ଏବଂ ପାଠ ପଢା ପାଇଁ ଯାଇଥିବା ଏହି ପ୍ରବାସୀମାନେ ନିଜ ଅନୁଭୂତି ବଖାଣିଛନ୍ତି । ବୋମା, ରକେଟ ମାଡ଼ର ଲାଇଭ ଦୃଶ୍ୟ ଆତଙ୍କବାଦୀଙ୍କ ଭୟ ଭିତରେ କିଛି ଦିନ କାଟିବା ପରେ ଓଡିଶାରେ ପହଞ୍ଚିଛନ୍ତି 3 ଓଡ଼ିଆ ।

ସୂଚନା ଅନୁଯାୟୀ, ଇସ୍ରାଏଲରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଗୁରୁବାର ରାତି ୧୦ଟା ୧୪ ମିନିଟରେ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ବେନ୍ ଗୁରିଅନ୍ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ିବା ଆରମ୍ଭ କରିଥିଲା । ଏହା ଆଜି ସକାଳ ପ୍ରାୟ ୬ଟା ସମୟରେ ଦିଲ୍ଲୀରେ ଅବତରଣ କରିଥିଲା । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ରହି ଭାରତ ଫେରିଥିବା ନାଗରିକଙ୍କୁ ସ୍ୱାଗତ ଜଣାଇଥିଲେ । ସୁରକ୍ଷିତ ଭାବେ ଇସ୍ରାଏଲରୁ ନିଜ ଦେଶକୁ ଫେରିଥିବା ଛାତ୍ରଛାତ୍ରୀ ଓ ଅନ୍ୟମାନେ ଭାରତରେ ପହଞ୍ଚିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏବେ ଇସ୍ରାଏଲରେ ପ୍ରାୟ ୧୮ ରୁ ୨୦ ହଜାର ଭାରତୀୟ ରହୁଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଫେରାଇ ଅଣାଯିବ । ଏଥିପାଇଁ ଭାରତୀୟମାନେ ଇସ୍ରାଏଲରେ ଥିବା ଦୂତାବାସକୁ ଯୋଗାଯୋଗ କରି ପ୍ରତ୍ୟାବର୍ତ୍ତନ ପାଇଁ ପଞ୍ଜିକରଣ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Operation Ajay: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

ତେବେ ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ସମୟରେ ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଅପରେସନ ସଫଳ ହୋଇଥିଲା । ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

ଇଟିଭି ଭରାତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.