ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା, କହିଲେ ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା

author img

By

Published : Nov 30, 2022, 7:45 AM IST

ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା

ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ୧୨ ଘଣ୍ଟା ଜେରା କରିଲା ଇଡି । ପୂର୍ବରୁ ପ୍ରମୋଦଙ୍କ ଘରେ ଭଡା ରହୁଥିଲେ ଅର୍ଚ୍ଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ଶିକାର ହୋଇଥିବା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ(Film Producer Pramod Swain) ମଙ୍ଗଳବାର ଇଡିରେ ହାଜର ହୋଇଥିଲେ । ନାଗ ଦମ୍ପତିଙ୍କ ସମ୍ପର୍କରେ ତାଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଳଶାଳୟ । ତେବେ ବ୍ଲାକମେଲର ଅର୍ଚ୍ଚନା ପ୍ରମୋଦଙ୍କ ଘରେ ରହୁଥିବା ସମୟରେ କିଭଳି ବ୍ଲାକମେଲିଂର ମଞ୍ଜି ପୋତିଥିଲେ ଏବଂ ୨୦୦୭ରେ ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଥିବା ମାମଲାର ସତ୍ୟତା ସମ୍ପର୍କରେ ପ୍ରମୋଦଙ୍କୁ ଇଡି ପଚରାଉଚରା କରିଥିବା ଜଣାପଡିଛି ।

ସିନେ ପ୍ରଯୋଜକଙ୍କୁ ୧୨ ଘଣ୍ଟା ଜେରା

ଏହା ମଧ୍ୟ ପଢନ୍ତୁ: ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ

ଇଡି ଅଫିସରୁ ବାହାରିବା ପରେ ପ୍ରମୋଦ କହିଛନ୍ତି,"ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ମୋ ଘରେ ଭଡାରେ ରହୁଥିଲେ । ଅର୍ଚ୍ଚନା ଭଡା ଠିକ ସମୟରେ ଦେଉନଥିଲେ । ମୁଁ ପଇସା ମାଗିଲେ ମଧ୍ୟ ସେ ମନା କରୁଥିଲେ । ଏହାସହ ମୋତେ ଓଲଟା ୫ଲକ୍ଷ ଟଙ୍କା ମାଗୁଥିଲା । ଏନେଇ ମୁଁ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲି । ଖଟ ନଥିଲା ତଳେ ଶୋଉଥିଲେ ଅର୍ଚ୍ଚନା । ଅର୍ଚ୍ଚନାର ଭଡା ୬ହଜାର ଶ୍ରଦ୍ଧାଞ୍ଜଳିର ୩ହଜାର ଥିଲା । କିନ୍ତୁ ସେ ସେତିକି ମଧ୍ୟ ଭଡା ଦେଇପାରୁନଥିଲେ । ସେ କେମିତିକା ଆପଣମାନେ ସବୁ ଜାଣିଛନ୍ତି ।"

ଅନ୍ୟପଟେ ନାଗ ଦମ୍ପତ୍ତି ଆଜି କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି । ଏହି ମାମଲାରେ ସମନ କରାଯାଇଥିବା ୧୫ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ପଚରାଉଚରା କରିସାରିଛି ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.